Advertisment

HMPV in China: ଚୀନର HMPV ଭାଇରସକୁ ନେଇ ଭାରତରେ ଛନକା, ସତର୍କ ରହିବାକୁ ପରାମର୍ଶ

ଚୀନର ସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଇଛି। ଶ୍ବାସ ଜନିତ ଯେକୌଣସି ରୋଗର କାବିଲା ପାଇଁ ଭାରତ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ଭୂତାଣୁ ବାବଦରେ ଅପଡେଟ୍ ଦେବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ-WHOକୁ ଅନୁରୋଧ କରାଯାଇଥିବା ସୋସିଆଲ୍ ମିଡିଆ ଏକ୍ସରେ ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ। ଏଥିସହ ସ୍ପଷ୍ଟ କରାଯାଇଛି ଯେ, ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ ସର୍ଭେଲାନ୍ସ ଜାରି ରହିଛି।

ଅଦ୍ୟତନ ହୋଇଛି
hmpv virus

hmpv virus

Advertisment

ଚୀନରେ ମାଡୁଥିବା HMPVକୁ ନେଇ ଭାରତ ସତର୍କତା। ଯଦିଓ ଦେଶରେ ଏହି ନୂତନ ଭାଇରସ ସମ୍ପର୍କିତ କୌଣସି କେସ ସାମ୍ନାକୁ ଆସି ନାହିଁ ତଥାପି ସରକାର ଏହା ଉପରେ ତୀକ୍ଷ୍ମ ଦୃଷ୍ଟି ରଖିଛନ୍ତି। ଶନିବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ମନିଟରିଂ ଗ୍ରୁପ୍ ବୈଠକ ବସିଥିଲା। ଏହି ବୈଠକରେ ଭାଇରସର ମୁକାବିଲା ଉପରେ ରଣନୀତି ପ୍ରସ୍ତୁତ ରାଯାଇଥିଲା। ବୈଠକ ପରେ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଚୀନର ସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଇଛି।

Advertisment

ଶ୍ବାସ ଜନିତ ଯେକୌଣସି ରୋଗର କାବିଲା ପାଇଁ ଭାରତ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ଭୂତାଣୁ ବାବଦରେ ଅପଡେଟ୍ ଦେବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ-WHOକୁ ଅନୁରୋଧ କରାଯାଇଥିବା ସୋସିଆଲ୍ ମିଡିଆ ଏକ୍ସରେ ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ। ଏଥିସହ ସ୍ପଷ୍ଟ କରାଯାଇଛି ଯେ, ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ ସର୍ଭେଲାନ୍ସ ଜାରି ରହିଛି।

ଅଧିକ ପଢ଼ନ୍ତୁ: ଏବେ ବି ବାପଅଜା ଅମଳର ଘରେ ରୁହନ୍ତି ୧୭,୦୦୦ କୋଟିର ମାଲିକ ଆନନ୍ଦ ମହିନ୍ଦ୍ରା

Advertisment

ଆଇସିଏମଆର ଓ ଆଇଡିଏସପିର ତଥ୍ୟ ଅନୁସାରେ ଦେଶରେ ଇନଫ୍ଲୁଏଞ୍ଜା ଏବଂ ଫୁସଫୁସ ସଂକ୍ରମଣ ରୋଗୀ ସଂଖ୍ୟାରେ ଅସ୍ବାଭାବିକ ବୃଦ୍ଧି ଘଟିନାହିଁ। ତେଣୁ ନୂଆ ଭାଇରସ୍ ପାଇଁ ଭୟଭୀତ ନହୋଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ୫ ବର୍ଷ ପରେ ଚୀନରେ ଦେଖାଦେଇଥିବା ଏହି ଭାଇରସକୁ ନେଇ ସାରା ବିଶ୍ବରେ ଛନକା ପଶିଲାଣି। HMPV ସଂକ୍ରମିତ ଚୀନ ବ୍ୟତୀତ ବର୍ତ୍ତମାନ ସୁଦ୍ଧା ଆଉ କେଉଁଠି ଦେଖାଦେଇନି। ୨୦୨୪ ଡିସେମ୍ବର ୧୬ ପରଠୁ ଅଚାନକ ଏହି ସଂକ୍ରମଣ ଚୀନରେ କାୟା ମେଲାଇଛି। ଏହାର ଲକ୍ଷଣ ମଧ୍ୟ ଫ୍ଲୁ ଓ କୋଭିଡ୍ ଭଳି କୁହାଯାଉଛି। କୋଭିଡ ପରି ଏହି ରୋଗର ଲକ୍ଷଣ ରହିଥିବା ବେଳେ ଏହାକୁ ନେଇ କୌଣସି ଟ୍ରାଭେଲ ଗାଇଡ ଲାଇନ ଜାରି କରାଯାଇନାହିଁ।

ଚଳିତ ମାସରେ ଭୁବନେଶ୍ବରରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ଆୟୋଜିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଯାଏଁ, ତାସହିତ ବୈଦେଶିକ ବ୍ୟାପାର ମନ୍ତ୍ରୀ ଓ ବିଦେଶରୁ ଶତାଧିକ ଭାରତୀୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଏହି କାର୍ଯ୍ୟକ୍ରମ ପାଇଁ ସମସ୍ତଙ୍କୁ ସତର୍କ ରହିବା ଆବଶ୍ୟକ। ଜନତା ମଇଦାନରେ ମୁକ୍ତାକାଶ ରଙ୍ଗମଞ୍ଚରେ ୧୦ଟି ବିଶାଳ ହ୍ୟାଙ୍ଗର ନିର୍ମାଣ କରାଯାଇଛି। ଥିମ୍ ପାଭିଲିୟନରେ ମାଣ୍ଡଭି ଟୁ ମସ୍କଟ୍, ଦି ରାମାୟଣ, କଣ୍ଟ୍ରିବ୍ୟୁସନ ଅଫ୍ NRIS ଓ ଇନ୍କ୍ଲୁସିଭ୍ ଇଣ୍ଡିଆ ପାଭିଲିୟନ ସମେତ ସ୍ବତନ୍ତ୍ର ଓଡ଼ିଶା ପାଭିଲିୟନ ରହିଛି। ଓଡ଼ିଶା ପାଭିଲିୟନରେ ରାଜ୍ୟର ସମୃଦ୍ଧ ଐତିହ୍ୟ, ସ୍ଥପତି ଠାରୁ ଆରମ୍ଭ କରି ଟସର, କୋଟପାଡ୍, ପଶାପଲି, ମାଣିଆବନ୍ଧ ହସ୍ତତନ୍ତଠୁ ଆରମ୍ଭ କରି ତାରକସୀ କାମ, ପଟ୍ଟଚିତ୍ର, ତାଳପତ୍ର ଖୋଦେଇ କାମ ଆଦିକୁ ପ୍ରଦର୍ଶିତ କରାଯିବ।

Advertisment

ଅଧିକ ପଢ଼ନ୍ତୁ: ପିଶାଚ ସାଜିଲା ସ୍ବାମୀ, ସ୍ତ୍ରୀକୁ ମାରି ଖଟରେ ଲୁଚାଇଲା

Health Ministry China
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ