Advertisment

Health Tips: ସବୁବେଳେ ଚାପଗ୍ରସ୍ତ ହେଉଛନ୍ତି କି… ଜାଣନ୍ତୁ ମୁକ୍ତି ପାଇବାର ୫ ଉପାୟ

ଆଜିର ବ୍ୟସ୍ତବହୁଳ ଜୀବନରେ ଚାପ ଏକ ସାଧାରଣ ସମସ୍ୟା ପାଲଟିଯାଇଛି। ସେ ପିଲା ହୁଅନ୍ତୁ କି ଯୁବକ କିମ୍ବା ବୃଦ୍ଧ ଯେକୌଣସି ବୟସର ବ୍ୟକ୍ତି ଚାପର କବଳକୁ ଆସିପାରନ୍ତି। ତେବେ ଆସନ୍ତୁ ଚାପର ବିଭିନ୍ନ ଲକ୍ଷଣ ଓ ଏହାର ନିରାକରଣ ବିଷୟରେ ଜାଣିନେବା।

ଅଦ୍ୟତନ ହୋଇଛି
If Your Stress Hormones Increased Here Are The Signs And Treatment

If Your Stress Hormones Increased Here Are The Signs And Treatment

Advertisment

ଆଜିର ବ୍ୟସ୍ତବହୁଳ ଜୀବନରେ ଚାପ ଏକ ସାଧାରଣ ସମସ୍ୟା ପାଲଟିଯାଇଛି। ଚାପକୁ ଏକ ଅନିମନ୍ତ୍ରିତ ଅତିଥି କୁହାଯାଇପାରେ, ଯିଏ ଯେକୌଣସି ସମୟରେ ଯେକୌଣସି ବ୍ୟକ୍ତିଙ୍କ ଘରକୁ ଠକ୍ ଠକ୍ କରିପାରେ। ସେ ପିଲା ହୁଅନ୍ତୁ କି ଯୁବକ କିମ୍ବା ବୃଦ୍ଧ ଯେକୌଣସି ବୟସର ବ୍ୟକ୍ତି ଚାପର କବଳକୁ ଆସିପାରନ୍ତି।

Advertisment

ଚାପ ଆମର ଉଭୟ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ଏହା ଆମକୁ ଚିଡିଚିଡା କରିବା ସହ ନିରାଶ ଏବଂ କ୍ଳାନ୍ତ ଅନୁଭବ କରାଏ, ଯାହାଦ୍ୱାରା ଶୋଇବାରେ ସମସ୍ୟା ଆସିଥାଏ। ଏହି କାରଣରୁ ଠିକ ଭାବେ ନିଦ ହୁଏ ନାହିଁ।

ଏହାର ପ୍ରମୁଖ କାରଣ ହେଉଛି ହାଇ ଷ୍ଟ୍ରେସ୍ ହରମୋନ୍। ଏହା ସାଧାରଣତଃ ଚାପଗ୍ରସ୍ତ ବେଳେ ଆମ ଶରୀରରେ କର୍ଟିସୋଲ୍ ଏବଂ ଆଡ୍ରେନାଲିନ୍ ବୃଦ୍ଧି ପାଇ ଆମକୁ ବ୍ୟତିବ୍ୟସ୍ତ କରିଦିଏ। ଏହା ଯଦି ଦୀର୍ଘ ଦିନ ଧରି ଲାଗିରହେ ତେବେ ଏହା ବ୍ୟକ୍ତି ଉପରେ ନକାରାତ୍ମକ ପ୍ରଭାବ ପକାଏ। ଏହି କାରଣରୁ ବ୍ୟକ୍ତି ହୃଦଘାତ, ଉଚ୍ଚ ରକ୍ତଚାପ, ମଧୁମେହ ଇତ୍ୟାଦି ବିଭିନ୍ନ ରୋଗର ଶିକାର ହୋଇଥାନ୍ତି। ତେବେ ଆସନ୍ତୁ ଚାପର ବିଭିନ୍ନ ଲକ୍ଷଣ ଓ ଏହାର ନିରାକରଣ ବିଷୟରେ ଜାଣିନେବା।

Advertisment

ଚାପର ୫ ଲକ୍ଷଣ:

ଥକ୍କାପଣ ଏବଂ ନିଦ୍ରାହିନତା:

କର୍ଟିସୋଲ୍ ହର୍‌ମୋନ୍ ଶୋଇବାରେ ବ୍ୟାଘାତ ସୃଷ୍ଟିକରେ, ପୂରା ରାତିର ବିଶ୍ରାମ ପରେ ମଧ୍ୟ ଥକ୍କା ଲାଗେ। ରାତିରେ ଯଦି ସମ୍ପୂର୍ଣ୍ଣ ନିଦ ନ ହୁଏ, ତେବେ ନିଶ୍ଚିତ ଭାବରେ ଶୋଇବା ଶୈଳୀକୁ ବାଧା ଦିଏ।

ମାଂସପେଶୀ ଯନ୍ତ୍ରଣା ଏବଂ ମୁଣ୍ଡବିନ୍ଧା:

ଷ୍ଟ୍ରେସ୍ ହରମୋନ୍ ମାଂସପେଶୀର ଯନ୍ତ୍ରଣାକୁ ବଢାଇଦେବା ସହ ମୁଣ୍ଡବିନ୍ଧାର କାରଣ ହୋଇଥାଏ। ଏହା ବେକ ଏବଂ ଛାତିରେ ଅତ୍ୟଧିକ ପ୍ରଭାବ ପକାଇବା ସହ ଯନ୍ତ୍ରଣାକୁ ବଢାଇଦିଏ।

Advertisment

ହଜମ ପ୍ରକ୍ରିୟାରେ ବ୍ୟାଘାତ:

ପେଟ ଖରାପ ହେବା, ଫୁଲିବା ଏବଂ ଝାଡା ହେବା ଆଦି ଚାପର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା। ଏହା ମଧ୍ୟ କୋଷ୍ଠକାଠିନ୍ୟ ଆଡକୁ ନେଇପାରେ। ଚାପଗ୍ରସ୍ତ ବ୍ୟକ୍ତି ଖାଦ୍ୟନଳୀ ସମ୍ବନ୍ଧୀୟ ସମସ୍ୟାରେ ମଧ୍ୟ ପିଡୀତ ହୋଇପାରନ୍ତି।

ଭୋକରେ ପରିବର୍ତ୍ତନ:

ଚାପ ଅନେକଙ୍କ ପାଇଁ ଭୋକରେ ପରିବର୍ତ୍ତନ ଆଣିପାରେ। କିଛି ଲୋକଙ୍କ କ୍ଷେତ୍ରରେ ଭୋକ ବଢିପାରେ ତ ଆଉ କେତେକଙ୍କ କ୍ଷେତ୍ରରେ ଭୋକ ହ୍ରାସ ପାଏ।

ଓଜନ ବୃଦ୍ଧି କିମ୍ବା ହ୍ରାସ:

ବିଶେଷକରି କର୍ଟିସୋଲ ହରମୋନ ପେଟର ଚାରିପାଖରେ ଓଜନ ବଢାଇପାରେ, କିମ୍ବା ଭୋକ କମିବା କାରଣରୁ ଓଜନ ହ୍ରାସ ହୋଇପାରେ।

ଚାପର ୫ ନିରାକରଣ:

ନିୟମିତ ବ୍ୟାୟାମ:

ଚାପ କମାଇବା ଏବଂ ମନୋବଳକୁ ସୁଦୃଢ କରିବା ପାଇଁ ଶାରୀରିକ ବ୍ୟାୟାମ ଏକ ଉତ୍ତମ ଉପାୟ। ସପ୍ତାହର ଅଧିକାଂଶ ଦିନ ଅତିକମରେ ୩୦ ମିନିଟ୍ ମଧ୍ୟମ-ତୀବ୍ର ବ୍ୟାୟାମ ପାଇଁ ଲକ୍ଷ୍ୟ ରଖନ୍ତୁ। ଏହା ଚାଲିବା, ଦ୍ରୁତ ଗତିରେ ଚାଲିବା, କିମ୍ବା ସାଇକେଲ ଚଲାଇବା ମଧ୍ୟ ହୋଇପାରେ।

ସୁସ୍ଥ ଖାଦ୍ୟ:

ଫଳ, ପନିପରିବା ଏବଂ ଶସ୍ୟରେ ଭରପୂର ଏକ ସନ୍ତୁଳିତ ଖାଦ୍ୟ ଖାଇବା ଦ୍ୱାରା ଏହ ଆଡ୍ରେନାଲ୍ ଗ୍ରନ୍ଥି ଏବଂ ସାମଗ୍ରିକ ସ୍ୱାସ୍ଥ୍ୟକୁ ସାହାଯ୍ୟ କରିଥାଏ। ଏହା ଶରୀରକୁ ସମସ୍ତ ପୋଷକ ତତ୍ତ୍ୱ ମଧ୍ୟ ଦେଇପାରେ।

ଗୁଣାତ୍ମକ ନିଦ:

ପ୍ରତ୍ୟେକ ରାତିରେ ୭ରୁ ୮ ଘଣ୍ଟା ଶୋଇବା ଜରୁରୀ ହୋଇଥାଏ। ଉତ୍ତମ ନିଦ୍ରା ଅଭ୍ୟାସ ଏବଂ ପ୍ରତିଦିନ ସମାନ ସମୟରେ ଉଠିବା ଏକ ସୁସ୍ଥ ଶରୀର ପ୍ରଦାନ କରିଥାଏ।

ଥେରାପୀ:

ବରମ୍ବାର ଚାପଗ୍ରସ୍ତ ହେଉଥିଲେ ଥେରାପିଷ୍ଟଙ୍କ ସହ ଯୋଗାଯୋଗ କରିବା ମଧ୍ୟ ଏକ ଉତ୍ତମ ବିକଳ୍ପ। ସେମାନଙ୍କ କୌଶଳ ମଧ୍ୟ ଚାପମୁକ୍ତ କରିବାରେ ସାହାଯ୍ୟ କରେ।

Stress And Anxiety Stress Monitoring Health Tips Stress Problems
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ