Advertisment

Hidden Sugar in Food: ଆପଣଙ୍କ ପାଟିକୁ ମିଠା ଲାଗୁନଥିବା ଖାଦ୍ୟରେ ବି ରହିଛି ଯଥେଷ୍ଟ ସୁଗାର୍, ରୁହନ୍ତୁ ସତର୍କ...

କୌଣସି ଖାଦ୍ୟ ପଦାର୍ଥର ସ୍ବାଦ ଆପଣଙ୍କ ପାଟିକୁ ମିଠା ଲାଗୁନିର ଅର୍ଥ ଯେ ସେଥିରେ ସୁଗାର ନାହିଁ ତାହା ଗୋଟିଏ ସମ୍ପୂର୍ଣ୍ଣ ଭୁଲ ଧାରଣା ! ବ୍ରେଡ୍, କେଚପ୍, ବିସ୍କିଟ୍ ଏମିତିକି ସ୍ବାସ୍ଥ୍ୟ ପକ୍ଷେ ହିତକର କୁହାଯାଉଥିବା ଅନେକ ଶସ୍ୟରେ ମଧ୍ୟ ‘ଆଡେଡ୍ ସୁଗାର’ ରହିଥାଏ! ଚାଲନ୍ତୁ ଜାଣିବା ଆଜି କ’ଣ ଏହି ‘ହିଡେନ୍ ସୁଗାର୍’, କେମିତି ଚିହ୍ନଟ ତଥା ନିଜ ଶରୀରକୁ ରକ୍ଷା କରିବେ ଆପଣ।

ଅଦ୍ୟତନ ହୋଇଛି
ଖାଦ୍ୟରେ ଚିନି...କେମିତି ଚିହ୍ନିବେ

ଖାଦ୍ୟରେ ଚିନି...କେମିତି ଚିହ୍ନିବେ

Advertisment

ଖାଦ୍ୟସାର ସୁଗାର କ’ଣ ?: ସୁଗାର୍ ହେଉଛି ଶ୍ବେତ ସାରର ଗୋଟିଏ ପ୍ରକାର, ଏହାକୁ ଗ୍ରହଣ କରିବା ଦ୍ୱାରା ଶରୀରକୁ ଖୁବ୍ ଶୀଘ୍ର ଉର୍ଜା ବା ଶକ୍ତି ମିଳିଥାଏ। କ୍ଷୀର, ଫଳ ଏବଂ ପନିପରିବାରେ ଏହା ପ୍ରାକୃତିକ ଉପାୟରେ ମହଜୁଦ ଥାଏ। ଏହି ପ୍ରାକୃତିକ ସୁଧାର ସହ ତନ୍ତୁ (ଫାଇବର), ଭାଇଟାମିନ୍ ଏବଂ ମିନେରାଲ୍ସ ମିଶି ରହିଥାଏ। ତେଣୁ ଏହାକୁ ସନ୍ତୁଳିତ ମାତ୍ରାରେ ଗ୍ରହଣ କରିବା ସ୍ବାସ୍ଥ୍ୟ ପକ୍ଷେ ହିତକର।

Advertisment

ସୁଧାର ଆମ ଶରୀର ପାଇଁ ଆବଶ୍ୟକ କାହିଁକି?: ସୁଗାର୍ (ଗ୍ଲୁକୋଜ) ଆମ ଶରୀର ପାଇଁ ଇନ୍ଧନ ଭାବରେ କାମ କରେ। ମେଟାବୋଲିଜିମ୍ (କୋଷ ସ୍ତରରେ ଖାଦ୍ୟସାରର ପାଚନ ଏବଂ ଉର୍ଜା ଉପାର୍ଜନର ପ୍ରକ୍ରିୟା) ଦ୍ବାରା ଆମ ଶରୀର ଗ୍ଲୁକୋଜରୁ ମସ୍ତିଷ୍କ, ମା°ସପେଷୀ ଏବଂ ଅନ୍ୟାନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ପାଇଁ ଉର୍ଜା ଉତ୍ପାଦନ କରିଥାଏ। ଏହା ଶରୀରକୁ କାମ କରିବା ପୁ ଶକ୍ତି ଦେବା ସହ ଶରୀର ଏବଂ ମନକୁ ଫୁର୍ତ୍ତି ଦିଏ।

ତାହାଲେ ଆମେ ସୁଗାର ମାତ୍ରା ନିୟନ୍ତ୍ରଣ କରିବା ଆବଶ୍ୟକ କାହିଁକି?: ଖାଦ୍ୟରେ ଆବଶ୍ୟକତା ଠାରୁ ଅଧିକ ସୁଗାର ବା ମାତ୍ରାଧିକ ସୁଗାର ବା ଆଡେଡ୍ ସୁଗାର (ସଫ୍ଟ ବା କୋଲ୍ଡ ଡ୍ରିଙ୍କ୍ସ, ପ୍ୟାକେଜ୍ଡ ଫୁଡ୍, ମିଷ୍ଟାନ୍ନ ଆଦିରେ) କାରଣରୁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ଏଥିରୁ ଶରୀରକୁ ଯଦିଓ ତୁରନ୍ତ ଉର୍ଜା ମିଳିଥାଏ ଏବଂ କାମ କରିବା ପାଇଁଁ ଫୁର୍ତ୍ତି ଲାଗେ, କିନ୍ତୁ ଶରୀରକୁ କୌଣସି ଖାଦ୍ୟସାର କିମ୍ବା ଉପକାର ମିଳି ନଥାଏ। ଆଡେଡ୍ ସୁଗାର କାରଣରୁ ଦେଖା ଯାଉଥିବା ସ୍ବାସ୍ଥ୍ୟ ସମସ୍ୟା ଗୁଡ଼ିକ ହେଲା:

Advertisment

(୧) ଅନିୟନ୍ତ୍ରିତ ଓଜନ ବୃଦ୍ଧି / ମେଦବହୁଳତା

(୨) ମଧୁମେହ

(୩) ହୃଦରୋଗ

(୪) ଦାନ୍ତ ନଷ୍ଟ ହେବା ବା ଟୁଥ୍ ଡିକେ

ଆଡେଡ୍ ସୁଗାର କ’ଣ?: ରୋଷେଇ, ଖାଦ୍ୟ ପ୍ରସ୍ତୁତି କିମ୍ବା ପ୍ୟକେଜି° ସମୟରେ ଖାଦ୍ୟର ସ୍ବାଦ ବଢାଇବା କିମ୍ବା ସୈ।ନ୍ଦର୍ଯ୍ୟ ବଢାଇବା କିମ୍ବା ଅଧିକ ଦିନ ଯାଏଁ ସ°ରକ୍ଷିତ ରଖିବା ପାଇଁ ଖାଦ୍ୟରେ ସୁଗାର ଆଡ୍ ବା ଯୋଗ କରାଯାଏ। ଉକ୍ତ ଖାଦ୍ୟରେ ସୁଗାରର ମାତ୍ରା ପ୍ରାକୃତିକ ଉପାୟରେ କମ୍ କିମ୍ବା ଅନୁପସ୍ଥିତ ରହିଥାଏ। ଧଳା କିମ୍ବା ବ୍ରାଉନ ଚିନି, ମହୁ, ଗୁଡ, ହାଇ-ଫ୍ରୁକ୍ଟୋଜ୍ କର୍ଣ୍ଣ ସିରପ୍ ଏବଂ ଚା’, କଫି, ଜୁସ୍, ଡେଜର୍ଟରେ ପଡୁଥିବା ଚିନି ଏସବୁ ଆଡେଡ୍ ସୁଗାରର ଉଦାହରଣ।

ହିଡେନ୍ ସୁଗାର କ’ଣ?: ନିତିଦିନିଆ ଖାଦ୍ୟରେ ଥିବା ଆଡେଡ୍ ସୁଗାର ଯାହାର ସ୍ବାଦ ମିଠା ମଧ୍ୟ ଜଣାପଡେ ନାହିଁ ଯେମିତିକି ବ୍ରେଡ୍, ସସ୍, ଡାଏଟ୍ ସ୍ନାକ୍, ଫ୍ଲେଭର୍ଡ ଡ୍ରିଙ୍କ୍ସ ଆଦି। ଏହି ସବୁ ଖାଦ୍ୟ ପ୍ୟାକେଟରେ ସିରପ୍, ଡେକଷ୍ଟ୍ରୋଜ୍, ଗ୍ଲୁକୋଜ ଆଦି ଲେଖା ଯାଇଥାଏ। ସେଥିପାଇଁ ପ୍ରୋସେସ୍ଡ ବା ପ୍ୟାକେଜ୍ଡ ଖାଦ୍ୟ କିଣିବା ପୂର୍ବରୁ ପ୍ୟାକର ଲେବେଲ୍ ବା ପଛପଟେ ଲେଖାଥିବା ଇନ୍-ଗ୍ରେଡିଏଣ୍ଟସ କୁ ପଢି ଜାଣିବା ଏବଂ ବୁଝିବା ଆବଶ୍ୟକ।

Advertisment

ଖାଦ୍ୟ ପ୍ୟାକେଟରୁ ହିଡେନ୍ ସୁଗାରକୁ ଚିହ୍ନନ୍ତୁ: ସାଧାରଣତଃ ହିଡେନ୍ ସୁଗାର ବା ଆଡେଡ୍ ସୁଗାର ନିମ୍ନକ୍ତୋ ନାମରେ ପ୍ୟାକେଟରେ ଲେଖାଥାଏ, (ଏଥିରୁ ଗୋଟିଏ କିମ୍ବା ଏକାଧିକ ଆଡେଡ୍ ସୁଗାର ମଧ୍ୟ ମହଜୁଦ ଥାଇ ପାରେ, ସେହି ଅନୁପାତରେ ସୁଗାରର ମାତ୍ରା ଖୁବ ଅଧିକ ହୋଇଥାଏ):

ସୁକ୍ରୋଜ୍ (Sucrose)

ଫ୍ରୁକ୍ଟୋଜ୍ (Fructose)

ଗ୍ଲୁକୋଜ (Glucose)

କର୍ଣ୍ଣ ସିରପ (Corn syrup)

ମାଲ୍ଟୋଜ୍ (Maltose)

ଡେକଷ୍ଟ୍ରୋଜ୍ (Dextrose)

ହନି (Honey), ମୋଲାସେସ୍ (molasses), କେନ୍ ଜୁସ୍ ( cane juice)

ସେହିପରି ଅନେକ ଖାଦ୍ୟ ସାମଗ୍ରୀର ପ୍ୟାକେଟ୍ ଉପରେ ଲୋ-ଫ୍ୟାଟ୍ (Low-Fat) ବା କମ୍ ଚର୍ବି ଯୁକ୍ତ କିମ୍ବା ଡାଏଟ୍ (Diet) ଲେଖାଥାଏ, ଓଜନ ଏବଂ ଚର୍ବିର ଗ୍ରହଣକୁ ନିୟନ୍ତ୍ରଣ ଏବଂ ଡାଏଟି° କରୁଥିବା ବ୍ୟକ୍ତି ଖୁବ ଆନନ୍ଦରେ ଏସବୁ ଗ୍ରହଣ କରନ୍ତି। କିନ୍ତୁ ପ୍ରକୃତରେ ଏସବୁ ଖାଦ୍ୟରେ ସ୍ବାଦ ବଢାଇବା ପାଇଁ ଅଧିକ ହିଡେନ୍ ସୁଗାର ରହିଥାଏ, ଯଥା ଫ୍ଲେଭର୍ଡ ୟୋଗର୍ଟ, ଫ୍ରୁଟ୍ ଜୁସ୍, ଏନେର୍ଜି ଡ୍ରିଙ୍କ୍ସ, ବ୍ରେକ ଫାଷ୍ଟ ବାର୍, ସ୍ପୋର୍ଟସ ଡ୍ରିଙ୍କ୍ସ, ଫ୍ଲେଭର୍ଡ ଓ୍ବାଟର୍ ଆଦି (ଏହି ସବୁ ପାନୀୟ ଦ୍ରବ୍ୟରେ ସାଧାରଣ ସୋଡା ସହ ସମାନ ମାତ୍ରାର ସୁଗାର ରହିଥାଏ। ଶିଶୁ ଏବଂ କିଶୋର ମାନଙ୍କ ପାଇଁ ଉଦ୍ଦିଷ୍ଟ ପାନୀୟ ଯେମିତିକି ବ୍ରେକଫାଷ୍ଟ ସେରିଅଲ୍ସ, ବିସ୍କିଟ୍, ଫ୍ଲେଭର୍ଡ ମିଲ୍କ, ପ୍ୟାକେଜ୍ଡ ଜୁସ୍ ରେ ମଧ୍ୟ ମାତ୍ରାଧିକ ସୁଗାର ରହିଥାଏ।

ସେହିପରି ଚା’, କଫି ଆଦି ସହ ସୁଗାର କ୍ବୁବ୍ସ, ଫ୍ଲେଭର୍ଡ ସିରପ୍, ସ୍ବିଟେଣ୍ଡ କ୍ରିମ୍ ଆଦି ନେବା ଦ୍ବାରା, ଜଣେଦିନକୁ ଗ୍ରହଣ କରୁଥିବା ସୁଗାରର ମାତ୍ରାକୁ ବଢାଇଦିଏ।

ସୁଗାର ଗ୍ରହଣର ମାତ୍ରାକୁ ନିୟନ୍ତ୍ରଣ କରିବାର ଉପାୟ

ପ୍ୟାକେଜ୍ଡ ଜୁସ୍ ଅପେକ୍ଷା ସାଧା ପାଣି, ଘରେ ତିଆରି ଇନ୍ଫ୍ୟୁଜ୍ଡ ପାଣି, ପଇଡ ପାଣି ଗ୍ରହଣ କରନ୍ତୁ

ମିଠା ଦହି ଅପେକ୍ଷା ସାଧାରଣ ବସା ଦହିରେ ଇଚ୍ଛା ମୁତାବକ ଫଳ ମିଶାଇ ଖାଆନ୍ତୁ

ପ୍ୟାକେଟ ଜୁସ୍ ଅପେକ୍ଷା ତଟକା ଫଳ କିମ୍ବା ଘରେ ପ୍ରସ୍ତୁତ ଜୁସ୍ ପିଅନ୍ତୁ

କୁକିଜ୍, ବିସ୍କିଟ୍, ଡାଏଟ୍ ବାର୍ ଅପେକ୍ଷା ଭଜା ଚଣା, ଭଜା ଡ୍ରାଏ ଫ୍ରୁଟ୍ ଏବଂ ନଟ୍ସ ଗ୍ରହଣ କରନ୍ତୁ

ଘରେ ସ୍ମୁଦି, ଜୁସ୍, ମିଲ୍କସେକ୍, ଲେମ୍ବୁପାଣି, ସସ୍ ଏବଂ ଫଳ ଜାମ୍ ବନାନ୍ତୁ, ଏହା ଦ୍ବାରା ଆପଣ ନିଜର ସୁଗାର ଗ୍ରହଣର ମାତ୍ରାକୁ ନିୟନ୍ତ୍ରିତ କରି ପାରିବେ।

Brown Sugar Sugar Drinks With Added Sugar Hidden
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ