Advertisment

Fairness Cream: ତ୍ୱଚା ଉପରେ ଏମିତି ପ୍ରଭାବ ପକାଇଥାଏ ଫେୟାରନେସ୍ କ୍ରିମ୍, ଜାଣି ରଖନ୍ତୁ...

ସମ୍ପୂର୍ଣ୍ଣ ଦକ୍ଷିଣ ଏସିଆରେ ତ୍ବଚାର ଗୋରା ରଙ୍ଗ ପ୍ରତି ଗୋଟିଏ ଅହେତୁକ ଆକର୍ଷଣ ରହିଛି। ସୁନ୍ଦର ହେବା ପାଇଁ, ତ୍ବଚାର ଗୋରା ହେବା ନିହାତି ଜରୁରୀ ବୋଲି ଗୋଟିଏ ଭୁଲ ଧାରଣା ରହିଛି। ଏବଂ ଏହି ଭୁଲ ଧାରଣା ହିଁ ତ୍ବଚାକୁ ଗୋରା କରିବା କ୍ରିମ୍ ଓ ବିଭିନ୍ନ କସ୍ମେଟିକ୍ ପ୍ରଡକ୍ଟର ଗୋଟିଏ ବଡ ବଜାର ତିଆରି କରି ପାରିଛି। କିନ୍ତୁ ଗୋଟିଏ ବହୁଳ ମାତ୍ରାରେ ପ୍ରଚଳିତ ଓ ବିକ୍ରି ହେଉଥିବା କ୍ରିମ୍ ଯେ ତ୍ବଚା ପାଇଁ ସୁରକ୍ଷିତ ତାହା ବିଲକୁଲ ସତ ନୁହେଁ। ଗୋରା ହେବା ପାଇଁଁ ବ୍ୟବହାର କରା ଯାଉଥିବା ଏହି କ୍ରିମ ଗୁଡ଼ିକ ତ୍ବଚା ପାଇଁ ବିଷ ସଦୃଶ ଏବଂ ଅନେକ ସମୟରେ ତ୍ବଚା ଉପରେ ଚିରସ୍ଥାୟୀ କୁପ୍ରଭାବ ପକାଇ ଥାଏ।

ଅଦ୍ୟତନ ହୋଇଛି
କସ୍‌ମେଟିକ୍ସର ପ୍ରଭାବ

କସ୍‌ମେଟିକ୍ସର ପ୍ରଭାବ

Advertisment

ତ୍ବଚାର ରଙ୍ଗ ନିର୍ଦ୍ଧାରିତ ହୁଏ କେମିତି: ଆମ ତ୍ବଚାରେ ଥିବା ମେଲାନୋସାଇଟ୍ସ କୋଷ ଗୁଡିକ ‘ମେଲାନିନ୍’ ନାମକ ପିଗମେଣ୍ଟ ବା ରଙ୍ଗ ସୃଷ୍ଟିକାରୀ ପଦାର୍ଥ କ୍ଷରଣ କରିଥାଏ। ଏହା ଦୁଇ ପ୍ରକାରର: ଇୟୁମେଲାନିନ୍ ଓ ଫିଓମେଲାନିନ୍। ଇୟୁମେଲାନିନ୍ ଚର୍ମର ବାଦାମୀ ଏବଂ କଳା ରଙ୍ଗ ପାଇଁ ଦାୟୀ ହୋଇଥିବା ବେଳେ ଫିଓମେଲାନିନ୍ ତ୍ବଚାର ହଳଦିଆ ଓ ଲାଲ୍ ରଙ୍ଗ ପାଇଁ ଦାୟୀ। ଶରୀରରେ ଏହି ମେଲାନିନର କ୍ଷରଣର ମାତ୍ରା ଏବଂ ଶରୀରରେ ବିତରଣର ମାତ୍ରା ହିଁ ମଣିଷର ତ୍ବଚାର ରଙ୍ଗ ନିର୍ଦ୍ଧାରିତ କରିଥାଏ।

Advertisment

ବଜାରରେ ଉପଲବ୍ଧ ଫେୟାରନେସ୍ ପ୍ରଡକ୍ଟର ପ୍ଧକାର:

ଫେୟାରନେସ୍ କ୍ରିମ୍ ଏବଂ ଲୋସନ୍,ସ୍କ୍ରିନ୍ ଲିଇଟେନି°/ ବ୍ରାଇଟେନି° ସିରମ୍,ସ୍କିନ୍ ଲାଇଟେନି° ସୋପ୍, ଫେସ୍-ଓ୍ବାସ୍,ଫେୟାରନେସ୍ ଓ ଗ୍ଲୋ-ଫେସ୍ ପ୍ୟାକ୍,ସ୍କିନ୍ ଲାଇଟେନି° ଇଞ୍ଜେକସନ,ପିଲ୍ସ, ହର୍ବାଲ୍ ଓ ହୋମ୍-ମେଡ୍ ପ୍ରଡକ୍ଟ

ଫେୟାରନେସ୍ ପ୍ରଡକ୍ଟରେ ବ୍ୟବହୃତ ସାଧାରଣ ରାସାୟନିକ ଦ୍ରବ୍ୟ:

ହାଇଡ୍ରୋକ୍ବିନୋନ୍,ଟପିକାଲ୍ ଷ୍ଟିରୋଏଡ୍ସ,ମରକ୍ବିରୀ ଏବଂ ଅନ୍ୟାନ୍ୟ ହେଭି ମେଟାଲ୍ସ ଓ କୋଜିକ୍ ଏସିଡ୍, ନିଆସିନାମାଇଡ୍, ଆର୍ବୁଟିନ୍

Advertisment

ଫେୟାରନେସ୍ ପ୍ରଡକ୍ଟ କେମିତି କାମ କରନ୍ତି:

ଫେୟାରନେସ୍ ପ୍ରଡକ୍ଟ ଗୁଡ଼ିକ ସ୍ଥାୟୀ ଭାବରେ ଆପଣଙ୍କ ତ୍ବଚାର ରଙ୍ଗକୁ ବଦଳାଇ ପାରେ ନାହିଁ କିମ୍ବା ଗୋରା କରି ପାରେ ନାହିଁ। ଏହା କେବଳ କିଛି ଦିନ ପାଇଁ ତ୍ବଚାର ରଙ୍ଗକୁ ଲାଇଟ୍ ବା ହାଲକା କରି ଦିଏ ଏବଂ ତ୍ବଚା ଉଜ୍ଜ୍ୱଳ ଦିଶେ। ଏହା ଶରୀରରେ ଅସ୍ଥାୟୀ ଭାବରେ ମେଲାନିନ୍ ନିର୍ମାଣକୁ କମାଇଥାଏ। ତ୍ବଚାର ଉପରି ସ୍ତରକୁ ବାହାର/ ଛଡାଇ ଦିଏ। ଏଥିସହ ସୂର୍ଯ୍ୟ କିରଣକୁ ପ୍ରତିଫଳିତ କରି ତ୍ବଚାକୁ ସୂର୍ଯ୍ୟ କିରଣରୁ ଆ°ଶିକ ଭାବରେ ରକ୍ଷା କରେ

ଫେୟାରନେସ୍ ପ୍ରଡକ୍ଟ ଗୁଡ଼ିକର ପାର୍ଶ୍ଵ ପ୍ରତିକ୍ରିୟା:

ସ୍କିନ୍ ଥିନି°/ ତ୍ବଚାକୁ ପତଳା କରି ଦିଏ: ତ୍ବଚାର ସବୁଠାରୁ ଉପରି ସ୍ତରକୁ ଛଡାଇ ବା ପିଲିଂ ବା ଏକ୍ସଫୋଲିଏଟ୍ କରି ତ୍ବବଚାକୁ ପତଳା କରିଦିଏ। ଏହା ଦ୍ବାରା ତ୍ବଚା ସମ୍ବେଦନଶୀଳ ହୋଇ ଯାଏ ତା’ ନୁହେଁ ବରଂ ତ୍ବଚା ଲାଲ୍ ପଡିଯାଏ ଏବଂ କ୍ଷତାକ୍ତ ହୋଇଯାଏ। ସ°କ୍ରମଣର ଆଶଙ୍କା ମଧ୍ୟ ବଢିଯାଏ।

Advertisment

ଷ୍ଟିରୋଏଡ୍ ଆକନି/ ଷ୍ଟିରୋଏଡ୍ ଜନିତ ମୁଖବ୍ରଣ: ବଡ, ଫୋଟକା ପରି ମୁଖବ୍ରଣ ଦେଖାଯାଏ। ଏଗୁଡିକ ଖୁବ୍ ଦରଜ ଏବଂ ପୀଡା ମଧ୍ୟ କରିଥାନ୍ତି।

ସୂର୍ଯ୍ୟ କିରଣକୁ ସମ୍ବେଦନଶୀଳ ହେବା: ମେଲାନିନ୍ ଯେ କେବଳ ଆମ ତ୍ବଚାର ରଙ୍ଗ ନିର୍ଦ୍ଧାରିତ କରେ ତା’ ନୁହେଁ, ଏହା ଶରୀରକୁ ସୂର୍ଯ୍ୟକିରଣର କୁପ୍ରଭାବରୁ ପ୍ରାକୃତକ ଭାବରେ ରକ୍ଷା କରିଥାଏ। ଶ୍ୱେତାଙ୍ଗ ମାନଙ୍କ କ୍ଷେତ୍ରରେ ଚର୍ମ କର୍କଟ ଦେଖାଯିବାର ଗୋଟିଏ ମୂଖ୍ୟ କାରଣ ଏହି ମେଲାନିନର ଅଭାବ ।

ପିଗମେଣ୍ଟେସନ୍ ରିବାଉଣ୍ଡ୍ ବା ତ୍ବଚାର କଳା ଦାଗ : ତ୍ବଚା ବାରମ୍ବାର କ୍ଷତାକ୍ତ, ପତଳା, ସ°କ୍ରମିତ ଏବଂ ସୂର୍ଯ୍ୟ କିରଣକୁ ସମ୍ବେଦନଶୀଳ ହେବା କାରଣରୁ ତ୍ବଚାରେ ଗାଢ କଳା ଦାଗ ପଡିଯାଏ। ତ୍ବଚା ପ୍ୟାଚି ବା ଛାପଛାପିକା ଦେଖା ଯାଏ।

ମରକ୍ବିରୀର ବିଷାକ୍ତ/ ପାର୍ଶ୍ଵ ପ୍ରତିକ୍ରିୟା: ତ୍ବଚା ପିଲି°, ଲାଲ୍ ଓ କଳା ଦାଗ ପଡିଯିବା। ତ୍ବଚା ମାଧ୍ୟମରେ ଏହା ରକ୍ତରେ ପ୍ରବେଶ କରି ସ୍ନାୟୁତନ୍ତ୍ରକୁ ପ୍ରଭାବିତ କରିବା ଦ୍ୱାରା ଗୋଡହାତ ଥରିବା, ଗର୍ଭସ୍ଥ ଶିଶୁର ବିକାଶରେ ବାଧା ସୃଷ୍ଟି କରିବା, କିଡନୀ ବା ବୃକକକୁ କ୍ଷତି ପହଞ୍ଚାଇବା, ଫୁସଫୁସରେ ଫୁଲା, କଫ ହେବଖ ଏବଂ ନିଶ୍ବାସ ପ୍ରକାଶ ନେବାରେ ଅସୁବିଧା ହେବା।

ତ୍ବଚାକୁ ଉଜ୍ଜ୍ୱଳ କରିବାର ସୁରକ୍ଷିତ ଉପାୟ: ମନେ ରଖନ୍ତୁ ଆପଣଙ୍କ ତ୍ବଚାର ରଙ୍ଗ ଆପଣଙ୍କ ଶରୀରର ପ୍ରାକୃତିକ ଗଠନ, ଏହା ଅଭିଶାପ କିମ୍ବା ପାପ ନୁହେଁ। ତ୍ବଚାର ରଙ୍ଗ ଅପେକ୍ଷା ଆପଣଙ୍କ ଶିକ୍ଷା ଏବଂ ଗୁଣ ହିଁ ଆପଣଙ୍କ ଜୀବନକୁ ପ୍ରଭାବିତ କରିଥାଏ। ତ୍ବଚାକୁ ଗୋରା କିମ୍ବା ଫେୟାର କରିବା ଅପେକ୍ଷା ଉଜ୍ଜ୍ୱଳ ଦେଖାଯିବା ଉପରେ ଧ୍ୟାନ ଦେବା ହିଁ ଦୀର୍ଘସ୍ଥାୟୀ ଏବଂ ସ୍ବାସ୍ଥ୍ୟ ପକ୍ଷେ ହିତକର।

ନିୟମିତ ଏବଂ ଉପଯୁକ୍ତ ବ୍ରଡ୍-ସ୍ପେକ୍ଟ୍ରମ୍ ସନ୍-ସ୍କ୍ରିନ୍ ବ୍ୟବହାର କରନ୍ତୁ। ଡାକ୍ତରଙ୍କ ପରାମର୍ଶ କ୍ରମେ ସ୍କିନ୍ ଲାଇଟେନି° ପ୍ରଡକ୍ଟ ବ୍ୟବହାର କରି ପାରନ୍ତି। କ୍ଲିଞ୍ଜର, ମଏଶ୍ଚରାଇଜର୍, ସନ୍-ସ୍କ୍ରିନ୍ ନିୟମିତ ବ୍ୟବହାର କରନ୍ତୁ। ନିଆସିନାମାଇଡ୍, ଭାଇଟାମିନ୍-ସି, ଆଜେଲିକ୍ ଏସିଡ୍ ଅପେକ୍ଷାକୃତ ସୁରକ୍ଷିତ ବିକଳ୍ପ ଅଟେ।

Skin Care Skin Problem Cosmetics Cause Skin Rash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ