Advertisment

Health Tips: ଚା’ ପିଇଲେ ଏସିଡିଟି ହେଉଛି କି… ପକେଇ ଦିଅନ୍ତୁ ଏହି ଜିନିଷ, ସମସ୍ୟାରୁ ମୁକ୍ତି

ବର୍ତ୍ତମାନ ସୋସିଆଲ ମିଡିଆରେ ଲୋକଙ୍କ ମଧ୍ୟରେ ଚା’ ସହିତ ଘିଅ ମିଶେଇ ପିଇବାର କ୍ରେଜ୍‌ ବଢିବାରେ ଲାଗିଛି। ସମସ୍ତେ ସକାଳେ ଏକ କପ୍ ଚା’ ପିଇବାକୁ ଚାହାଁନ୍ତି, କିନ୍ତୁ ଏଥିରେ ଘିଅ କିମ୍ବା ବଟର ପକେଇ ନୁହେଁ। କିନ୍ତୁ କୁହାଯାଉଛି ଯେ ଘିଅ ମିଶା ଚା’ ପିଇବା ଅତ୍ୟନ୍ତ ସୁସ୍ଥକର। ଏହା ପଛରେ ପ୍ରକୃତ କାରଣ କ’ଣ ଆସନ୍ତୁ ଜାଣିବା।

ଅଦ୍ୟତନ ହୋଇଛି
Benefits of drinking tea mixed with ghee

Benefits of drinking tea mixed with ghee

Advertisment

ଆଜିକାଲି ଅନେକ ସେଲିବ୍ରିଟି ଏବଂ ଫିଟ୍‌ନେସ୍ ଫ୍ରିକ୍ସ ସେମାନଙ୍କ ସକାଳର କଫିରେ ଘିଅ କିମ୍ବା ବଟର ମିଶାଇବାକୁ ପସନ୍ଦ କରନ୍ତି। କିଛି ଦିନ ପୂର୍ବରୁ ବଟର କିମ୍ବା ଘିଅ ସହିତ ମିଶ୍ରିତ କଫି ପିଇବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା।

Advertisment

ବର୍ତ୍ତମାନ ସୋସିଆଲ ମିଡିଆରେ ଲୋକଙ୍କ ମଧ୍ୟରେ ଚା’ ସହିତ ଘିଅ ମିଶେଇ ପିଇବାର କ୍ରେଜ୍‌ ବଢିବାରେ ଲାଗିଛି। ସମସ୍ତେ ସକାଳେ ଏକ କପ୍ ଚା’ ପିଇବାକୁ ଚାହାଁନ୍ତି, କିନ୍ତୁ ଏଥିରେ ଘିଅ କିମ୍ବା ବଟର ପକେଇ ନୁହେଁ। କିନ୍ତୁ କୁହାଯାଉଛି ଯେ ଘିଅ ମିଶା ଚା’ ପିଇବା ଅତ୍ୟନ୍ତ ସୁସ୍ଥକର। ଏହା ପଛରେ ପ୍ରକୃତ କାରଣ କ’ଣ ଆସନ୍ତୁ ଜାଣିବା।

ଅଧିକ ପଢ଼ନ୍ତୁ: Health Tips: ସାବଧାନ ! ଚା’ ସହିତ ପକୁଡି ଖାଉଛନ୍ତି କି ? ହୋଇପାରେ ଏମିତି ସମସ୍ୟା...

Advertisment

ଚା’ରେ ଘିଅ ମିଶାଇ ପିଇବାର ଲାଭ:

  • ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ଖବର ଅନୁଯାୟୀ, ଘିଅରେ ଅନେକ ଆଣ୍ଟିଅକ୍ସିଡାଣ୍ଟ ଏବଂ ସୁସ୍ଥ ଚର୍ବି ଥାଏ, ଯାହା ଶରୀରକୁ ଡିଟକ୍ସ କରିବାରେ ସାହାଯ୍ୟ କରିଥାଏ। ଘିଅରେ ଏମିତି କିଛି ଗୁଣ ଅଛି ଯାହା ପୋଷକ ତତ୍ତ୍ୱକୁ ଶୋଷିବାରେ ପ୍ରଭାବଶାଳୀ ହୋଇଥାଏ।ଏହା ବ୍ୟତୀତ ଏହା ପେଟର pHକୁ ସନ୍ତୁଳନ ରଖେ।
  • ଯେତେବେଳେ ଆପଣ ସକାଳେ ଖାଲି ପେଟରେ ଚା’ ପିଅନ୍ତି, ଅନେକ ସମୟରେ ଏସିଡିଟି ସମସ୍ୟା ଦେଖାଯାଏ। ଏପରି ପରିସ୍ଥିତିରେ, ଯଦି ଆପଣ ଚା’ରେ ଟିକେ ଘିଅ ମିଶେଇଦେବେ, ଏହା କ୍ଷୀରରେ ଥିବା ଅମ୍ଳତା ଗୁଣକୁ କାଟିଦେବ ନଚେତ ହ୍ରାସ କରିଦେବ। ଏହା ଫଳରେ ପେଟ ଯନ୍ତ୍ରଣା ଏବଂ ବଦହଜମୀ ସମସ୍ୟାରୁ ମୁକ୍ତି ମିଳିବ।
  • ଘିଅ ମଧ୍ୟ ପେଟର ଅନ୍ତନଳୀ ସ୍ୱାସ୍ଥ୍ୟକୁ ସୁସ୍ଥ ରଖେ। ଯେତେବେଳେ ଆପଣ ଏଥିରେ ଟିକେ ହଳଦୀ ମିଶାନ୍ତି, ଏହା ଆହୁରି ସ୍ୱାସ୍ଥ୍ୟକର ହୋଇଯାଏ। ଏହା ଶରୀରକୁ ଫ୍ରି-ରେଡିକାଲ୍ ଦ୍ୱାରା ହୋଇଥିବା କ୍ଷତିରୁ ରକ୍ଷା କରେ।
  • ଯେଉଁମାନେ ଗ୍ୟାସ୍ ଏବଂ ବଦହଜମୀ ସମସ୍ୟାରେ ପୀଡିତ, ସେମାନେ ଉଷୁମ ପାଣିରେ ଘିଅ ମିଶେଇ ପିଇପାରିବେ। ଏହା ବହୁତ ଲାଭଦାୟକ ହୋଇଥାଏ। ଏଥିରେ ପ୍ରାକୃତିକ ଲକ୍ସାଟିଭ୍ ଗୁଣ ଥିବାରୁ ଏହ ଅନ୍ତନଳୀରେ ଉନ୍ନତି ଆଣିଥାଏ। ଏହା ଅନ୍ତନଳୀ ସିଣ୍ଡ୍ରୋମ ସମସ୍ୟାରେ ଲାଭ ଦେଇଥାଏ। କେବଳ ଏତିକି ନୁହେଁ, ଯଦି ଆପଣ କୋଷ୍ଠକାଠିନ୍ୟରେ ପୀଡିତ, ତେବେ କ୍ଷୀର ଏବଂ ଘିଅର ମିଶ୍ରଣ ଆପଣଙ୍କ ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇପାରେ।
  • ଯଦି ଆପଣ ଘିଅକୁ କ୍ଷୀରରେ କିମ୍ବା ଚା’ରେ ମିଶେଇ ଖାଆନ୍ତି, ତେବେ ଏହା ୟୁରିକ୍ ଏସିଡ୍‌ର ସ୍ତରକୁ ମଧ୍ୟ ହ୍ରାସ କରିଥାଏ। ଏହା ଶରୀରରେ ଥିବା ଚର୍ବିକୁ ବାହାର କରିବାରେ ମଧ୍ୟ ସାହାଯ୍ୟ କରେ। ଏଭଳି ପରିସ୍ଥିତିରେ ଚା’ରେ ଅଳ୍ପ ଘିଅ ମିଶାଇ ପିଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ।

କେଉଁମାନେ ଘିଅ ଖାଇବା ଠାରୁ ଦୂରେଇ ରହିବା ଉଚିତ:

ଯେଉଁମାନେ ପୂର୍ବରୁ ଅଧିକ ଓଜନ ସମସ୍ୟାରେ ପିଡୀତ, ପ୍ୟାଟି ଲିଭରରେ ପୀଡିତ ସେମାନେ ଘିଅର ଅତ୍ୟଧିକ ବ୍ୟବହାରରୁ ଦୂରେଇ ରହିବା ଉଚିତ। ଅଧିକ ଘିଅ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ସ୍ତର ବଢିପାରେ, ଯାହା ହୃଦୟ ପାଇଁ ଭଲ ନୁହେଁ।

Advertisment

ଅଧିକ ପଢ଼ନ୍ତୁ: Health Tips: ଚା’ ପିଇଲେ ହେଇଯାଉଛି କି ଏସିଡିଟି; ଆପଣଙ୍କ ପାଇଁ କିଛି ଛୋଟ ଟିପ୍ସ

Health Tips Acidity Problem
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ