Advertisment

H9N2 ଇନଫ୍ଲୁଏଞ୍ଜାକୁ ଡରିବାର ନାହିଁ, ରାଜ୍ୟରେ ଏଯାଏଁ ଚିହ୍ନଟ ହୋଇନି ଚୀନର ଏହି ଭୂତାଣୁ

ମେଡିକାଲ ବେଡ୍ ସଂରକ୍ଷିତ ରଖିବା ସହ ମ୍ୟାନ୍ ପାୱାର୍, ମେଡିସିନ ମହଜୁଦ ପାଇଁ ସମସ୍ତ ଜିଲ୍ଲା ଚିକିତ୍ସାଳୟକୁ ନିର୍ଦ୍ଦେଶ ଦିଆଯାଇଛି ।

H9N2 ଇନଫ୍ଲୁଏଞ୍ଜା

H9N2 ଇନଫ୍ଲୁଏଞ୍ଜା

Advertisment

ଏପର୍ଯ୍ୟନ୍ତ ଆମ ରାଜ୍ୟରେ ଚିହ୍ନଟ ହୋଇନି ଚୀନରେ ଶିଶୁଙ୍କଠାରେ ନିମୋନିଆ ସଂକ୍ରମଣ କରୁଥିବା H9N2 ଇନଫ୍ଲୁଏଞ୍ଜା ଭୂତାଣୁ । କୋଭିଡ ଭାଇରସ ଭଳି ଏହା ନୂଆ ନୁହେଁ, ଆମ ରାଜ୍ୟରେ ବି ଏହା ରହିଛି । ଏହା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ତେବେ କେନ୍ଦ୍ର ଆଡଭାଇଜାରୀ ପରେ ଏହାକୁ ନେଇ ସତର୍କ ଓ ପ୍ରସ୍ତୁତ ରହିବାକୁ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି । ମେଡିକାଲ ବେଡ୍ ସଂରକ୍ଷିତ ରଖିବା ସହ ମ୍ୟାନ୍ ପାୱାର୍, ମେଡିସିନ ମହଜୁଦ ପାଇଁ ସମସ୍ତ ଜିଲ୍ଲା ଚିକିତ୍ସାଳୟକୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ନିମୋନିଆରେ ଆଡ଼ମିଶନ ହେଉଥିବା ପିଲାଙ୍କ ଟେଷ୍ଟ କରାଇବାକୁ ନିର୍ଦ୍ଦେଶ ରହିଛି। ଇନଫେକ୍ସନ୍ କ୍ଲଷ୍ଟର ଆଉଟବ୍ରେକ୍ ଦେଖାଦେଲେ, ସର୍ଭେଲାନ୍ସ ସହ ସ୍ବାସ୍ଥ୍ୟ ବିଭାଗକୁ ରିପୋର୍ଟ କରିବାକୁ କୁହାଯାଇଛି। ଜନସାଧାରଣଙ୍କୁ ଅନୁରୋଧ, ଯେଉଁମାନଙ୍କୁ ଥଣ୍ଡା କାଶ ହେଉଛି, ନିଜକୁ ଆଇସୋଲେସନରେ ରଖନ୍ତୁ, ମାସ୍କ ପିନ୍ଧନ୍ତୁ । ଲୋକ ସଚେତନ ରହିଲେ, ସଂକ୍ରମଣକୁ କମାଯାଇପାରିବ । ତେବେ ଏହାକୁ ନେଇ ଆତଙ୍କିତ ହେବାର ନାହିଁ ବୋଲି କହିସାରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ