ମ୍ୟାଲେରିଆ ସହ କେମିତି ମୁକାବିଲା କରୁଛି ଓଡ଼ିଶା ? ଦେଖିବାକୁ ଆସୁଛି WHO

ଓଡ଼ିଶା ଆସୁଛି WHO ଟିମ୍ ।

WHO

ମ୍ୟାଲେରିଆ ନିୟନ୍ତ୍ରଣରେ ଓଡ଼ିଶାର ସଫଳତା ଦେଖିବାକୁ ଆସିଛନ୍ତି WHO ଟିମ । ୨୦୧୬ ମସିହାରେ ରାଜ୍ୟରେ ସାଢେ ୪ ଲକ୍ଷ ମ୍ୟାଲେରିଆ କେସ ଦେଖିବାକୁ ମିଳିଥିଲା । ଗତ ବର୍ଷ ଏହି ସଂଖ୍ୟା ଖସି ୨୫ ହଜାରରେ ପହଞ୍ଚିଛି । ତେଣୁ ଓଡ଼ିଶା କିଭଳି ଏଭଳି ସଫଳତା ପାଇଛି, ଏହାର ଅନୁକରଣ କରିବା ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଦସ୍ୟ ଓଡ଼ିଶା ଆସିଛନ୍ତି । ଓଡ଼ିଶାରେ ପହଞ୍ଚିବା ପରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଛନ୍ତି WHOର ଟିମ୍ । ପ୍ରାର୍ଥମିକ ପର୍ଯ୍ୟାୟରେ ଏହି ଟିମ୍ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି ।