୮ ଘଣ୍ଟାରେ ଥରେ ଖାଉଛନ୍ତି କି ? ଜୀବନ ନେଇପାରେ ହାର୍ଟ ଆଟାକ୍ ! 

ଅଧିକ ସମୟ ଧରି ଉପାସ ରହିଲେ ବଢିବ ହୃଦରୋଗ । ଅନେକ ଲୋକ ପତଳା ହେବା ପାଇଁ ଅଧିକ ସମୟ ଉପାସ ରହୁଥିବା ଦେଖିବାକୁ ମିଳେ । 

Intermittent Fasting

ଅଧିକ ସମୟ ଧରି ଉପାସ ରହିଲେ ବଢିବ ହୃଦରୋଗ । ଅନେକ ଲୋକ ପତଳା ହେବା ପାଇଁ ଅଧିକ ସମୟ ଉପାସ ରହୁଥିବା ଦେଖିବାକୁ ମିଳେ । କିନ୍ତୁ ଏକ ଗବେଷଣା ଅନୁଯାୟୀ ଅଧିକ ସମୟ ଉପାସ ରହିଲେ ହୃଦରୋଗ ହେବାର ୯୧ ପ୍ରତିଶତ ସମ୍ଭାବନା ରହିଛି । ଆମେରିକାର ହାର୍ଟ ଆସୋସିଏନ ପକ୍ଷରୁ ଗବେଷଣା ପରେ ଏଭଳି ଏକ ରିପୋର୍ଟ ପ୍ରକାଶ କରାଯାଇଛି ।

ଓଜନ କମାଇବାକୁ ଦିନରେ ଅଧିକ ସମୟ ଉପାସ ରହି କମ ଖାଉଥିବା ଲୋକଙ୍କୁ ନେଇ ଏକ ଷ୍ଟଡି କରାଯାଇଥିଲା । ଯେଉଁଥିରେ ସେମାନଙ୍କର ହୃଦରୋଗ ହେବା ଭଳି ସମ୍ଭାବନା ଅଧିକ ଦେଖାଯାଇଥିଲା । ବର୍ତ୍ତମାନ ସମୟରେ ଅନେକ ଲୋକ ଜୀବନ ଶୈଳୀରେ ପରିବର୍ତ୍ତନ କଲେଣି । ମୋଟାପା କମାଇବା ପାଇଁ ଲୋକ ସଂଘର୍ଷ କରୁଛନ୍ତି । ଏଭଳି କ୍ଷେତ୍ରରେ ଅଧିକ ସମୟ ଉପବାସ ରହିବାକୁ ଏକମାତ୍ର ରାସ୍ତା ବୋଲି ଭାବି ଦିଅନ୍ତି ଲୋକେ। ଯାହା ହୃଦରୋଗ ଭଳି ସମସ୍ୟା ବଢାଏ ବୋଲି ଗବେଷଣାରୁ ସ୍ପଷ୍ଟ ହୋଇଛି । ୮ ଘଣ୍ଟାରେ ଥରେ ଖାଉଥିବା ଲୋକଙ୍କ କ୍ଷେତ୍ରରେ ହୃଦରୋଗ ଭଳି ସମସ୍ୟା ଦେଖାଯିବ ବୋଲି ଗବେଷଣାରେ କୁହାଯାଇଛି। 

ଇଣ୍ଟର୍‌ମିଟେଣ୍ଟ ଫାଷ୍ଟିଂ କରିବା କ୍ୟାଲୋରୀ ଗ୍ରହଣକୁ ହ୍ରାସ କରିବାର ଏକ ମାଧ୍ୟମ ହୋଇଥାଏ । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ମାନବ ମେଟାବୋଲିଜିମ୍‌ର ପ୍ରଫେସର କିଟ୍ ଫ୍ରେନ୍ ବ୍ରିଟେନ୍‌ର ବିଜ୍ଞାନ ମିଡିଆ କେନ୍ଦ୍ରକୁ ଦେଇଥିବା ବିବୃତ୍ତିରେ ଏହା କହିଛନ୍ତି । "ଏହି ଅଭ୍ୟାସର ପ୍ରଭାବ ଉପରେ ଆମକୁ ଦୀର୍ଘମିଆଦି ଅଧ୍ୟୟନର ଆବଶ୍ୟକତା ରହିଛି । ଏହି ରିପୋର୍ଟରେ ଅନେକ ପ୍ରଶ୍ନର ଉତ୍ତର ମଧ୍ୟ ମିଳି ନାହିଁ ।"

ସାଂଘାଇ ଜିଆଓ ଟୋଙ୍ଗ ୟୁନିଭରସିଟି ସ୍କୁଲ ଅଫ୍ ମେଡିସିନ୍‌ର ଭିକ୍ଟର ଜୋଙ୍ଗଙ୍କ ନେତୃତ୍ୱରେ ଅନୁସନ୍ଧାନକାରୀମାନେ ଆମେରିକାର ରୋଗ ନିୟନ୍ତ୍ରଣ ଓ ନିରାକରଣର ଜାତୀୟ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ଗବେଷଣାରେ ଅନ୍ତର୍ଭୁକ୍ତ ପ୍ରାୟ ୨୦,୦୦୦ ଲୋକଙ୍କର ତଥ୍ୟ ବିଶ୍ଳେଷଣ କରିଥିଲେ । ଏହି ଅଧ୍ୟୟନରେ ୨୦୦୩ରୁ ୨୦୧୯ ପର୍ଯ୍ୟନ୍ତ ମୃତ୍ୟୁ ତଥ୍ୟ ବ୍ୟବହାର କରାଯାଇଥିଲା ।