ଏବେ ଆପଣ କିଛି ଦିନ ହେବ ଲକ୍ଷ୍ୟ କରୁଥିବେ ଯେ, ରାଜ୍ୟର ବିଭନ୍ନ ସ୍ଥାନରୁ ଲଗାତାର ଡାଏରିଆ ବା ହଇଜାର ଖବର ଆସୁଛି। ଯେହେତୁ ଏହା ଏକ ସଂକ୍ରମକ ରୋଗ ତେଣୁ ଗୋଟିଏ ଗୋଟିଏ ଗାଁ କିମ୍ବା ସମୁଦାୟ ଭିତରେ ବ୍ୟାପୁଛି। ଥରେ ଗୋଟିଏ ସଂକ୍ରାମକ ରୋଗ ବ୍ୟାପିବା ପରେ ତା’ର ନିୟନ୍ତ୍ରଣ ପ୍ରତିରୋଧ ଅପେକ୍ଷା କଷ୍ଟକର ହୋଇପଡେ। ସ୍ଥିତି ଅନିୟନ୍ତ୍ରିତ ହେଲେ ଏହା ପ୍ରାଣଘାତକ ମଧ୍ୟ ସାବ୍ୟସ୍ତ ହୋଇଥାଏ। ତେବେ କିଛି ସହଜ ଓ ସାଧାରଣ ସୁରକ୍ଷା ବା ପ୍ରତିରୋଧର ଉପାୟ ଡାଏରିଆରୁ ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ସୁରକ୍ଷିତ ରଖି ପାରିବ।
ଡାଏରିଆ ବା ହଇଜାର ଲକ୍ଷଣ:
Also Read
ଦିନକୁ ତିନି ଥରରୁ ଅଧିକ ପତଳା ବା ତରଳ ଝାଡ଼ା ହେବା
ପେଟ ଫମ୍ପେଇବା ଏବଂ ମୋଡ଼ି ମୋଡ଼ି ହେବା
ଅଇ ଉଠେଇବା ଏବଂ ବାନ୍ତି ହେବା
ଜ୍ବର ହେବା
ହାଲିଆ ବା ଥକ୍କା ଲାଗିବା
ମୁଣ୍ଡ ବୁଲାଇ ହେବା
ଲକ୍ଷଣ ଅଧିକ ତୀବ୍ର ହେଲେ, ଡିହାଇଡ୍ରେସନ୍ ହୋଇ ପାଟି, ଓଠ, ଚର୍ମ ଶୁଷ୍କ ହୋଇଯିବା, ଆଖି କୋରଡରେ ପଶିଲା ପରି ହୋଇଯିବା, ପରିସ୍ରାର ମାତ୍ରା କମିଯିବା
ଡାଏରିଆ ସ°କ୍ରାମକ :
ଇ. କଲାଇ (ଜୀବାଣୁ)
ରୋଟାଭାଇରସ୍ (ଭୂତାଣୁ)
କଲେରା ବ୍ୟାକ୍ଟେରିଆ (ଜୀବାଣୁ)
ଆମିଓବାଏସିସ୍ ପାରାସାଇଟ୍ (ପରଜୀବୀ)
ସ°କ୍ରମଣ କେମିତି ବ୍ୟାପେ
ସ°କ୍ରମିତ ପାନୀୟ ଜଳରେ
ବାସି ବା ଅଘୋଡା ସ°କ୍ରମିତ ଖାଦ୍ୟ, ଷ୍ଟ୍ରିଟ୍ ଫୁଡ୍
ସ°କ୍ରମିତ ହାତ କିମ୍ବା ବାସନ
ହାତ ସଫା ନକରି ଖାଦ୍ୟ ଗ୍ରହଣ କରିବା
ଖୋଲା ପଡିଆ କିମ୍ବା ବାହାରେ ମଳ ତ୍ୟାଗ
ଅସଜଡା ପରିମଳ ବ୍ୟବସ୍ଥା, ପାଣି ଜମା ହୋଇ ରହିବା, ସ°କ୍ରମିତ ପାଣି ପାନୀୟଜଳ ସ୍ରୋତରେ ମିଶିବା
ଅଧିକ ପଢ଼ନ୍ତୁ: କାମରେ ଧ୍ୟାନ କେନ୍ଦ୍ରୀଭୂତ ହେଉନାହିଁ ? ବାରମ୍ବାର ଭୁଲି ଯାଉଛନ୍ତି କି ? କ’ଣ ରହିଛି ଏହା ପଛର କାରଣ ଜାଣନ୍ତୁ
ବର୍ଷା ଋତୁରେ ଡାଏରିଆ ସ°କ୍ରମଣ କାହିଁକି ହୁଏ:
ବର୍ଷା ଜଳ ବିଭିନ୍ନ ରାସ୍ତା ଓ ଖାଲଖମାରେ ଜମା ହୋଇଯାଏ, ସେହିପରି ବର୍ଷା କାରଣରୁ ଅନ୍ୟଦିନ ଅପେକ୍ଷା ଅଧିକ ପରିମାଣର ଜଳ ଡ୍ରେନରେ ମିଶେ, ଏହା ଦ୍ବାରା ସଠିକ ନିଷ୍କାସନ ନହୋଇ ପାରି ପାଣି ଜମା ହୁଏ ଏବଂ ଏହା ବିଭିନ୍ନ ଜୀବାଣୁ, ଭୂତାଣୁ ତଥା ପରଜୀବୀଙ୍କ ବ°ଶବୃଦ୍ଧି ପାଇଁ ଉପଯୁକ୍ତ ପରିବେଶ ଦେଇଥାଏ। ସେହିପରି ବିଭିନ୍ନ ରାସ୍ତା, ଡ୍ରେନ୍ ଏବଂ ଖାଲ ଆଦିରୁ ସ°କ୍ରମିତ ଜଳ ବୋହି ପାନୀୟଜଳ ସ୍ରୋତରେ ମିଶିଯାଏ। ଏହି ସବୁ କାରଣରୁ ବର୍ଷା ଦିନେ ଡାଏରିଆ ସ°କ୍ରାମକ ରୋଗ ଅଧିକ ଦେଖାଯାଏ।
ଡାକ୍ତରଙ୍କ ପରାମର୍ଶ ନେବେ କେତେବେଳେ:
ନାଳ କିମ୍ବା ରକ୍ତ ପଡ଼ିଲେ
ଦୁଇ ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ପତଳା ଝାଡା ଲାଗି ରହିଲେ
ଲଗାତାର ବାନ୍ତି ଏବଂ ଜ୍ବର ଲାଗି ରହିଲେ
ଡିହାଇଡ୍ରେସନ୍ ବା ଜଳୀୟଅ°ଶର ଅଭାବର ଲକ୍ଷଣ ଦେଖାଗଲେ
ଡାଏରିଆ ଭୋଗୁଥିବା ବ୍ୟକ୍ତି ଶିଶୁ, ବୃଦ୍ଧ କିମ୍ବା ମଧୁମେହ ରୋଗୀ ହୋଇଥିଲେ
ଡାଏରିଆ ଆରମ୍ଭ ହେଲେ କ’ଣ କରିବେ:
ORS ନିଶ୍ଚିୟ, ନିଶ୍ଚୟ ଏବଂ ନିଶ୍ଚୟ ଗ୍ରହଣ କରିବେ। ବାରମ୍ବାର ଗ୍ରହଣ କରିବେ।
ଶିଶୁ ମାନଙ୍କ କ୍ଷେତ୍ରରେ ଜିଙ୍କ ସପ୍ଲିମେଣ୍ଟସ ଦେବା ଜରୁରୀ
ପତଳା ଖେଚୁଡ଼ି, ଆଳୁ ସିଝା, ଦହି, କଦଳୀ ପରି ହାଲୁକା ଖାଦ୍ୟ ଖାଇବେ। ତେଲ, ରାଗ, ମସଲା ଯୁକ୍ତ ଖାଦ୍ୟ ଖାଇବେ ନାହିଁ।
ଅଧିକ ଝାଳ ବୋହିବା କିମ୍ବା ଦେହକୁ ଥକାଇଲା ପରି କାମ ନକରି ବିଶ୍ରାମ ନେବେ
ଡାକ୍ତରଙ୍କ ବିନା ପରାମର୍ଶରେ ଆଣ୍ଟିବାୟୋଟିକ୍ସ ଖାଆନ୍ତୁ ନାହିଁ, ଅଧିକ°ଶ କ୍ଷେତ୍ରରେ ଏହା ଭୂତାଣୁ ଜନିତ ହୋଇଥାଏ ଏବଂ ଆପେ ଆପେ ଠିକ୍ ହୋଇଯାଏ। ତେଣୁ ଜୀବାଣୁ ବିନାଶକାରୀ ଔଷଧ ନେବା ଆବଶ୍ୟକ ନଥାଏ।
ଡାଏରିଆରୁ ସୁରକ୍ଷାର ଉପାୟ: ଚିକିତ୍ସା ଅପେକ୍ଷା ସବୁବେଳେ ପ୍ରିଭେନସନ୍ ହିଁ ଭଲ।
ଖାଦ୍ୟ ଗ୍ରହଣ ପୂର୍ବରୁ ଏବଂ ମଳତ୍ୟାଗ ପରେ ଭଲରେ ସାବୁନ କିମ୍ବା ହ୍ୟାଣ୍ଡ୍-ଓ୍ବାଶରେ ହାତ ସଫା କରନ୍ତୁ।
ପାଣି ଫୁଟାଇ, ଛାଣି ପିଅନ୍ତୁ । ସଫାସୁତୁରା କିମ୍ବା ପରିଚ୍ଛନ୍ନତା ବିଷୟରେ ସନ୍ଦେହ ଥିବା ସ୍ଥାନରୁ କିଛି ଖାଆନ୍ତୁ ନାହିଁ କିମ୍ବା ଦିଅନ୍ତୁ ନାହିଁ
ଘରେ ରୋଷେଇ ହୋଇଥିବା ତଟକା, ଉଷୁମ ଖାଦ୍ୟ ଖାଆନ୍ତୁ
ଫଳ ଖାଇବା ପୂର୍ବରୁ ଭଲରେ ଧୋଇ, ସଫା କରି, ଚୋପା ଛଡ଼ାଇ ଖାଆନ୍ତୁ
ବାହାରେ ରାସ୍ତା କଡ଼ରୁ ଗୁପଚୁପ୍, ଚାଟ୍, ବରା, ସିଙ୍ଗଡ଼ା, କଟା ଫଳ, ଜୁସ୍, ଲସି ଆଦି ଗ୍ରହଣ କରନ୍ତୁ ନାହିଁ
ଘରର ରୋଷେଇଘର, ବାସନକୁସନ ଏବଂ ଡ୍ରେନ୍ ସଫା ରଖନ୍ତୁ। ଅସରପା ଆଦି ଦୂର କରିବା ପାଇଁ ମିଳୁଥିବା କୀଟନାଶକ ବ୍ୟବହାର କରନ୍ତୁ।
ଛୋଟ ଛୁଆଙ୍କୁ ହାତ ସଫା ରଖିବାର ଆବଶ୍ୟକତା ଏବଂ ସଠିକ୍ ଉପାୟ ଶିଖାନ୍ତୁ
ପାଇଖାନା ବ୍ୟବହାର ପାଇଁ ଉତ୍ସାହିତ କରନ୍ତୁ, ଖୋଲା ପଡିଆ କିମ୍ବା ବାହାରେ ମଳତ୍ୟାଗରୁ ବିରତ ରହିବା ପାଇଁ ବୁଝାନ୍ତୁ
ସ୍ଥାନୀୟ ଅଧିକାରୀଙ୍କୁ ଆପଣଙ୍କ ଅଞ୍ଚଳର ପରିମଳ ବ୍ୟବସ୍ଥା ବିଷୟରେ ଅବଗତ କରାନ୍ତୁ ଏବ° ସଫା କରାଇବା ପାଇଁ ତତ୍ପର କରାନ୍ତୁ
ସ°କ୍ରମିତ ଜଳ କିମ୍ବା ଖାଦ୍ୟ ଦେଖିଲେ ସମ୍ପୃକ୍ତ ଅଧିକାରୀଙ୍କୁ ଜଣାନ୍ତୁ
ପିଲାମାନଙ୍କୁ ହାତ ସଫା ରଖିବାର ବିଷୟରେ ବତାଇବା ସହ ଓ ଆର୍ ଏସର ଆବଶ୍ୟକତା ବିଷୟରେ ମଧ୍ୟ ଅବଗତ କରାନ୍ତୁ
ଶୁଣିବା ପାଇଁ କେବଳ ପତଳା ଝାଡା ଏବଂ ବାନ୍ତି ସାଧାରଣ ଲାଗୁଥିଲେ ମଧ୍ୟ ଡାଇରିଆ ଏବଂ ଡିହାଇଡ୍ରେସନ୍ ଅଧିକ ଜଟିଳ ହେଲେ କିଡନୀ ଫେଲୁଅର୍ ଏବଂ ପ୍ରାଣ ଘାତକ ହୋଇପାରେ। ତେଣୁ ଆଗୁଆ ସାବଧାନ ରହିବା ହିଁ ବୁଦ୍ଧିମାନର କାମ।