Advertisment

କରୋନା ମହାମାରୀ ଭିତରେ ଡରାଇଲାଣି ଡେଙ୍ଗୁ

କରୋନା ମହାମାରୀ ଭିତରେ ଖୋର୍ଦ୍ଧାବାସୀଙ୍କୁ ଡେଙ୍ଗୁ ଚିନ୍ତା ଘାରିଛି। ଦୁଇ ମାସ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨ଶହ ପାର୍‌ କରିଛି।

ଅଦ୍ୟତନ ହୋଇଛି
କରୋନା ମହାମାରୀ ଭିତରେ ଡରାଇଲାଣି ଡେଙ୍ଗୁ

dengue

Advertisment

ଖୋର୍ଦ୍ଧା: ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମୁଥିବାବେଳେ କଟକ ଓ ଖୋର୍ଦ୍ଧାରେ ସ୍ଥିତି ସଙ୍ଗୀନ ରହିଛି। କେତେବେଳେ ଏହି ୨ ଜିଲ୍ଲାରେ ସଂକ୍ରମଣ ସାମାନ୍ୟ କମୁଛି ତ ଆଉ କେତେବେଳେ ସଂକ୍ରମଣ ପୁଣି ବୃଦ୍ଧି ପାଉଛି। ଫଳରେ ଏହା ଚିନ୍ତା ବଢ଼ାଇଛି। ଏସବୁ ଭିତରେ ଖୋର୍ଦ୍ଧାବାସୀଙ୍କୁ ଡେଙ୍ଗୁ ଚିନ୍ତା ଘାରିଛି। ଦୁଇ ମାସ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨ଶହ ପାର୍‌ କରିଛି। ଫଳରେ ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ପାଇଁ ଏହା ଚିନ୍ତା ବଢ଼ାଇଛି। ଖୋଲାମେଲା ଡ୍ରେନ୍ ସାଙ୍ଗକୁ ଗଦାଗଦା ଅଳିଆ ଆବର୍ଜନାରୁ ମଶାଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି। 

Advertisment

ଖୋର୍ଦ୍ଧା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଶାତୀତ କମି ନ ଥିବାବେଳେ ଏବେ ଡେଙ୍ଗୁ ରୋଗ ଆଉ ଏକ ସମସ୍ୟା ହୋଇ ମୁଣ୍ଡ ଟେକିଲାଣି। ଡେଙ୍ଗୁକୁ ନେଇ ସାଧାରଣ ଲୋକ ଓ ଜିଲ୍ଲା ପ୍ରଶାସନ ଚିନ୍ତିତ ହୋଇପଡ଼ିଛନ୍ତି। ଗତବର୍ଷ ଜିଲ୍ଲାରେ ମୋଟ୍‌ ଡେଙ୍ଗୁ ରୋଗୀ ସଂଖ୍ୟା ୬୭ରେ ସୀମିତ ଥିଲା। ହେଲେ ଚଳିତ ବର୍ଷ ଗତ ୨ ମାସରେ ଜିଲ୍ଲାରେ ୨୧୨ ଜଣ ରୋଗୀ ଚିହ୍ନଟ ହୋଇ ସାରିଲେଣି। ବିଭିନ୍ନ ସ୍ଥାନରେ ପାଣି ଜମି ରହିବା ସହ କୁଢ଼ କୁଢ଼ ଅଳିଆ ଆବର୍ଜନା ପଡ଼ି ରହୁଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ମୁଖ୍ୟ ଫାଟକ ସାମ୍ନାରେ ନର୍ଦ୍ଦମା ପାଣି ସାଙ୍ଗକୁ ଆବର୍ଜନା ପଡ଼ି ରହିଥିବା ଦେଖିବାକୁ ମିଳିଛି। ପୌରାଞ୍ଚଳ କାର୍ଯ୍ୟାଳୟ ନିକଟରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ତେଣୁ ସଫେଇ ଉପରେ ଗୁରୁତ୍ୱ ଦିଆଯିବାକୁ ଦାବି ହେଉଛି। 

Advertisment

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସହରର ବିଭିନ୍ନ ସ୍ଥାନରେ ଯେଉଁ ଡ୍ରେନ୍‌ ହୋଇଛି ୫୦ ଫୁଟ୍‌-୧୦୦ ଫୁଟ୍‌ରେ ଗୋଟିଏ ଲେଖା ଖାଲ କରାଯାଇଛି। ଏହା ଉପରେ ସ୍ଲାବ୍‌ ମଧ୍ୟ ପଡ଼ି ନାହିଁ। ଏପରିକି ପ୍ରତ୍ୟେକ ନାଳକୁ ଏହାର ପରବର୍ତ୍ତୀ ନାଳ ସହ ମଧ୍ୟ ସଂଯୋଗ କରାଯାନାହିଁ। ଫଳରେ ନାଳ ପାଣି ମଝିରେ ଅଟକି ରହୁଛି।’

ଅନ୍ୟପକ୍ଷେ, ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ଫଳରେ ଆବର୍ଜନା ପରିଚାଳନା ବିଫଳତାକୁ ଲୋକେ ଦାୟୀ କରିଛନ୍ତି।  ମାସ ମାସ ଧରି ନିର୍ମାଣଧିନ ଡ୍ରେନ୍ ଏବେ ଆବର୍ଜନାରେ ପରିପୂର୍ଣ୍ଣ ଥିବାବେଳେ  ପୌର ପ୍ରଶାସନ ପକ୍ଷରୁ ଠିକ୍ ଭାବେ ସଫେଇ ହେଉ ନଥିବାରୁ ଡେଙ୍ଗୁ ମଶା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ସିଡିଏମଓ କହିଛନ୍ତି, ଲୋକଙ୍କୁ ସଚେତନ କରାଯିବା ସହ ଆବର୍ଜନା ସଫେଇ ଉପରେ ଗୁରୁତ୍ୱ ଦେବାକୁ ଚିଠି ଲେଖାଯିବ। 

Advertisment
Odisha Dengue Dengue In Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ