Advertisment

ଏହି ଯୋଗ କରନ୍ତୁ; ମସ୍ତିଷ୍କରେ ବୃଦ୍ଧି ପାଇବ ରକ୍ତ ସଞ୍ଚାଳନ

ବାଳାସନ, ଏକ ସହଜ ଓ ସରଳ ଆସନ। ଉଭୟ ଶରୀର ଓ ମନକୁ ସୁସ୍ଥ ରଖିବାକୁ ଏହା ଅତ୍ୟନ୍ତ ଉପାକାରୀ। ଆସନ୍ତୁ ଜାଣିବା ପୂରା ପଦ୍ଧତି।

ଅଦ୍ୟତନ ହୋଇଛି
Importance of child pose yoga

Importance of child pose yoga

Advertisment

ସମସ୍ତ ବୟସର ଲୋକଙ୍କ ପାଇଁ ଦୈନିକ ଯୋଗ-ବ୍ୟାୟାମର ଅଭ୍ୟାସକୁ ଅତ୍ୟନ୍ତ ଆବଶ୍ୟକ। ଉଭୟ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟକୁ ଯୋଗ ନିୟନ୍ତ୍ରଣ କରେ। ବାଳାସାନ୍ ଯୋଗ ହେଉଛି ଏପରି ଏକ ଅଭ୍ୟାସ ଯାହା ସବୁ ବୟସର ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ।

Advertisment

ବାଳାସନ ନାମରୁ ଯଦିଓ ଏକ ଶିଶୁ ଆସନ ପରି କିନ୍ତୁ ବାସ୍ତବରେ ଏହା ବୟସ୍କମାନଙ୍କ ପାଇଁ ସବୁଠାରୁ ଉପକାରୀ ଯୋଗ ବ୍ୟାୟାମ। ଯୋଗ ବିଶେଷଜ୍ଞମାନେ କହିଛନ୍ତି, ଶରୀର ଏବଂ ମନକୁ ଆରାମ ଦେବା ପାଇଁ ବାଳାସନ ସ୍ୱତନ୍ତ୍ର ଭାବରେ ପରିକଳ୍ପିତ। ଏହା ବ୍ୟତୀତ, ଏହି ବ୍ୟାୟାମ ପିଠି, ପିଚା, ଜଙ୍ଘ ଏବଂ ଗୋଡକୁ ଷ୍ଟ୍ରେଚିଂ କରିବାରେ ସହଯୋଗ କରେ। ତେବେ ଆସନ୍ତୁ ଏହି ଆସନର ପ୍ରଣାଳୀ ଓ ଉପକାର ବିଷୟରେ ନଜର ପକାଇବା।

କିପରି କରିବେ:

ବାଳାସନ ଯୋଗ ଅଭ୍ୟାସ କରିବା ଅତି ସହଜ ଏବଂ ଏହା ସବୁ ବୟସର ଲୋକମାନେ ଅତି ସହଜରେ ଅଭ୍ୟାସ କରିପାଇବେ।

Advertisment
  • ପ୍ରଥମେ ବଜ୍ରାସନରେ ବସନ୍ତୁ
  • ବର୍ତ୍ତମାନ ନିଶ୍ୱାସ ନେଇ ଦୁଇ ହାତକୁ ଉପରକୁ ଉଠାନ୍ତୁ
  • ଶ୍ୱାସ ଛାଡି ଆଗଙ୍କୁ ଝୁଙ୍କନ୍ତୁ
  • ଦୁଇ ହାତକୁ ସିଧା ରଖନ୍ତୁ
  • ଏହି ଅବସ୍ଥାରେ କିଛି ସେକେଣ୍ଡ ପାଇଁ ରୁହନ୍ତୁ
  • ଶ୍ୱାସ ନେଇ ମୂଳ ଅବସ୍ଥାକୁ ଆସନ୍ତୁ

ଉପକାର:

  • ବାଳାସନ ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ବୃଦ୍ଧି କରେ
  • ହଜମ ପ୍ରକ୍ରିୟାକୁ ସକ୍ରିୟ ରଖିବାରେ ସାହାଯ୍ୟ କରେ
  • ତଳ ପିଠିର ମାଂସପେଶୀ, ଛାତି, ହାମଷ୍ଟ୍ରିଙ୍ଗ୍‌ ଓ କାନ୍ଧରୁ ଚାପ ହ୍ରାସ କରେ
  • ମନକୁ ଶାନ୍ତ ରଖିବା ସହ ଚିନ୍ତା ଦୂର କରେ
Advertisment

ସଚେତନତା:

  • ଏହି ଆସନ ଅତି ସରଳ ଏବଂ ପ୍ରଭାବଶାଳୀ ହୋଇଥିଲେ ବି କେତେକ ପରିସ୍ଥିତିରେ ଏହାକୁ ନ କରିବାକୁ ପରାମର୍ଶ ଦିଆଯାଏ।
  • ଯଦି ଆପଣଙ୍କର ଆଣ୍ଠୁ କିମ୍ବା ପିଠିରେ ଯନ୍ତ୍ରଣା ଥାଏ ତେବେ ବାଳାସନ କରିବାରୁ ଦୂରେଇ ରୁହନ୍ତୁ।
  • ଯେଉଁମାନଙ୍କର ରକ୍ତଚାପରେ ସମସ୍ୟା ରହିଛି, ସେମାନେ ମଧ୍ୟ ଏହି ଅଭ୍ୟାସ କରିବା ଉଚିତ ନୁହେଁ
  • କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶରେ ଏହି ଅଭ୍ୟାସ କରିବେ।
Yogasana Balasana Yoga
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ