Advertisment

ଜିନିଷ ପାଇଁ ଷ୍ଟ୍ରେଚର୍‌ ଅଛି, କିନ୍ତୁ କାନ୍ଧରେ ବୁହା ହେଉଛନ୍ତି ରୋଗୀ

କଟକ ଏସସିବିରେ ଏଭଳି ବିକଳ ଚିତ୍ର ଦେଖିବା ପାଇଁ ମିଳିଛି

ଅଦ୍ୟତନ ହୋଇଛି
SCB Medical College

SCB Medical College

Advertisment

ରୋଗୀଙ୍କ ପାଇଁ ଷ୍ଟ୍ରେଚର ନାହିଁ, ହେଲେ ଷ୍ଟ୍ରେଚରରେ ବୁହାହେଉଛି ସାମଗ୍ରୀ । ରାଜ୍ୟ ସରକାର ବିକାଶର ଡିଣ୍ଡିମ ପିଟୁଛନ୍ତି, ହେଲେ ଚିତ୍ର କିନ୍ତୁ ଭିନ୍ନ କଥା ବଖାଣୁଛି । କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ, ରାଜ୍ୟର ସବୁଠୁ ବଡ଼ ରେଫରାଲ ହସ୍ପିଟାଲ କଟକ ଏସସିବିରେ ଏଭଳି ବିକଳ ଚିତ୍ର ଦେଖିବା ପାଇଁ ମିଳୁଛି ।

Advertisment

ମେଡିକାଲରେ ଷ୍ଟ୍ରେଚର ନମିଳିବାରୁ ଜଣେ ରୋଗୀଙ୍କୁ ତାଙ୍କ ସ୍ୱାମୀ କାନ୍ଧରେ ବୋହି ନେଉଥିବା ଚିତ୍ର କ୍ୟାମେରାରେ କଏଦ ହୋଇଛି । କଟକ ସଦର ବ୍ରାହ୍ଣଣଝରିଲୋ ରାମ ସିଂ ନିଜ ପତ୍ନୀଙ୍କ ଚିକିତ୍ସା ପାଇଁ କଟକ ଏସସିବି ପ୍ଲାଷ୍ଟିକ ସର୍ଜରୀ ବିଭାଗକୁ ଆସିଥିଲେ । ଡାକ୍ତରଙ୍କୁ ଦେଖାଇବା ପରେ ସେ ପରୀକ୍ଷା କରାଇବାକୁ କହିଥିଲେ । ହେଲେ ରାମଙ୍କ ସ୍ତ୍ରୀ ଚାଲିବାକୁ ଅକ୍ଷମ ଥିବାରୁ ସେ ଷ୍ଟ୍ରେଚର କିମ୍ବା ବ୍ୟାଟେରୀ ଗାଡ଼ି ପାଇଁ କହିଥିଲେ । ମାତ୍ର ମେଡିକାଲ କର୍ତ୍ତପକ୍ଷ ଷ୍ଟ୍ରେଚର ନଦେବାରୁ ସେ ବାଧ୍ୟ ହୋଇ କାନ୍ଧରେ ବୋହି ବୋହି ନେଇଥିବା ଅଭିଯୋଗ କରିଛନ୍ତି ।

ଅନ୍ୟପଟେ କ୍ୟାମେରାରେ ଆଉ ଏକ ଦୃଶ୍ୟ ମଧ୍ୟ କଏଦ୍‌ ହୋଇଛି । ଯେଉଁଠି ରୋଗୀଙ୍କୁ ଷ୍ଟ୍ରେଚର ମିଳୁନି, ହେଲେ ସିଲିଣ୍ଡର ଓ ଅନ୍ୟ ଜିନିଷ ବୋହିବାକୁ ବ୍ୟବହାର ହେଉଛି ରୋଗୀବୁହା ଷ୍ଟ୍ରେଚର । ଏସସିବିକୁ ବିଶ୍ୱସ୍ତରୀୟ ମେଡ଼ିକାଲ କରିବା ପାଇଁ ରାଜ୍ୟ ସରକାର ଯୋଜନା ଆରମ୍ଭ କରିଥିବା ବେଳେ ରୋଗୀଙ୍କ ପାଇଁ ଷ୍ଟ୍ରେଚର ଅଭାବ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।

Advertisment

ସେପଟେ ଘଟଣାନେଇ ପ୍ରତିକ୍ରିୟା ରଖିଛନ୍ତି ଏସସିବି ଜରୁରୀ କାଳୀନ ଅଧିକାରୀ । ଏହି ଘଟଣା ଆମ ନଜରକୁ ଆସି ନାହିଁ ,ଯଦି ଏପରି ହୋଇଥାଏ, ତେବେ ଆଗକୁ କିପରି ନହେବ ସେଥିପ୍ରତି ଦୃଷ୍ଟି ଦିଆଯିବ ।

SCB Medical College And Hospital
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ