ଶରୀର ପାଇଁ ରାମବାଣ ‘ସୋରିଷ ତେଲ’, ଜାଣନ୍ତୁ ଏହାର ଲାଭଦାୟକ ଗୁଣ

ସୋରିଷ ତେଲରେ ରୋଷେଇ କରିଲେ ଖାଦ୍ୟର ସ୍ୱାଦ ଦୁଇ ଗୁଣ ବଢିଯାଏ । ସେହିପରି ଶରୀର ପାଇଁ ହେଉ କି ସୁନ୍ଦରତା ସବୁ ପାଇଁ ସୋରିଷ ତେଲ ରାମବାଣ ଭଳି କାମ କରେ । ସୋରିଷ ତେଲରେ ଭିଟାମିନ୍, ଆଣ୍ଟି-ଅକ୍ସିଡାଣ୍ଟ, କ୍ୟାଲସିୟମ୍, ଆଇରନ୍ ଇତ୍ୟାଦି ଔଷଧୀୟ ଗୁଣ ଭରପୂର ରହିଥାଏ । ଏହା ଶରୀରର ମାଂସପେଶୀ ଏବଂ ହାଡକୁ ମଜବୁତ କରିଥାଏ ।

Benefits of mustard oil

News Summary

ସୋରିଷ ତେଲ ଓଠ ଫାଟିବା ସମସ୍ୟାକୁ ଦୂର କରିଥାଏ

ସୋରିଷ ତେଲ ଶରୀରର ହଜମ ପ୍ରକ୍ରିୟାକୁ ଉନ୍ନତ କରିଥାଏ

କର୍ମମୟ ଜୀବନ ଭିତରେ ଆମେମାନେ ନିଜକୁ ସମୟ ଦେଇପାରୁନା । ବିଶେଷକରି ମହିଳାମାନେ ନିଜର ବିଶେଷ ଯତ୍ନ ନେଇପାରନ୍ତି ନାହିଁ । ଏହି କାରଣରୁ, ଅନେକ ମହିଳା ପ୍ରାୟତଃ କ୍ଲାନ୍ତ ଏବଂ ଅସ୍ଥିର ଅନୁଭବ କରିଥାନ୍ତି । ଏକ ସହଜ ଉପାୟ ଦ୍ୱାରା ଆପଣ ଏଥିରୁ ମୁକ୍ତି ପାଇ ପାରିବେ । ଶରୀର ପାଇଁ ରାମବାଣ ଭଳି କାମ କରେ ସୋରିଷ ତେଲ । ସୋରିଷ ତେଲକୁ ପ୍ରତିଦିନ ପାଦତଳେ ମସାଜ କରିବା ଦ୍ୱାରା ଶରରୀରର ଅନେକ ଫାଇଦା ହୋଇଥାଏ । ଶୋଇବା ପୂର୍ବରୁ ପାଦକୁ ଥଣ୍ଡା କିମ୍ବା ଉଷୁମ ସୋରିଷ ତେଲରେ ୫ରୁ ୧୦ ମିନିଟ ମସାଜ କଲେ ଶରରୀରରେ ରକ୍ତ ସଞ୍ଚାଳନ ସଠିକ୍ ଭାବେ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ସ୍ୱାସ୍ଥ୍ୟ ପାଇଁ ସୋରିଷ ତେଲ କେତେ ଉପକାରୀ ।