Advertisment

ବୁଷ୍ଟର୍‌ ଯୋଗାସନ; କରିବ ଟେନ୍‌ସନ୍‌ ଦୂର

ମନ ସ୍ଥିର ରହିଲେ ଶରୀର ସୁସ୍ଥ ରୁହେ। ଏଥିରେ ବ୍ୟତୀକ୍ରମ ଶରୀରକୁ କଷ୍ଟ ଦିଏ। ତେଣୁ ମନକୁ ସୁସ୍ଥ ରଖିବା ସମସ୍ତଙ୍କ ଗୁରୁ ଦାୟିତ୍ୱ ହେବା ଜରୁରୀ। ଏହିସବୁ ଯୋଗାସନ କରିବା ଦ୍ୱାରା ମନ ଆପେ ଆପେ ସ୍ଥିର ହୋଇଯାଏ।

ଅଦ୍ୟତନ ହୋଇଛି
How does yoga improve mood

How does yoga improve mood

Advertisment

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଉଭୟ ମନ ଓ ଶରୀରର ସ୍ୱାସ୍ଥ୍ୟ ଠିକ୍ ରହିବା ଜରୁରୀ। ଗୋଟିଏରେ ସମସ୍ୟା ଦେଖାଗଲେ ଅନ୍ୟ ଉପରେ ପ୍ରଭାବ ପଡିଥାଏ। ଏନେଇ ଶରୀରକୁ ସୁସ୍ଥ ରଖିବା ପାଇଁ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ପଦକ୍ଷେପ ନେବା ସମସ୍ତ ପାଇଁ ଆବଶ୍ୟକ।

Advertisment

ତେବେ ମନର ସ୍ୱାସ୍ଥ୍ୟକୁ ଠିକ ରଖିବା ନେଇ ଯୋଗାସନ ସବୁଠାରୁ ଉତ୍ତମ ଉପାୟ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦିଅନ୍ତି। ସବୁ ବୟସର ଲୋକଙ୍କ ପାଇଁ ନିୟମିତ ଯୋଗ ଅଭ୍ୟାସ ଜରୁରୀ ବୋଲି କୁହାଯାଏ। ତେବେ ଆସନ୍ତୁ ଜାଣିବା ମନର ଅବସ୍ଥାକୁ ଠିକ୍ ରଖିବା ପାଇଁ କେଉଁ ସବୁ ଯୋଗ ଅତ୍ୟନ୍ତ ଲାଭଦାୟକ ହୋଇପାରେ।

ପର୍ବତାସନ:

ଶରୀରର ଉନ୍ନତି ପାଇଁ ଯୋଗାସନ ମଧ୍ୟରୁ ପର୍ବତାସନ ଅନ୍ୟତମ। ବିଶେଷକରି ଏହା ମସ୍ତିଷ୍କ ପାଇଁ ଅତ୍ୟନ୍ତ ଲାଭଦାୟକ। ଏହି ଆସନ ସ୍ନାୟୁ ପ୍ରଣାଳୀକୁ ଠିକ୍ କରିଦିଏ ଓ ମାନସିକ ସ୍ତରରେ ସୁସ୍ଥ ଏବଂ ଫିଟ୍ ରଖେ। ଉତ୍ତମ ଶାରୀରିକ ସନ୍ତୁଳନ ବଜାୟ ରଖିବା ପାଇଁ ଏହି ଆସନର ଅଭ୍ୟାସ ମଧ୍ୟ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।

Advertisment

ଅଧୋମୁଖ ଶ୍ୱାନାସନ:

ଅଧୋମୁଖ ଶ୍ୱାନାସନ ଶରୀରକୁ ଷ୍ଟ୍ରେଚିଂ କରିବା ମସ୍ତିଷ୍କର କାମକୁ ସହଜ କରିଦିଏ। ଏହା ଉଦାସୀନତାକୁ ଦୂର କରିବା ସହିତ ମନକୁ ଶାନ୍ତ କରିବାରେ ସାହାଯ୍ୟ କରିଥାଏ। ଅଧ୍ୟୟନରୁ ଜଣାପଡିଛି ଯେ ଏହି ଯୋଗ ଅଭ୍ୟାସ ମସ୍ତିଷ୍କରେ ରକ୍ତ ସଞ୍ଚାଳନକୁ ମଧ୍ୟ ଉନ୍ନତ କରିଥାଏ।

ଭୁଜଙ୍ଗାସନ:

ଅଣ୍ଟା ଏବଂ ପିଠି ଯନ୍ତ୍ରଣାକୁ ହ୍ରାସ କରିବା ପାଇଁ ଭୁଜଙ୍ଗାସନ ଏକ ଉତ୍ତମ ଆସନ। ଏହାର ଅଭ୍ୟାସ ହୃଦୟ ଏବଂ ଫୁସ୍‌ଫୁସ୍‌ର କାମକୁ ପ୍ରୋତ୍ସାହିତ କରିବା ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହା ଫୁସ୍‌ଫୁସ୍‌କୁ ଖୋଲି ଶରୀରକୁ ଅଧିକ ଅମ୍ଳଜାନ ଆଣିବାରେ ସାହାଯ୍ୟ କରେ, ଯାହା ଦ୍ୱାରା ମନ ଶାନ୍ତ ଏବଂ ସ୍ଥିର ରହିଥାଏ।

Advertisment
Yoga Improve Mood Yoga Tips Yogasana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ