ଯୁବା ବୟସରେ ବିଛଣାରେ ମନୋଜ୍ : ଲାଇନମ୍ୟାନ୍ କାମ କରୁଥିଲେ, ଖସିପଡ଼ି ଏବେ ଶଯ୍ୟାଶାୟୀ

ଦଇବ ଦଉଡ଼ି ମଣିଷ ଗାଈ, ଯେଣିକି ଟାଣଇ ସେଣିକି ଯାଇ । ବେଶ ହସଖୁସିରେ ଚାଲିଥିଲା ସଂସାର । ହେଲେ ଗୋଟିଏ ଦୁର୍ଘଟଣା ପରେ ମନୋଜ ପ୍ରଧାନଙ୍କ ଜୀବନର ମୋଡ଼ ବଦଳିଗଲା ।

ମନମୁଣ୍ଡା ବିଦ୍ୟୁତ ବିଭାଗରେ ଠିକା କର୍ମଚାରୀ ଭାବରେ ଲାଇନମେନ ଭାବରେ କାମ କରୁଥିଲେ ମନୋଜ

News Summary

ବିଦ୍ୟୁତ ଖୁଣ୍ଟରେ ଚଢି କାମ କରୁଥିବା ବେଳେ ଖସିପଡ଼ିଲେ, ମେରୁଦଣ୍ଡ ହାଡ଼ ଭାଙ୍ଗିଗଲା

ଏବେ ବିଭାଗ କହୁଛି, ସେ ଆମ କର୍ମଚାରୀ ନୁହଁ

ମନମୁଣ୍ଡା ବିଦ୍ୟୁତ ବିଭାଗରେ ଠିକା ଲାଇନମେନ ଭାବରେ କାମ କରୁଥିଲେ ମନୋଜ

 ଘରେ ଦୁଇ ବର୍ଷର ପୁଅ, କୁଲିମଜୁରୀ କରି ପରିବାର ଚଳାଉଛି ସ୍ତ୍ରୀ

କଣ୍ଟାମାଳ(ରବୀନ୍ଦ୍ର ହୋତା) : ଯେଉଁ ବୟସରେ ଘର ସଂସାର କରିବା କଥା, ସେହି ବୟସରେ ସେ ଏବେ ଶଯ୍ୟାଶାୟୀ । ବିଦ୍ୟୁତ ଖୁଣ୍ଟରେ ଚଢି କାମ କରୁଥିବା ସମୟରେ ଦୁର୍ଘଟଣାରେ ମେରୁଦଣ୍ଡ ହାଡ ଭାଙ୍ଗିଯିବା ପରେ ଚାଲିବୁଲି ପାରୁନାହାନ୍ତି । ବିଭିନ୍ନ ସ୍ଥାନରୁ ଚିକିତ୍ସା କଲେ ମଧ୍ୟ ଭଲ ନହେବାରୁ ଶେଷରେ ଘରେ ପଡ଼ି ରହିଛନ୍ତି । ଅର୍ଥ ଅଭାବରୁ ଚିକିତ୍ସା ହୋଇ ପାରୁନି । ଗୋଟିଏ ଛୋଟ ପୁଅ ଓ ସ୍ତ୍ରୀଙ୍କୁ ନେଇ ଦୁଃଖରେ ଜୀବନ ଜିଉଁଛନ୍ତି ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକ ଖଟଖଟିଆ ପଂଚାୟତ ଶଙ୍କରପୁର ଗ୍ରାମର ମନୋଜ ପ୍ରଧାନ।

ବେଶ ହସଖୁସିରେ ଚାଲିଥିଲା ସଂସାର । ହେଲେ ଦୁର୍ଘଟଣା ବଦଳାଇ ଦେଲା ଜୀବନର ମୋଡ଼ । ମନମୁଣ୍ଡା ବିଦ୍ୟୁତ ବିଭାଗରେ ଠିକା କର୍ମଚାରୀ ଭାବରେ ଲାଇନମେନ ଭାବରେ କାମ କରୁଥିଲେ ମନୋଜ । ହେଲେ ବିଦ୍ୟୁତ ଖୁଣ୍ଟରେ ଚଢି କାମ କରୁଥିବା ବେଳେ ଲାଇନ ଚାର୍ଜ ହୋଇଯିବାରୁ  ଖୁଣ୍ଟରୁ ପଡି ମେରୁଦଣ୍ଡ ହାଡ଼ ଭାଙ୍ଗିଗଲା । ବିଭିନ୍ନ ବଡ଼ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା କରି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କଲେ ହେଲେ ମଧ୍ୟ ଭଲ ହେଲାନାହିଁ ।

ଘରେ ଯାହା କିଛି ଟଙ୍କା ସୁନା ଜମିବାଡ଼ି ଥିଲା ବନ୍ଧକ ରଖି ଖର୍ଚ୍ଚ କଲେ । ହେଲେ ଅର୍ଥ ଅଭାବରୁ ଆଉ ଚିକିତ୍ସା କରି ନପାରି ଏବେ ସେ ଶଯ୍ୟାଶାୟୀ । ସ୍ତ୍ରୀ ସୁପ୍ରିୟା ଏବେ ସ୍ୱାମୀଙ୍କ ସବୁ ସେବା କରୁଛନ୍ତି । ଖାଇବା ପିଇବା ଠାରୁ ଆରମ୍ଭ କରି ସବୁକିଛି । ହୁଇଲ ଚେୟାରରେ ଯିବାଆସିବା କରୁଛନ୍ତି ମନୋଜ୍ । ରୋଜାଗାରିଆ ସ୍ୱାମୀ ଏପରି ଅବସ୍ଥାରେ କିପରି ପରିବାର ଚଲାଇବେ ଘାଣ୍ଟି ହେଉଛନ୍ତି ସ୍ତ୍ରୀ । ଦୁଇ ବର୍ଷର ପୁଅକୁ କିପରି ବଡ଼ କରିବେ, ସେନେଇ ଚିନ୍ତାରେ ଅଛନ୍ତି ? ଭଗବାନ ମଣିଷକୁ ଏମିତି ଦୁଃଖ ନ ଦିଅନ୍ତୁ ।

ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ତାଙ୍କର ଏପରି ହୋଇଥିବା କହିଛନ୍ତି ମନୋଜ । ଯୁବା ବୟସରେ ଏପରି ବିଛଣାରେ ପଡ଼ିଥିବା ଯୋଗୁଁ ଏବେ ତାଙ୍କ ଲାଗି ଏକମାତ୍ର ଭରସା ହୁଇଲ ଚେୟାର । ସ୍ତ୍ରୀ ନିଜ ଛୁଆକୁ ଯତ୍ନ ସହ ସ୍ୱାମୀକୁ ଦେଖୁଛନ୍ତି । କୁଲିମଜୁରୀ କରି ପରିବାର ଚଳାଉଛନ୍ତି । ମନୋଜ ଯେଉଁ ବିଦ୍ୟୁତ ବିଭାଗରେ କାମ କରୁଥିଲା ସେହି ବିଭାଗ କିନ୍ତୁ କିଛି ସାହାଯ୍ୟ କରିନାହିଁ । ଫଳରେ ସେ ଭାଗ୍ୟକୁ ଆଦରି ପଡି ରହିଛନ୍ତି । ସରକାରଙ୍କ ପକ୍ଷରୁ ତାଙ୍କୁ କେବଳ ହୁଇଲ ଚେୟାର ଛଡା ଅନ୍ୟ କିଛି ସାହାଯ୍ୟ ମିଳିନାହିଁ। ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ ସେ ଆମର କର୍ମଚାରୀ ନୁହଁନ୍ତି ବୋଲି କହିଛନ୍ତି । ତେଣୁ ସରକାରୀ ସହାୟତା ମିଳିପାରିବ ନାହିଁ ବୋଲି କହିଛନ୍ତି ।

ଯଦି କୌଣସି ବଦାନ୍ୟ ବ୍ୟକ୍ତି ତାଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି। ତେବେ ଠିକଣା ହେଲା

ନାମ-ମନୋଜ ପ୍ରଧାନ

ପିତା-ଲଳିତ ପ୍ରଧାନ

ଗ୍ରାମ-ଶଙ୍କରପୁର

ପୋଷ୍ଟ-ଖଟଖଟିଆ

ଜିଲ୍ଲା- ବୌଦ୍ଧ, ପିନ- 762030

ମୋ ନଂ-8018186393

Account No- 38044930024

IFSC code-SBIN0017547