• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୋଭିଡ ପରି ଆଉ ଏକ ଭାଇରସ୍ ବ୍ୟାପୁଛି । ଏହାର ନାଁ ହେଉଛି H3N2 । ବୟସ୍କମାନେ ଏଥି ପ୍ରତି ସତର୍କ ରହନ୍ତୁ ବୋଲି କହିଛନ୍ତି ଦିଲ୍ଲୀ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ । ଏହା କାଶ ଓ ଛିଙ୍କ ଜରିଆରେ ବ୍ୟାପିଥାଏ । ତେଣୁ ଭିଡ଼ ସ୍ଥାନରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ଗୁଲେରିଆ । ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଜି ଏନେଇ ବଡ଼ ହସ୍ପିଟାଲର ସ୍ୱାସ୍ଥ୍ୟ ଅଧିକାରୀ ଏବଂ ବିଶେଷଜ୍ଞଙ୍କ ସହ ଏକ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି ।

ଏହି ଭାଇରସ୍ ଦ୍ୱାରା ତଣ୍ଟି ଦରଜ ହୋଇଥାଏ, କାଶ ହେଉଥିଲେ, ଦେହ ହାତ ଘୋଳାବିନ୍ଧା ହେବା ସହିତ ନାକରୁ ପାଣି ବାହାରିଥାଏ । କେବଳ ଏତିକି ନୁହେଁ ଏହି ଭାଇରସର ମ୍ୟୁଟେସନ ବାରମ୍ବାର ହେଉଥିବାରୁ ଏହା ଦ୍ୱାରା ଶରୀରର ପ୍ରତିରୋଧକ ଶକ୍ତି କମି ଯାଉଥିବାର ଜଣାପଡ଼ିଛି ।  ଡାଇବେଟିସ୍, ରକ୍ତଚାପ ପରି ରୋଗରେ ପୀଡ଼ିତଙ୍କ ପ୍ରତି ଏହି ଭାଇରସ୍ ବିପଦ ସୃଷ୍ଟି କରିବାର ଆଶଙ୍କା ଅଛି । ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍‌ ସେମାନଙ୍କୁ ସତର୍କ ରହିବାକୁ ବିଶେଷଜ୍ଞମାନେ କହିଛନ୍ତି । 

ଭାଇରସ୍‌ ପାଇଁ ଦୀର୍ଘ ଦିନ ଧରି ଅସୁସ୍ଥତା ଲାଗି ରହୁଥିବାରୁ ଏଥିପାଇଁ ଭୟ ବଢ଼ିଛି । ତଥାପି ଏହି ଭାଇରସ୍ ଚିନ୍ତାଜନକ ନୁହେଁ ବୋଲି କହିଛନ୍ତି ଗୁଲେରିଆ । କାରଣ ଏହା ଦ୍ୱାରା ପୀଡ଼ିତ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ପ୍ରାୟତଃ ଦେଖା ଯାଉନାହିଁ ।