Advertisment

ILS ଭୁବନେଶ୍ୱରର ନୂଆ ଆବିଷ୍କାର, ଯକ୍ଷ୍ମାର ଯମ ମଣିଷ ଶରୀରରେ ଥିବା ହୋଷ୍ଟ ପ୍ରୋଟିନ୍

ଟ୍ୟୁବରକୁଲୋସିସ୍ ବା ଯକ୍ଷ୍ମା ନିରାକରଣରେ ନୂଆ ସମ୍ଭାବନା। ମଣିଷ ଶରୀରରେ ଥିବା ହୋଷ୍ଟ ପ୍ରୋଟିନ୍ ନ୍ୟୁକ୍ଲିୟର ରିସେପ୍ଟର କୋ-ରିପ୍ରେସର ୱାନ୍ ବା NCoR1 ହିଁ ଟିବିର ରାମବାଣ।

ଅଦ୍ୟତନ ହୋଇଛି
TB

TB

Advertisment

ଟ୍ୟୁବରକୁଲୋସିସ୍ ବା ଯକ୍ଷ୍ମା ନିରାକରଣରେ ନୂଆ ସମ୍ଭାବନା। ମଣିଷ ଶରୀରରେ ଥିବା ହୋଷ୍ଟ ପ୍ରୋଟିନ୍ ନ୍ୟୁକ୍ଲିୟର ରିସେପ୍ଟର କୋ-ରିପ୍ରେସର ୱାନ୍ ବା NCoR1 ହିଁ ଟିବିର ରାମବାଣ । ଶରୀରରେ ଏହି ପ୍ରୋଟିନର ମାତ୍ରା ଅଧିକ ରହିଲେ, ତାହା ଯକ୍ଷ୍ମା ସୃଷ୍ଟିକାରୀ ବ୍ୟାକ୍ଟେରିଆକୁ ମୂଳପୋଛ କରିଦିଏ। ଭୁବନେଶ୍ୱର ଜୀବବିଜ୍ଞାନ ପ୍ରତିଷ୍ଠାନ- ILS, NCoR1 ନାମକ ଏହି ପ୍ରୋଟିନର ଆବିଷ୍କାର କରିବା ସହ ଯକ୍ଷ୍ମା ସହ ଏହାର ସମ୍ପର୍କକୁ ପ୍ରମାଣିତ କରିଛି। ILS ବୈଜ୍ଞାନିକଙ୍କ ଏହି ଆବିଷ୍କାର ସମ୍ପର୍କିତ ସନ୍ଦର୍ଭ ନିକଟରେ ଆନ୍ତର୍ଜାତିକ ଖ୍ୟାତିସମ୍ପର୍ଣ୍ଣ ବିଜ୍ଞାନ ପତ୍ରିକା PLOS Biologyରେ ପ୍ରକାଶିତ ହୋଇଛି । ଗବେଷଣାରୁ ସ୍ପଷ୍ଟ ହୋଇଛି, ଶରୀରରେ NCoR1 ପ୍ରୋଟିନ୍ ମାତ୍ରା କମିଲେ ଯକ୍ଷ୍ମା ସଂକ୍ରମଣ ବଢେ। ତେବେ ଏ ପ୍ରୋଟିନ୍ ମାତ୍ରା ଅଧିକ ରହିଲେ ଯକ୍ଷ୍ମା ସଂକ୍ରମଣ କମିଯାଏ। ମୂଷା ଶରୀରରେ ପରୀକ୍ଷା କରି ବୈଜ୍ଞାନିକ ଏହାର ପ୍ରମାଣ ପାଇଛନ୍ତି। କେବଳ ଯକ୍ଷ୍ମା ନୁହେଁ, ରିମାଟଏଡ୍ ଆଥ୍ରାଇଟିସ୍ ଭଳି ଅଟୋଇମ୍ୟୁନ୍ ଡିଜିଜକୁ ବି ସଂପୂର୍ଣ୍ଣ ନାଶ କରିବାରେ ଏହି ପ୍ରୋଟିନ୍ ସମର୍ଥ।

Advertisment

୨୦୨୫ ସୁଦ୍ଧା ଦେଶକୁ ଯକ୍ଷ୍ମାମୁକ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଏଭଳି ସମୟରେ ILS ଭୁବନେଶ୍ୱରର ଏହି ନୂଆ ଆବିଷ୍କାର ସରକାରଙ୍କ ଯକ୍ଷ୍ମା ଦୂରୀକରଣ ଟାଗେର୍ଟକୁ ବଳ ଯୋଗାଇବ । ILS ବୈଜ୍ଞାନିକ କହିଛନ୍ତି, କେତେକ ଆମିନୋ ଏସିଡ୍ ଦ୍ୱାରା ଶରୀରରେ ଏହି ହୋଷ୍ଟ ପ୍ରୋଟିନ ମାତ୍ରା ବଢ଼ୁଥିବା ଏବେ ଗବେଷଣାରୁ ଜଣାପଡ଼ିଛି । ଯକ୍ଷ୍ମା ଔଷଧ ସହ ରୋଗୀଙ୍କୁ ଏହି ଆମିନୋ ଏସିଡକୁ ସପ୍ଲିମେଣ୍ଟ ଭାବେ ଦିଆଯାଇ ଶୀଘ୍ର ଟିବି ଦୂର କରାଯାଇପାରିବ । ଏମିତିକି ପରିବାରର ଅନ୍ୟ ସଦସ୍ୟ ଏହି ଆମିନୋ ଏସିଡ୍ ବ୍ୟବହାର କରି ଯକ୍ଷ୍ମା ସଂକ୍ରମଣରୁ ରକ୍ଷା ପାଇପାରିବେ । ଅନ୍ୟପକ୍ଷରେ କିଭଳି ଇନହିବିଟର ଜରିଆରେ ରୋଗୀ ଶରୀରରେ ଏ ପ୍ରୋଟିନ୍ ମାତ୍ରା ବଢ଼ାଯାଇପାରିବ ସେନେଇ ଗବେଷଣା ଚାଲୁ ରହିଛି।

ଏବେ ସମସ୍ତଙ୍କ ଅପେକ୍ଷା ILSର ପରବର୍ତ୍ତୀ ଗବେଷଣା ରେଜଲ୍ଟକୁ। ଯେତେଶୀଘ୍ର ଏନେଇ ଏକ ଇନହିବିଟର ଆବିଷ୍କାର ହୋଇପାରିବ ମଣିଷ ଶରୀର ହିଁ ହୋଇପାରିବ ଯକ୍ଷ୍ମାର ଯମ।

Advertisment

ILS Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: