Health Alert Issued
ବନ୍ୟାଞ୍ଚଳରେ ସାପ କାମୁଡା ପାଇଁ ସତର୍କ ସୂଚନା ଜାରି। ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବନ୍ୟା ପ୍ରଭାବିତ ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଜିଲ୍ଳାର ସିଡିଏମଓଙ୍କ ସହ ଆଲୋଚନା କରିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦେଶକ। ସବୁ CHC ଓ PHCରେ ଆଣ୍ଟି ସ୍ନେକ ଭେନମ ମହଜୁଦ ରଖିଛନ୍ତି। ସାପ କାମୁଡ଼ିଲେ ତୁରନ୍ତ ମେଡିକାଲ ଯିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଥିବା ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର।
ରାଜ୍ୟରେ ସାପ କାମୁଡ଼ା ସଂଖ୍ୟା ଓ ଏହାଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ୨୦୨୧ରେ ୨ ହଜାର ୨୮୦ ସାପ କାମୁଡ଼ା ମାମଲା ଆସିଥିବା ବେଳେ ୮୪୪ ଜଣ ସାପ କାମୁଡ଼ାରେ ପ୍ରାଣ ହରାଇଥିଲେ। ୨୦୨୨ରେ ୪ ହଜାର ୮୫୫ କେସ୍ ଆସିଥିବା ବେଳେ ହଜାରେ ଏକ ଜଣଙ୍କ ମୃତ୍ୟୁ ହୋଇଛି। ୨୦୨୩ରେ ୯ ହଜାର ୩୨୫ ମାମଲା ଆସିଥିବା ବେଳେ ହଜାରେ ୧୬ ଜଣ ଲୋକ ସାପ କାମୁଡାରେ ପ୍ରାଣ ହରାଇଥିଲେ। ଗତବର୍ଷ ୧୬ ହଜାର ୬୮୨ ସାପ କାମୁଡ଼ା ଘଟଣା ସାମ୍ନାକୁ ଆସିଛି।
ଏପଟେ କନ୍ଧମାଳରେ ସାପ କାମୁଡ଼ାରେ ଦୁଇ ଜଣଙ୍କ ମୃତ୍ୟୁ। କନ୍ଧମାଳ ଖଜୁରୀପଡ଼ା ଥାନା ଖଲିବେରଣା ଗାଁର ମାନସ ହଂସ ରାତିରେ ଘରେ ଶୋଇଥିବା ସମୟରେ କୌଣସି ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ଫଳରେ ରେ ଚିତ୍କାର କରି ଉଠିପଡ଼ିଥିଲେ ଏବଂ ପରିବାରଲୋକେ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିବା ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।
ସେହିଭଳି ଗୋଛାପଡ଼ା ଥାନା ଅଞ୍ଚଳରେ ସାପ କାମୁଡ଼ାରେ ନିମା ବିନ୍ଧାଣି ନାମକ ଯୁବକଙ୍କ ମୃତ୍ୟୁ ହୋଇଛି। ସେ ବି ରାତିରେ ଶୋଇଥିବା ସମୟରେ ତାଙ୍କୁ କୌଣସି ଏକ ବିଷାକ୍ତ ସାପ କମୁଡ଼ି ଦେଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753876757.jpg)