Advertisment

Health Tips: ଫୁଲକୋବିର ଅନେକ ଗୁଣ; ମୋଟାପଣ କରେ ଦୂର, ଶରୀରକୁ କରେ ଡିଟକ୍ସିଫାଏ

ଯଦି ଆପଣ ନିଜ ଶରୀରକୁ ଫିଟ୍ ରଖିବାକୁ ଚାହୁଁଛ, ତେବେ ଫୁଲକୋବି ଖାଇବା ଜରୁରୀ। ଏହା ଶରୀରରେ ସୃଷ୍ଟି ହେଉଥିବା ବିଷକୁ ଦୂର କରିଥାଏ। ଖାଲି ସେତିକି ନୁହେଁ, ଲଗାତର ଫୁଲକୋବି ଖାଇବା ଦ୍ୱାରା ଦେହରେ ଚର୍ବି ମଧ୍ୟ ବଢେ ନାହିଁ। ଜାଣନ୍ତୁ ଅନ୍ୟାନ୍ୟ ଲାଭ।

ଅଦ୍ୟତନ ହୋଇଛି
cauliflower For Liver Detox

Health Tips Liver detoxifying cauliflower

Advertisment

ଶୀତଦିନେ କୋବିର ଚାହିଦା ବଢିଯାଏ। ସାଧାରଣତଃ ତିନି ପ୍ରକାରର କୋବି ଦେଖାଯାଏ ଫୁଲକୋବି, ପତ୍ରକୋବି ଏବଂ ଓଲକୋବି। ଏସବୁ ଗୋଟିଏ ପରିବାରର ହୋଇଥିଲେ ମଧ୍ୟ ସେମାନଙ୍କର ଗୁଣ ଅଲଗା। ଆଜି ଆମେ ଆପଣଙ୍କୁ ଫୁଲକୋବି ବିଷୟରେ କହିବାକୁ ଯାଉଛୁ।

Advertisment

ଯଦି ଆପଣ ନିଜ ଶରୀରକୁ ଫିଟ୍ ରଖିବାକୁ ଚାହୁଁଛ, ତେବେ ଫୁଲକୋବି ଖାଇବା ଜରୁରୀ। ଏହା ଶରୀରରେ ସୃଷ୍ଟି ହେଉଥିବା ବିଷକୁ ଦୂର କରିଥାଏ। ଖାଲି ସେତିକି ନୁହେଁ, ଲଗାତର ଫୁଲକୋବି ଖାଇବା ଦ୍ୱାରା ଦେହରେ ଚର୍ବି ମଧ୍ୟ ବଢେ ନାହିଁ। ଏଥିରୁ ମିଳୁଥିବା ସ୍ୱତନ୍ତ୍ର ପୋଷକ ତତ୍ତ୍ୱ ଫୁଲକୋବିକୁ ସ୍ୱତନ୍ତ୍ର କରିଥାଏ।

ଅଧିକ ପଢ଼ନ୍ତୁ: କ୍ୟାନ୍‌ସର୍‌ ଓ ଆଜ୍‌ମାକୁ ରୋକିବ ସୋରିଷ ଶାଗ; କିପରି ଜାଣନ୍ତୁ…

ଫୁଲକୋବି ଏକ ଶୀତକାଳୀନ ପନିପରିବା, କିନ୍ତୁ ଆଜିକାଲି ଏହା ପ୍ରାୟ ବର୍ଷର ଅନେକ ସମୟରେ ବଜାରରେ ମିଳେ। ତେବେ ଚମକଦାର ଓ ଉତ୍ତମ ଫୁଲକୋବି କେବଳ ଶୀତଦିନରେ ହିଁ ମିଳିଥାଏ ଏବଂ ଏହାର ସ୍ୱାଦ ମଧ୍ୟ ଖୁବ ଭଲ। ସମଗ୍ର ବିଶ୍ୱ ବ୍ୟତୀତ ଏହା ଭାରତୀୟ ରୋଷେଇ ଘରେ ବ୍ୟାପକ ଭାବରେ ଦେଖାଯାଏ। ଏହା ଏକ ବିଦେଶୀ ପରିବା ହୋଇଥିବା ବେଳେ ବ୍ରିଟିଶ ଶାସନ କାଳରେ ଭାରତରେ ପହଞ୍ଚିବା ବିଶ୍ୱାସ କରାଯାଏ।

Advertisment

କିନ୍ତୁ ଏହାର ଗୁଣ ଯୋଗୁଁ ଏହା ଦେଶର ଲୋକପ୍ରିୟ ପରିବା ମଧ୍ୟରେ ଗଣାଯାଏ। ବିଶେଷ କଥା ହେଉଛି କେବଳ ଶାକାହାରୀ ଲୋକମାନେ ଏହାକୁ ଖାଇବାକୁ ଖୁବ ପସନ୍ଦ କରନ୍ତି। ଏହାର ସ୍ୱତନ୍ତ୍ର ସ୍ୱାଦ ହେତୁ ଆମିଷାଶୀମାନେ ମଧ୍ୟ ଏହାକୁ ପସନ୍ଦ କରନ୍ତି।

ତେବେ ଆସନ୍ତୁ ଫୁଲକୋବିର ଉପକାରୀ ଗୁଣ ବିଷୟରେ ଜାଣିବା।

ଫୁଲକୋବିର ପୋଷକ ଗୁଣ:

ବିଶେଷଜ୍ଞଙ୍କ ମତରେ କୋବିରେ କମ୍ କ୍ୟାଲୋରୀ ବ୍ୟତୀତ ପର୍ଯ୍ୟାପ୍ତ ପରିମାଣର ସୋଡିୟମ୍, କାର୍ବୋହାଇଡ୍ରେଟ୍, ଫାଇବର, ପ୍ରୋଟିନ୍, ଭିଟାମିନ୍ ସି, ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଥାଏ କିନ୍ତୁ ଏଥିରେ ଚର୍ବି ବହୁତ କମ୍ ଥାଏ। ଏହି ପୋଷକ ତତ୍ତ୍ୱ ଶରୀରକୁ ଫିଟ୍‌ ରଖିଥାଏ।

Advertisment

କ’ଣ କୁହେ ରିସର୍ଚ୍ଚ:

ଫୁଲକୋବିରେ ଥିବା ମିନେରାଲ୍ସ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ, ଯେଉଁ କାରଣରୁ ହୃଦୟର କାର୍ଯ୍ୟ ସ୍ୱାଭାବିକ ରୁହେ। ଏଥିରେ ମିଳୁଥିବା କ୍ରୁସିଫେରସ ଧମନୀରେ ରକ୍ତ ପ୍ରବାହକୁ ସନ୍ତୁଳିତ ରଖେ। ଫୁଲକୋବି ଖାଇବା ଶରୀରକୁ ଡିଟକ୍ସିଫାଏ କରିବାରେ ମଧ୍ୟ ସାହାଯ୍ୟ କରେ। କୋବିରେ ଗ୍ଲୁକୋସିନୋଲେଟ୍ ନାମକ ଏକ ସେକେଣ୍ଡାରୀ ମେଟାବୋଲାଇଟ୍ସ ଥାଏ। ଏହା ଲିଭରରୁ ବିଷାକ୍ତ ପଦାର୍ଥ ବାହାର କରୁଥିବା ଏନଜାଇମକୁ ବଢାଇଥାଏ।

ଫୁଲକୋବିର ଗୁଣ:

ଏହା ଓଜନ ହ୍ରାସ କରିବାରେ ପ୍ରଭାବଶାଳୀ। ଏଥିରେ କମ୍ କ୍ୟାଲୋରୀ ଏବଂ ପର୍ଯ୍ୟାପ୍ତ ପରିମାଣର ଫାଇବର ଥାଏ। ଏହାକୁ ଖାଇବା ଦ୍ୱାରା ପେଟ ପୂରିଯାଏ ଆଉ ହଜମ ପ୍ରକ୍ରିୟା ମଧ୍ୟ ଠିକ୍ ରୁହେ। ଯେଉଁଥିପାଇଁ ଅଧିକ ଖାଦ୍ୟର ଆବଶ୍ୟକତା ପଡେ ନାହିଁ। ଫଳରେ ଶରୀରରୁ ମୋଟାପଣ ଦୂର ହୁଏ। ଏଥିରେ ଅଧିକ ପରିମାଣର ଫାଇବର ଥିବାରୁ କୋଷ୍ଟକାଠିନ୍ୟ ଭଳି ସମସ୍ୟା ଆସେ ନାହିଁ।

ଭିଟାମିନ୍ କେ:

ଫୁଲକୋବିରେ ପ୍ରଚୁର ପରିମାଣର ଭିଟାମିନ୍ କେ ମିଳିଥାଏ, ଯାହା ହାଡକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ। ଏଥିରେ ଏମିତି କିଛି ଜୈବ ଯୌଗିକ ମିଳିଥାଏ, ଯାହା ହାଡର ଘନତାକୁ ଉନ୍ନତ କରି ହାଡ ଭାଙ୍ଗିବାର ଆଶଙ୍କା କମାଇପାରେ। କୋବି ଆଣ୍ଟିଅକ୍ସିଡାଣ୍ଟର ଏକ ଉତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ। ଏହି ଉପାଦାନ ଶରୀରକୁ ମୁକ୍ତ ରେଡିକାଲ୍ ଦ୍ୱାରା ହୋଇଥିବା କ୍ଷତିରୁ ରକ୍ଷା କରିଥାଏ।

Health Tips Fitness Health Tips In Odia Nutritious Food Grain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ