Advertisment

Health Tips: ରାତ୍ରୀ ଭୋଜନ ପରେ ଆପଣ ଏହି ୫ ଭୁଲ୍ କରୁଛନ୍ତି କି; ଭୋଗିବେ ବଡ଼ ସମସ୍ୟା

ଆଜିକାଲି ଧାଁ ଧପଡ ଜୀବନରେ ଲୋକମାନେ ପ୍ରାୟ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରନ୍ତି ଏବଂ କ୍ଲାନ୍ତ ହୋଇ ଘରକୁ ଫେରନ୍ତି। ଏହାପରେ ତୁରନ୍ତ ଖାଦ୍ୟ ଖାଇ ଶୋଇବାକୁ ଯାଆନ୍ତି। ଲୋକମାନେ ରାତ୍ରି ଭୋଜନ କରିବା ପରେ ଅନେକ ଭୁଲ ମଧ୍ୟ କରନ୍ତି। ଏହିସବୁ ଭୁଲ ସେମାନଙ୍କୁ ଅଧିକ ଅସୁବିଧାରେ ପକାଇଥାଏ।

ଅଦ୍ୟତନ ହୋଇଛି
Best Healthy Foods To Eat At Night

Never do these 5 things after having your night meal

Advertisment

ଆଜିକାଲି ଧାଁ ଧପଡ ଜୀବନରେ ଲୋକମାନେ ପ୍ରାୟ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରନ୍ତି ଏବଂ କ୍ଲାନ୍ତ ହୋଇ ଘରକୁ ଫେରନ୍ତି। ଏହାପରେ ତୁରନ୍ତ ଖାଦ୍ୟ ଖାଇ ଶୋଇବାକୁ ଯାଆନ୍ତି। କିନ୍ତୁ ଏହି ପ୍ରକ୍ରିୟା ଠିକ୍ ନୁହେଁ। ଆଧୁନିକ ସୁସ୍ତିଆ ଜୀବନଶୈଳୀ କାରଣରୁ ମଧୁମେହ, ରକ୍ତଚାପ, ହୃଦରୋଗ, ମୋଟାପଣ ଇତ୍ୟାଦି ରୋଗ ବଢିବାରେ ଲାଗିଛି। ବିଳମ୍ବିତ ରାତିରେ ଖାଇବା ଦ୍ୱାରା ଅନେକ କ୍ଷତି ମଧ୍ୟ ହୋଇଥାଏ।

Advertisment

ଲୋକମାନେ ରାତ୍ରି ଭୋଜନ କରିବା ପରେ ଅନେକ ଭୁଲ ମଧ୍ୟ କରନ୍ତି। ଏହିସବୁ ଭୁଲ ସେମାନଙ୍କୁ ଅଧିକ ଅସୁବିଧାରେ ପକାଇଥାଏ। ଏପରି ପରିସ୍ଥିତିରେ, ରାତିରେ ଖାଇବା ପରେ ଆପଣ କେଉଁ ଭୁଲ କରୁଛନ୍ତି ତାହା ଜାଣିବା ନିହାତି ଜରୁରୀ।

ଅଧିକ ପଢ଼ନ୍ତୁ: ମଧୁମେହ ଓ କିଡ୍‌ନୀ ସମସ୍ୟା ପାଇଁ ରାମବାଣ ପରି କାମ କରେ ଛଚିନ୍ଦ୍ରା

ବିଳମ୍ବିତ ରାତ୍ରି ଭୋଜନ:

ବିଳମ୍ବିତ ରାତିରେ ଖାଇବା ହେଉଛି ସବୁଠାରୁ ଖରାପ ଅଭ୍ୟାସ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଚେଇଁବା ଦ୍ୱାରା ଅନେକ ପ୍ରକାରର ହରମୋନରେ ପରିବର୍ତ୍ତନ ଆସିଥାଏ, ଯାହା ଆମ ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଏହି ପରିସ୍ଥିତିରେ, ବିଳମ୍ବିତ ରାତିରେ ରାତ୍ରି ଭୋଜନ କରିବା ଦ୍ୱାରା ସର୍ବ ପ୍ରଥମେ ହଜମ ପ୍ରକ୍ରିୟାକୁ ନଷ୍ଟ କରିପାରେ। ଏହା ଶରୀରର ମେଟାବୋଲିଜିମ୍‌କୁ ମନ୍ଥର କରିପାରେ ଏବଂ ମୋଟାପଣକୁ ବଢେଇଦିଏ।

Advertisment

ଖାଇବା ପରେ ତୁରନ୍ତ ଶୋଇବା:

ଅଧିକାଂଶ ଲୋକ ରାତ୍ରୀ ଭୋଜନ ପରେ ତୁରନ୍ତ ଶୋଇଥା’ନ୍ତି। ରାତ୍ରୀ ଭୋଜନ ପରେ ତୁରନ୍ତ ଶୋଇବା ଏକ ବଡ ଭୁଲ। ଏହି କାରଣରୁ, ଖାଦ୍ୟ ହଜମ କରିବା ପାଇଁ ଆବଶ୍ୟକୀୟ ଏନ୍‌ଜାଇମ୍ କ୍ଷରଣ ହୁଏ ନାହିଁ ଏବଂ ଅନେକ ପ୍ରକାରର ସମସ୍ୟା ହୋଇପାରେ। ସେଥିପାଇଁ ରାତ୍ରି ଭୋଜନ ପରେ ତୁରନ୍ତ ଶୋଇବା ଉଚିତ ନୁହେଁ। ଖାଇବା ପରେ କିଛି ସମୟ ଏପଟ ସେପଟ ହୁଅନ୍ତୁ ନଚେତ ଚେୟାରରେ ବସନ୍ତୁ। ବଜ୍ରାସନରେ ବସିବା ସବୁଠାରୁ ଭଲ ଉପାୟ।

ଖାଇବା ପରେ ସ୍କ୍ରିନ୍‌ ଟାଇମିଂ:

ଆଜିକାଲି ଏମିତି କୌଣସି ବ୍ୟକ୍ତି ନାହାନ୍ତି ଯେଉଁମାନେ ରାତିରେ ଶୋଇବା ସମୟରେ ବିଛଣାରେ ମୋବାଇଲ୍ ଦେଖୁ ନାହାନ୍ତି। କିନ୍ତୁ ରାତିରେ ଯେକୌଣସି ପ୍ରକାରର ସ୍କ୍ରିନ ଟାଇମିଂ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ। ଶୋଇବା ସମୟରେ ଆମେ ମୋବାଇଲ୍ ସ୍କ୍ରିନକୁ ଆଖି ଆଗରେ ରଖିବା ମାତ୍ରେ ଆମର ଜୈବିକ ଚକ୍ରରେ ବ୍ୟାଘାତ ଘଟିବା ଆରମ୍ଭ ହୁଏ।

Advertisment

ସ୍କ୍ରିନ୍‌ର ପ୍ରଭାବ କର୍ଟିସୋଲ୍ ହରମୋନ୍‌କୁ କ୍ଷରଣ କରେ, ଯାହା ଚାପ ଏବଂ ଉଦାସୀନତାକୁ ବୃଦ୍ଧି କରିବ। ଏହା ମଧ୍ୟ ଶୋଇବାର ଗୁଣକୁ ନଷ୍ଟ କରେ ଏବଂ ସକାଳେ ମନ ଭଲ ଲାଗେ ନାହିଁ।

ସିଗାରେଟ୍ ଓ ମଦ୍ୟପାନ:

ଏମିତିରେ ସିଗାରେଟ୍ ଟାଣିବା ଓ ମଦ୍ୟ ପାନକରିବା ସବୁବେଳେ ଏକ ଖରାପ ଅଭ୍ୟାସ। କିନ୍ତୁ ଯଦି ରାତ୍ରୀ ଭୋଜନ ପରେ ସିଗାରେଟ୍ ଓ ମଦ୍ୟପାନ କରାଯାଏ ତେବେ ଅନେକ ରୋଗର ଶିକାର ହେବା ଥୟ। ରାତ୍ରୀ ଭୋଜନ ପରେ ଧୂମପାନ ଓ ମଦ୍ୟପାନ ଦ୍ୱାରା ପେଟରେ ଏସିଡ୍ ରିଫ୍ଲେକ୍ସ, ହାର୍ଟ ବର୍ନ, ବଦହମଜୀ ଭଳି ସମସ୍ୟା ଦେଖାଦେଇଥାଏ। ଦୀର୍ଘ ସମୟ ଧରି ଏହା କରିବା ଦ୍ୱାରା ଅନେକ ରୋଗ ହୋଇଥାଏ।

ଅଧିକ ପଢ଼ନ୍ତୁ: ଏହି ୫ ମିଠା ଫଳ ସୁଗାର ଲେବଲ୍‌କୁ ନିୟନ୍ତ୍ରଣ କରିବ

ଖାଇବା ପରେ ନ ଚାଲିବା:

ରାତ୍ରି ଭୋଜନ କରିବା ପରେ ଯଦି ଆପଣଙ୍କ ପାଖରେ ସମୟ ନାହିଁ ଆଉ ଆପଣ ତୁରନ୍ତ ଶୋଇବାକୁ ଚାହାନ୍ତି, ତେବେ ଏହା ଏକ ଭୁଲ ଉପାୟ। ଯଦି ଆପଣ ଫିଟ୍ ରହିବାକୁ ଚାହାଁନ୍ତି ତେବେ ରାତ୍ରୀ ଭୋଜନ ପରେ ଅତି କମରେ ୧୦ ମିନିଟ୍ ଚାଲନ୍ତୁ ବା ଏପଟ ସେପଟ ହୁଅନ୍ତୁ। ଏହା କରିବା ଦ୍ୱାରା ଶରୀରକୁ ଥକାପଣ ଆସେ ଏବଂ ଆରାମଦାୟକ ନିଦ ହୁଏ।

Healthcare Experts Health Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ