ଅଦ୍ୟତନ ହୋଇଛି
benefits of rajma
Advertisment
ରାଜମା ଭାରତୀୟ ଲୋକ ମାନଙ୍କର ଏକ ପସନ୍ଦ ଯୋଗ୍ୟ ଖାଦ୍ୟ ଅଟେ । ଉତ୍ତର ଭାରତର ଲୋକମାନେ ଏହାକୁ ପୂର୍ବରୁ ଅଧିକ ପରିମାଣରେ ଖାଦ୍ୟରେ ସାମିଲ କରୁଥିଲେ କିନ୍ତୁ ଆଜି ଏହା ସମ୍ପୂର୍ଣ୍ଣ ଭାରତରେ ସମସ୍ତଙ୍କର ଗୋଟିଏ ପ୍ରିୟ ଖାଦ୍ୟ ରୂପରେ ଗଣନା ହେଉଛି । ଏହା ସ୍ୱାଦ ପାଇଁ ଯେତିକି ଭଲଲାଗେ ତାହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ହିତକର । ଏଥିରେ ରହିଥିବା ପ୍ରୋଟିନ ବିଭିନ୍ନ ପ୍ରକାରର ରୋଗ ପାଇଁ ଆବଶ୍ୟକ ହୋଇଥାଏ ।
Advertisment
- ରାଜମା ଖାଇବା ଦ୍ୱାରା ଶରୀରକୁ ଫୁର୍ତ୍ତି ମିଳିଥାଏ । ଏଥିରେ ପ୍ରୋଟିନର ପରିମାଣ ଖୁବ ଉଚ୍ଚ ସ୍ତରର । ଏଥିରେ କ୍ୟାଲସିୟମ ରହିଥିବା ହେତୁ ହାଡ଼ ପାଇଁ ମଧ୍ୟ ଅତ୍ୟନ୍ତ ଲାଭ ଦାୟକ ଅଟେ ।
- ପୂର୍ବରୁ କ୍ୟାଲସିୟମ ଯୁକ୍ତ ଖାଦ୍ୟ ଖାଇ ଆମର ପୂର୍ବ ପୁରୁଷ ମାନେ ନିଜର ହାଡ଼ ଗୋଡ଼କୁ ସୁସ୍ଥ ରଖୁଥିଲେ ତେଣୁ ରାଜମାକୁ ଆମ ହାଡ ପାଇଁ ଖାଦ୍ୟରେ ସାମିଲ କରିବା ଆବଶ୍ୟକ ।
- ୟୁକେର ଗୋଟିଏ ଗବେଷକ ଦଳଙ୍କ ରିପୋର୍ଟ ଅନୁସାରେ ଯେଉଁ ଲୋକମାନେ ପ୍ରତ୍ୟେକ ଦିନ ରାଜମା ଖାଇଥାନ୍ତି ସେମାନେ ହୃଦୟ ସମ୍ବଧୀୟ କୌଣସି ରୋଗର ସମ୍ମୁଖୀନ ହୋଇ ନଥାନ୍ତି । କାରଣ ରାଜମା ଖାଇବା ଦ୍ୱାରା ଶରୀରରେ ଚର୍ବି କମିବା ସହିତ କୋଲେଷ୍ଟ୍ରଲ ମଧ୍ୟ ନିୟନ୍ତ୍ରିତ ହୋଇଥାଏ ।
- ହାଇ କୋଲେଷ୍ଟ୍ରଲ ହୃଦଘାତର ମୁଖ୍ୟ କାରଣ ଅଟେ । ତେଣୁ ରାଜମାକୁ ନିଜ ଖାଦ୍ୟରେ ସାମିଲ କରି ହୃଦଘାତ ସମନ୍ଧିୟ ସମସ୍ୟାକୁ ଦୁରେଇ ରଖାଯାଇ ପାରିବ ।
- ପ୍ରୋଟିନ ,ଫାଇବର ଓ କାର୍ବୋହାଇଡ୍ରେଡ଼ରେ ଭରପୁର ରହିଥିବା କାରଣରୁ ରାଜମା ରକ୍ତ ଶର୍କରାକୁ ସନ୍ତୁଳନ ରଖିଥାଏ ।
- ରାଜମା ଖାଇବା ପରେ ରକ୍ତ ଶର୍କରା ସ୍ତର ନିୟନ୍ତ୍ରିତ ହେବ ସହିତ ଦ୍ୱିତୀୟ ସ୍ତରର ମଧୁମେହ ମଧ୍ୟ ଦୂର ହୋଇଥାଏ ।
- ମୋଟାପଣର ଶିକାର ହେଉଥିବା ବ୍ୟକ୍ତି ମାନଙ୍କୁ ନେଇ ଗୋଟିଏ ଗବେଷଣା କରାଯାଇଥିଲା । ସେମାନଙ୍କର ବୟସ ୩୦ ବର୍ଷରୁ ୩୫ ବର୍ଷ ରହିଥିଲା । ଦୁଇ ମାସର ଅନୁସନ୍ଧାନ ପରେ ଜଣା ପଡିଲା ଯେ ଯେଉଁମାନେ ସପ୍ତାହକୁ ଚାରିଥର ରାଜମାଙ୍କୁ ନିଜ ଖାଦ୍ୟରେ ସାମିଲ କରିଛନ୍ତି ସେମାନଙ୍କର ଓଜନ ଅନ୍ୟମାନଙ୍କ ତୁଳନାରେ କମ ରହିଥିଲା । କାରଣ ପ୍ରୋଟିନ ଓ ଫାଇବରରେ ଭରପୁର ରହିଥିବା କାରଣରୁ ରାଜମା ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1641043167.jpg)