Advertisment

କ୍ୟାପିଟାଲ ହସ୍ପିଟାଲରେ ଷ୍ଟାଫ୍ ମରୁଡ଼ି; ୬୪ ଡାକ୍ତର, ୫୩ ନର୍ସ ପୋଷ୍ଟ ଖାଲି

ରାଜ୍ୟର ପ୍ରିମିୟର୍ ହସ୍ପିଟାଲ- କ୍ୟାପିଟାଲ ହସ୍ପିଟାଲରେ ଅଜବ ସ୍ଥିତି। ଦୁଇ ବର୍ଷରେ ଏଠି ଦୁଇଗୁଣା ହୋଇଛି ରୋଗୀ ସଂଖ୍ୟା। ହେଲେ ଖସିଛି ଡାକ୍ତର ଓ ନର୍ସଙ୍କ ସଂଖ୍ୟା । ହସ୍ପିଟାଲର ୬୪ଟି ଡାକ୍ତରୀ ପଦବି ଖାଲି ।

ଅଦ୍ୟତନ ହୋଇଛି
undefined

Capital Hospital

Advertisment

ରାଜ୍ୟର ପ୍ରିମିୟର୍ ହସ୍ପିଟାଲ- କ୍ୟାପିଟାଲ ହସ୍ପିଟାଲରେ ଅଜବ ସ୍ଥିତି। ଦୁଇ ବର୍ଷରେ ଏଠି ଦୁଇଗୁଣା ହୋଇଛି ରୋଗୀ ସଂଖ୍ୟା। ହେଲେ ଖସିଛି ଡାକ୍ତର ଓ ନର୍ସଙ୍କ ସଂଖ୍ୟା। ହସ୍ପିଟାଲର ୬୪ଟି ଡାକ୍ତରୀ ପଦବି ଖାଲି ପଡ଼ିଥିବା ବେଳେ ୧୪ ଜଣ ଡାକ୍ତର ଠିକାରେ କାମ କରୁଛନ୍ତି। ସେହିପରି ରୋଗୀସେବାରେ ପ୍ରମୁଖ ଭୂମିକା ନେଉଥିବା ୫୩ ନର୍ସିଂ ଅଫିସର ପୋଷ୍ଟ ବି ଫାଙ୍କା। ଯାହାକୁ ନେଇ ରୋଗୀ ସେବା ଗୁରୁତର ପ୍ରଭାବିତ ହେବା ସହିତ ବଢୁଛି ଅସନ୍ତୋଷ।

Advertisment

ରାଜ୍ୟ ରାଜଧାନୀର ସର୍ବ ବୃହତ୍ ତଥା ପ୍ରମୁଖ ସରକାରୀ ହସ୍ପିଟାଲରେ କାହିଁକି ଏଭଳି ସ୍ଥିତି ? ହସ୍ପିଟାଲ୍ କାର୍ଯ୍ୟକାରୀ କମିଟି ବୈଠକରେ ଉପସ୍ଥାପିତ ଏ ତଥ୍ୟ କହୁଛି, ଏଠି ପଡିଛି ଡାକ୍ତର ମରୁଡ଼ି। ରହିବା କଥା ୧୭୫ ଡାକ୍ତର, ଅଛନ୍ତି ମାତ୍ର ୧୧୧ । ୬୪ ଜଣ ଅର୍ଥାତ୍ ୩୭ ପ୍ରତିଶତ ଡାକ୍ତର ପଦବି ଖାଲି ସେହିପରି ପୂରଣ ହୋଇଥିବା ୧୧୧ ପଦବିରୁ ୯୭ ନିୟମିତ ହୋଇଥିବା ବେଳେ ୧୪ ଜଣ ଠିକାରେ କାମ କରୁଛନ୍ତି। ନର୍ସିଂ ଅଫିସର କ୍ଷେତ୍ରରେ ବି ସେଇ ସମାନ ସ୍ଥିତି। ୨୧୪ ପଦବି ରହିଥିଲେ ବି ଫାଙ୍କା ପଡ଼ିଛି ୫୩ଟି ପୋଷ୍ଟ । ମାସ ମାସ ହେଲା,କ୍ୟାପିଟାଲ ହସ୍ପିଟାଲର ଏମିତି ଦୁରବସ୍ଥା । ଏଠାରେ ୭୫୦ ବେଡ୍ ରହିଥିବା ବେଳେ ପ୍ରତିଦିନ ହାରାହାରି ୩୫୨ ରୋଗୀ ଆଡମିଶନ୍ ହେଉଛନ୍ତି ।

ଖାଲି ସେତିକି ନୁହେଁ, ରାଜଧାନୀ ସମେତ ପୁରୀ, ଖୋର୍ଦ୍ଧା, ନୟାଗଡ଼ ଆଦି ଜିଲ୍ଲାରୁ ପ୍ରତିଦିନ ହାରାହାରି ୫ ହଜାର ୪୬୩ ରୋଗୀ କ୍ୟାପିଟାଲ ହସ୍ପିଟାଲ ଓପିଡିକୁ ଆସୁଛନ୍ତି । ହେଲେ ଆବଶ୍ୟକ ଡାକ୍ତର ନଥିବାରୁ ତାର ସିଧାସଳଖ ପ୍ରଭାବ ପଡୁଛି ରୋଗୀ ସେବା ଉପରେ । ସୂଚନା ଅନୁସାରେ, ଗତ ଦୁଇ ବର୍ଷ ଭିତରେ କ୍ୟାପିଟାଲ ହସ୍ପିଟାଲରେ ରୋଗୀ ସଂଖ୍ୟା ଦୁଇଗୁଣା ବଢ଼ିଛି। ୨୦୨୧ରେ ଯେଉଁଠି କ୍ୟାପିଟାଲ ହସ୍ପିଟାଲ ଓପିଡିକୁ ମାସକୁ ହାରାହାରି ୫୭ ହଜାର ୯୮ଜଣ ରୋଗୀ ଆସୁଥିବା ବେଳେ ୨୦୨୩ରେ ଏ ସଂଖ୍ୟା ୧ ଲକ୍ଷ ୫ ହଜାର ଟପିଛି । ଡାକ୍ତର ଅଭାବ ଭିତରେ ରୋଗୀ ସଂଖ୍ୟାରେ ଏଭଳି ଆଶାତୀତ ବୃଦ୍ଧି ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ନିଦ ହଜାଇ ଦେଇଛି।

Advertisment

ନିର୍ଦ୍ଦେଶକ କହିଛନ୍ତି, ଏଠାରେ ପିଜି ପାଠପଢ଼ା ଆରମ୍ଭ ହେବାପରେ ରୋଗୀ ସଂଖ୍ୟା ଢେର୍ ବଢ଼ିଛି । ହେଲେ ଡାକ୍ତର ଅଭାବ ଯୋଗୁଁ ବିଭିନ୍ନ ବିଭାଗରେ ମ୍ୟାନେଜ୍ କରି ହସ୍ପିଟାଲ ଚଳାଇବାକୁ ପଡ଼ୁଛି। ଏ ବାବଦରେ ସରକାରଙ୍କୁ ଅବଗତ କରାଯାଇଛି। ଏଣେ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଡାକ୍ତର ଅଭାବ ନେଇ ସରକାର ତର୍ଜମା କରୁଛନ୍ତି । ଖୁବଶୀଘ୍ର ରାଜ୍ୟରେ ୩ ହଜାର ଡାକ୍ତର ପଦବି ପୂରଣ ହେବ। ନିକଟରେ ସ୍ବାସ୍ଥ୍ୟମନ୍ତ୍ରୀ ବିଧାନସଭାରେ ରଖିଥିବା ତଥ୍ୟ ଅନୁସାରେ, ରାଜ୍ୟରେ ୧୫ ହଜାର ୭୭୪ଡାକ୍ତର ପଦବି ଥିଲା ବେଳେ ୫ ହଜାର ୭୬୪ ପଦବି ଖାଲି ପଡ଼ିଛି। ଯାହାର ଏକ ବଡ଼ ଉଦାହରଣ ହେଲା କ୍ୟାପିଟାଲ୍ ହସପିଟାଲ୍ ।

Capital Hospital
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ