Advertisment

Diarrhea And Cholera Alert: କେମିତି ରହିଛି ଡାଇରିଆ ଓ କଲେରା ସ୍ଥିତି? ଆଜି ସମୀକ୍ଷା କରିବେ ସ୍ୱାସ୍ଥ୍ୟମନ୍ତ୍ରୀ

ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି ଡାଇରିଆ । ଜିଲ୍ଲାରେ ନୂଆ ରୋଗୀଙ୍କ ସଂଖ୍ୟା କମିଛି। ହସ୍ପିଟାଲରୁ ରୋଗୀ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି । ୩ଟି କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍ ଆସୁଛନ୍ତି ଓଡ଼ିଶା। ସ୍ଥିତି ସମୀକ୍ଷା ପାଇଁ ଯାଜପୁର ଜିଲ୍ଲା ଓ କେନ୍ଦୁଝର ଗସ୍ତ କରିବେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।

ଅଦ୍ୟତନ ହୋଇଛି
Diarrhea And Cholera

Diarrhea And Cholera

Advertisment

ଯାଜପୁର ଜିଲ୍ଲାରେ ଦେଖାଦେଇଥିବା ଡାଇରିଆ ସ୍ଥିତିରେ ଆସୁଛି ସୁଧାର। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କ ସୂଚନା ଅନୁଯାୟୀ, ଜିଲ୍ଲାରେ ନୂଆ ରୋଗୀଙ୍କ ସଂଖ୍ୟା କମିଛି। ହସ୍ପିଟାଲରୁ ରୋଗୀ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି । ତେବେ ନୂଆ ଅଞ୍ଚଳ କଲେରାରେ ପ୍ରଭାବିତ ହୋଇଥିବାର ସୂଚନା ମିଳିନାହିଁ । ହେଲଥ୍ ଟିମ୍ ଓ ରାପିଡ୍ ଆକ୍ସନ ଟିମ୍ ୨୪ ଘଣ୍ଟା କାମ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ୧,୫୧୬ ଜଣ ଡାଇରିଆରେ ଆକ୍ରାନ୍ତ ଥିବାବେଳେ ୧୩ ଶହ ୬ ଜଣ ଆରୋଗ୍ୟ ହୋଇଛନ୍ତି । ୨୧୦ ଜଣଙ୍କ ଚିକିତ୍ସା ଚାଲିଛି ।

Advertisment

ଅପରପକ୍ଷେ ଆଜି ଯାଜପୁର ଜିଲ୍ଲା ଓ କେନ୍ଦୁଝରର ଆନନ୍ଦପୁର ଯିବେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ପ୍ରଥମେ ଯାଜପୁରର ବଡ଼ଚଣା, ଧର୍ମଶାଳା, ମଧୁବନ ହସ୍ପିଟାଲ ଯିବେ। ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇ ସ୍ଥିତି ସମୀକ୍ଷା କରିବେ। ଏହାପରେ ଆନନ୍ଦପୁର ହସ୍ପିଟାଲ ମଧ୍ୟ ଯିବେ ସ୍ବାସ୍ଥ୍ୟମନ୍ତ୍ରୀ। ଏସବୁ ଭିତରେ ୩ଟି କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍ ଆସୁଛନ୍ତି ଓଡ଼ିଶା। ଏହି ଟିମ ଆଜି ଗ୍ରାଉଣ୍ଡ ଜିରୋରେ କରିବେ ସ୍ଥିତି ସମୀକ୍ଷା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଏକ ୭ ଜଣିଆ ଟିମ୍ ଏବଂ ୩ ଜଣିଆ ଖାଦ୍ୟ ନିରାପତ୍ତା ଟିମ୍ ଜିଲ୍ଲା ଗସ୍ତ କରିବେ।

ସେହିପରି FSSAI ତରଫରୁ ଏକ ୪ ଜଣିଆ ସ୍ବତନ୍ତ୍ର ଖାଦ୍ୟ ଗୁଣବତ୍ତା ଟିମ୍ ବି ଜିଲ୍ଲାରେ ଖାଦ୍ୟ ବ୍ୟବସ୍ଥାର ଅନୁଧାନ କରିବେ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ସେପଟେ ଯାଜପୁର ଓ ଭଦ୍ରକରେ ୮ଟି କଲେରା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୪୧ଟି ଝାଡ଼ା ନମୁନାରୁ ୮ଟି କଲେରା ପଜିଟିଭ୍ ମିଳିଥିଲା । ଯୁଦ୍ଧକାଳୀନ ଭିତ୍ତିରେ ଏହାର ମୁକାବିଲା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । 

Advertisment

ଅଧିକ ପଢନ୍ତୁ: ଯାଜପୁର-ଭଦ୍ରକରେ ୮ କଲେରା ପଜିଟିଭ, ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି

Diarrhea
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ