Advertisment

Health Tips: ଆପଣଙ୍କ ପେଟ ହାଣ୍ଡି ପରି ଗୋଲ ହୋଇଯାଇଛି କି; ଏହି ଉପାୟରେ ଶୀଘ୍ର କମାନ୍ତୁ

ସେ ପୁଅ ହୁଅନ୍ତୁ କି ଝିଅ କିଛି ଲୋକଙ୍କ ପେଟ ହାଣ୍ଡି ପରି ଗୋଲ ହୋଇଯାଇଥାଏ ତ ପୁଣି କାହାର ଓହଳି ପଡିଥାଏ। ଏହା ସମସ୍ତଙ୍କୁ ଖରାପ ଦେଖାଯାଏ। ତେବେ ଏଭଳି ପେଟରୁ ଚର୍ବିକୁ ତରଳାଇବା ପାଇଁ ଏମିତି କିଛି ସରଳ ଟିପ୍ସ ମଧ୍ୟ ଅଛି, ଯାହାକୁ ଆପଣେଇ ଏହି ସମସ୍ୟାକୁ ସମାଧାନ କରାଯାଇ ପାରିବ।

ଅଦ୍ୟତନ ହୋଇଛି
Ginger water vs Fenugreek water for belly fat

Ginger water vs Fenugreek water for belly fat

Advertisment

ଆଜିକାଲି ଓଜନ ବୃଦ୍ଧି ସମସ୍ୟାକୁ ନେଇ ପ୍ରାୟ ଯୁବବର୍ଗ ଚିନ୍ତିତ। ସେ ପୁଅ ହୁଅନ୍ତୁ କି ଝିଅ କିଛି ଲୋକଙ୍କ ପେଟ ହାଣ୍ଡି ପରି ଗୋଲ ହୋଇଯାଇଥାଏ ତ ପୁଣି କାହାର ଓହଳି ପଡିଥାଏ। ଏହା ସମସ୍ତଙ୍କୁ ଖରାପ ଦେଖାଯାଏ। ତେଣୁ ଓଜନ ହ୍ରାସ କରିବାକୁ ଲୋକମାନେ ବିଭିନ୍ନ ପ୍ରକାରର ଡାଏଟ୍ ଅନୁସରଣ କରନ୍ତି। ପେଟର ଚର୍ବି ତରଳିବା ପାଇଁ ଆପଣ ମଧ୍ୟ ଅନେକ ପ୍ରକାରର ଡାଏଟ୍ ଅନୁସରଣ କରିଥିବେ।

Advertisment

ଆପଣ ଖାଦ୍ୟରୁ ତେଲ, ଘିଅ ଏବଂ ବଟରକୁ ସମ୍ପୂର୍ଣ୍ଣ ରୂପେ ହଟେଇ ମଧ୍ୟ ଦେଇଥିବେ। ଆପଣ ହୁଏତ ବ୍ୟାୟାମ କରିବା ଆରମ୍ଭ କରିଦେଇଥିବେ। ଏତେସବୁ ପରେ ମଧ୍ୟ ଆପଣ ହୁଏତ ଏଥିରେ କୌଣସି ପାର୍ଥକ୍ୟ ଦେଖୁ ନଥିବେ। ଯେତେ ଯାହା କଲେ ମଧ୍ୟ ଆପଣ ପେଟ ସେହି ହାଣ୍ଡି ପରି ଦିଶୁଥିବ।

ତେବେ ଏଭଳି ପେଟରୁ ଚର୍ବିକୁ ତରଳାଇବା ପାଇଁ ଏମିତି କିଛି ସରଳ ଟିପ୍ସ ମଧ୍ୟ ଅଛି, ଯାହାକୁ ଆପଣେଇ ଏହି ସମସ୍ୟାକୁ ସମାଧାନ କରାଯାଇ ପାରିବ। ତାହା ହେଇଛି ମେଥି ଆଉ ଅଦା ପାଣି। ଦୈନିକ ଏହାକୁ ପିଇବା ଦ୍ୱାରା ସେ ଯେତେ ବଡ ପେଟ ହୋଇଥାଉ ନା କାହିଁକି କମିଯିବ। ତେବେ ଆସନ୍ତୁ ଏ ବିଷୟରେ ଜାଣିବା।

Advertisment

କ’ଣ ରହିଛି ଏଥିରେ:

ଅଦା ପାଣି ହେଉ କି ମେଥି ପାଣି ଏହା ମେଟାବୋଲିଜିମ୍ ବୃଦ୍ଧି କରିଥାଏ। ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ। ଏସବୁରେ ଅଧିକ ଫାଇବର ଥିବାରୁ ଏହା ପେଟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରଖେ। ଅଦା ପାଣି ଏବଂ ମେଥି ପାଣିରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଯୌଗିକ ଭରପୂର ଥାଏ ଯାହା ପେଟର ଚର୍ବି ହ୍ରାସ କରିବାରେ ସାହାଯ୍ୟ କରିଥାଏ।

ପେଟର ଚର୍ବି କମେଇବାରେ ଅଦା ପାଣି:

  • ଯଦି ଆପଣଙ୍କ ପେଟ ଗୋଲ୍ ହୋଇ ବାହାରି ପଡୁଛି, ଅଣ୍ଟା ଚଉଡା ହୋଇଯାଉଛି, ତେବେ ଆପଣ ଅଦା ପାଣି ପିଇବା ଆରମ୍ଭ କରିଦେବା ଉଚିତ। ବିଶେଷ କରି ସକାଳେ ଏହାକୁ ପିଅନ୍ତୁ। ଏହା କ୍ୟାଲୋରୀକୁ ବର୍ନ କରେ। ଆପଣ ବାରମ୍ବାର ଭୋକିଲା ଅନୁଭବ କରିବେ ନାହିଁ। ଏହା ବ୍ୟତୀତ ଏହି ପାଣି ପିଇବା ଦ୍ୱାରା ସୁଗାର୍ ସ୍ତର ମଧ୍ୟ ନିୟନ୍ତ୍ରଣରେ ରହିଥାଏ।
  • ଯଦି ଆପଣ କ୍ରମାଗତ ଭାବରେ ଅଦା ପାଣି ପିଅନ୍ତି ତେବେ ଏହା ମଧ୍ୟ ଶୀଘ୍ର ଭୋକ ଅନୁଭବ କରିବାକୁ ଦିଏନି। ଫଳରେ ଆପଣ ବାରମ୍ବାର ଖାଇବା ଠାରୁ ଦୂରେଇ ରହିବେ। ଏହି କାରଣରୁ, ଅତିରିକ୍ତ କ୍ୟାଲୋରୀ ଶରୀରକୁ ଯିବ ନାହିଁ। ଅଦାରେ ଥିବା ଥର୍ମୋଜେନିକ୍ ଗୁଣରେ କିଛି ସକ୍ରିୟ ଯୌଗିକ ରହିଥାଏ ଯାହା ଚର୍ବି ଜାଳିବାରେ ସାହାଯ୍ୟ କରିଥାଏ।
  • ଯଦି ଆପଣ ନିୟମିତ ଭାବେ ଅଦା ପାଣି ପିଅନ୍ତି, ଏହା ଓଜନ ହ୍ରାସ କରିବାରେ ବହୁତ ସାହାଯ୍ୟ କରିଥାଏ। ଏହା ପେଟର ଚର୍ବି ହ୍ରାସ କରିବାରେ ସାହାଯ୍ୟ କରିଥାଏ କାରଣ ଏହା ଏକ ପ୍ରାକୃତିକ ମୁତ୍ରବର୍ଦ୍ଧକ। ଏହା ଶରୀରରୁ ଜଳ ବାହାର କରିବାରେ ସାହାଯ୍ୟ କରିଥାଏ। ସୋଡିୟମ୍ ଏବଂ ଜଳ ଧାରଣକୁ ଠିକ କରିବାରେ ଏହା ସାହାଯ୍ୟ କରେ।
Advertisment

ପେଟର ଚର୍ବି ହ୍ରାସ କରିବାରେ ମେଥି ପାଣି:

  • ମେଥି ମଞ୍ଜିକୁ ରାତିସାରା ପାଣିରେ ଭିଜାଇ ରଖନ୍ତୁ। ସକାଳେ ଖାଲି ପେଟରେ ଏହି ପାଣି ପିଅନ୍ତୁ ଏବଂ ମେଥିକୁ ଚୋବାନ୍ତୁ ଏବଂ ଏହାକୁ ଖାଆନ୍ତୁ। ଓଜନ ହ୍ରାସ କରିବା ପାଇଁ ଏହା ଏକ ଭଲ ଏବଂ ଶସ୍ତା ଉପାୟ। ମେଥିରେ କିଛି ଉପାଦାନ ରହିଥାଏ ଯାହା ଭୋକକୁ ହ୍ରାସ କରିଥାଏ ଏବଂ ମେଟାବୋଲିଜିମ୍ ବୁଷ୍ଟ୍ କରିଥାଏ।
  • ମେଥି ମଞ୍ଜି ହଜମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ଏବଂ ପେଟର ଚର୍ବି ହ୍ରାସ କରିବାରେ ଏହା ଅତ୍ୟନ୍ତ ପ୍ରଭାବଶାଳୀ ହୋଇପାରେ। ଯଦି ଆପଣଙ୍କର ହଜମ ସମସ୍ୟା ଯେପରି ବଦହଜମୀ, ଗ୍ୟାସ୍, ପେଟ ଫୁଲା, କୋଷ୍ଠକାଠିନ୍ୟ ଭଳି ସମସ୍ୟା ଅଛି, ତେବେ ଆପଣ ମେଥି ପାଣି ପିଇପାରିବେ। ସକାଳେ ଉଠିବା ପରେ ଏହାକୁ ଖାଲି ପେଟରେ ଖାଇବା ଦ୍ୱାରା ଶରୀରରୁ କ୍ଷତିକାରକ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ। ଝାଡା ମଧ୍ୟ ସଫା ହୋଇଥାଏ।
  • ମେଥି ପାଣି ମେଟାବୋଲିଜିମ୍‌କୁ ବୁଷ୍ଟ୍ କରିଥାଏ। ଏହା ଭୋକକୁ ହ୍ରାସ କରିଥାଏ। ପେଟକୁ ପୂର୍ଣ୍ଣ ରଖେ। ଏପରି ପରିସ୍ଥିତିରେ, ଏହାକୁ ଖାଇବା ଦ୍ୱାରା କେବଳ ଓଜନ ହ୍ରାସ ହୁଏ ନାହିଁ ବରଂ ପେଟର ଚର୍ବି ମଧ୍ୟ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ଫାଇବରର ଅଧିକ ପରିମାଣ ଯୋଗୁଁ ଏମିତି ଲାଭ ମିଳିଥାଏ।
Healthy Food Healthy Diet Health Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ