Advertisment

Health Tips: ଯାଦୁ-କାଛୁ-କୁଣ୍ଡିଆରୁ ମୁକ୍ତି ପାଇଁ ଘରେ ତିଆରି କରନ୍ତୁ ଏମିତି କ୍ରିମ୍

ଶୀତର ପ୍ରଭାବରେ ଆପଣ ଯାଦୁ-କାଛୁ-କୁଣ୍ଡିଆ ଭଳି ସମସ୍ୟା ଭୋଗୁଛନ୍ତି କି? ବଜାରରୁ ଅନେକ ପ୍ରକାର କ୍ରିମ ଆଣି ବ୍ୟବହାର କରି ଏଥିରୁ ମୁକ୍ତି ପାଉ ନାହାନ୍ତି? ତେବେ ଘରେ ବନାନ୍ତୁ ଏମିତି କ୍ରିମ୍, ମିଳିବ ଉପଷମ।

ଅଦ୍ୟତନ ହୋଇଛି
Get rid of itching ringworm and scabies problems make cream in home

Get rid of itching ringworm and scabies problems make cream in home

Advertisment

ଶୀତଋତୁରେ ଯାଦୁ, କାଛୁ ଓ କୁଣ୍ଡିଆ ଆଦି ସାଧାରଣ ସମସ୍ୟା। ଏହା ଭିତରେ ଯାଦୁ ହେଉଛି ମୁଖ୍ୟ ସମସ୍ୟା। ଏହା ଏକ ଫଙ୍ଗସ। ଏହା ବହୁତ ସଂକ୍ରାମକ ହୋଇଥାଏ। ଏହା ଘରର ଯେକୌଣସି କୋଣ, ପୋଷାକ କିମ୍ବା ପାଣି ଦ୍ୱାରା ଆସିଥାଏ। ଏସବୁ ସଂସ୍ପର୍ଶରେ ଆସିଥିବା ଲୋକେ ସଂକ୍ରମିତ ହୁଅନ୍ତି, ପରେ ଏହା ଧୀରେ ଧୀରେ ଚର୍ମର ଅନେକ ସ୍ଥାନକୁ ମାଡିଯାଏ।

Advertisment

ଏସବୁ ସମସ୍ୟା ଦେଖାଦେଲେ ଆମେ ସାଧାରଣତଃ ବଜାରରେ ମିଳୁଥିବା କ୍ରିମ୍ ଆଣି ବ୍ୟବହାର କରୁ। ଏହା କିନ୍ତୁ ସବୁ ପ୍ରକାର ଯାଦୁ ବା କୁଣ୍ଡିଆକୁ ଭଲ କରିପାରେ ନାହିଁ। ଆପଣମାନେ କିନ୍ତୁ ନିଜେ ଘରେ କିଛି କ୍ରିମ୍ ତିଆରି କରି ବ୍ୟବହାର କରିପାରିବେ, ଯାହା ଆପଣଙ୍କୁ ଉପଷମ ଦେବେ। ତେବେ କିଛି ଏସବୁ କରିବେ ଆସନ୍ତୁ ଜାଣିବା।

ରସୁଣ କ୍ରିମ୍:

ଶତାବ୍ଦୀ ଶତାବ୍ଦୀ ଧରି ଆମ ଦେଶରେ ଅନେକ ରୋଗର ଚିକିତ୍ସାରେ ରସୁଣ ବ୍ୟବହାର କରାଯାଇଆସୁଛି। ରସୁଣ ଯେକୌଣସି ପ୍ରକାର ସଂକ୍ରମଣରେ ବ୍ୟବହୃତ ହୁଏ। ରସୁଣ କ୍ୟାଣ୍ଡିଡା, ଟୋରୁଲୋପ୍ସିସ୍, ଟ୍ରାଇକୋଫାଏଟନ୍ ଏବଂ କ୍ରିପ୍ଟୋକୋକସ୍ ଭଳି ଅନେକ ପ୍ରକାରର ଫଙ୍ଗସକୁ ସମ୍ପୂର୍ଣ୍ଣ ରୂପେ ମାରିଦିଏ।

Advertisment

କିପରି ତିଆରି କରିବେ ରସୁଣ କ୍ରିମ୍ –

  • ପ୍ରଥମେ ଏହାର କଲିଗୁଡିକୁ ବାହାର କରନ୍ତୁ
  • ଏବେ ଏହାର ଏକ ପେଷ୍ଟ୍‌ ପ୍ରସ୍ତୁତ କରନ୍ତୁ
  • ଏହାର ପେଷ୍ଟ୍‌ରେ ଅଲିଭ୍ ତେଲ କିମ୍ବା ନଡିଆ ତେଲ ମିଶାନ୍ତୁ
  • ଏବେ ରସୁଣ କ୍ରିମ୍ ପ୍ରସ୍ତୁତ
  • ବର୍ତ୍ତମାନ ଏହାକୁ ପ୍ରଭାବିତ ସ୍ଥାନରେ ବ୍ୟବହାର କରନ୍ତୁ
  • ଦୁଇ ଘଣ୍ଟା ପରେ ଏହାକୁ ଉଷୁମ ପାଣିରେ ସଫା କରନ୍ତୁ

ଆପଣ କିଛି ଦିନ ପରେ ପାର୍ଥକ୍ୟ ଅନୁଭବ କରିବେ

ଆଲୋଭେରା କ୍ରିମ୍:

ଚର୍ମ ସମ୍ବନ୍ଧୀୟ ଅନେକ ସମସ୍ୟାର ଚିକିତ୍ସାରେ ଆଲୋଭେରା ବ୍ୟବହୃତ ହୋଇଥାଏ। ଅନୁସନ୍ଧାନ ଅନୁଯାୟୀ, ଆଲୋଭେରାରେ ୬ ପ୍ରକାରର ଆଣ୍ଟିସେପ୍ଟିକ୍ ଉପାଦାନ ରହିଛି।

Advertisment

କିପରି କରିବେ କ୍ରିମ୍ –

  • ଆଲୋଭେରା ପ୍ଲାଣ୍ଟରୁ ଏହାର ଏକ ଡେମ୍ଫ କାଟନ୍ତୁ
  • ଏହା ପରେ, ଏଥିରୁ ରସ ବାହାର କରନ୍ତୁ
  • ଚର୍ମର ପ୍ରଭାବିତ ସ୍ଥାନରେ ଲଗାନ୍ତୁ

ନଡିଆ ତେଲ ଓ ହଳଦୀ କ୍ରିମ୍:

ଚର୍ମ ସଂକ୍ରମଣ କ୍ଷେତ୍ରରେ ଡାକ୍ତରମାନେ ନଡିଆ ତେଲ ଲଗାଇବାକୁ ମଧ୍ୟ କୁହନ୍ତି। ନଡ଼ିଆ ତେଲରେ କବକ ଦୂର କରିବାର କ୍ଷମତା ଅଛି। ଅନୁସନ୍ଧାନରେ ଏହା ମଧ୍ୟ କୁହାଯାଇଛି ଯେ ନଡିଆ ତେଲ ଚର୍ମ ସଂକ୍ରମଣରେ ଅତ୍ୟନ୍ତ ଲାଭଦାୟକ। ସେହିପରି ହଳଦୀରେ ମଧ୍ୟ ଆଣ୍ଟିସେପ୍ଟିକ୍, ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ଅଛି। ଅନେକ ଅଧ୍ୟୟନରେ ଏହା ପ୍ରମାଣିତ ହୋଇଛି ଯେ ହଳଦୀ ଅନେକ ରୋଗ ପାଇଁ ରାମବାଣ ପରି କାମ କରେ।

କିପରି କରିବେ ନଡିଆ ତେଲ ଓ ହଳଦୀ କ୍ରିମ୍ –

  • ନଡ଼ିଆ ତେଲରେ ହଳଦୀ ପାଉଡର ମିଶାନ୍ତୁ
  • ଏହାକୁ ଭଲ ଭାବେ ଗୋଳାଇ ପେଷ୍ଟ୍ ପ୍ରସ୍ତୁତ କରନ୍ତୁ
  • ଏହାକୁ ପ୍ରଭାବିତ ସ୍ଥାନରେ ଲଗାନ୍ତୁ

ଯଷ୍ଟି ମଧୁ କ୍ରିମ୍:

ଯଷ୍ଟି ମଧୁ ବା ଲିକୋରାଇସ୍ ଆଣ୍ଟିଭାଏରାଲ୍, ଆଣ୍ଟିମାଇକ୍ରୋବାଏଲ୍ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣରେ ଭରପୂର। ଯାଦୁ ଏବଂ ଫଙ୍ଗଲ୍ ସଂକ୍ରମଣରେ ଏହା ଅତ୍ୟନ୍ତ ଲାଭଦାୟକ ହୋଇଥାଏ।

କିପରି କରିବେ କ୍ରିମ୍ –

  • ପ୍ରଥମେ ଯଷ୍ଟି ମଧୁର ମୂଳ ଆଣି ପାଉଡର୍ ତିଆରି କରନ୍ତି
  • ଏକ କପ୍‌ ପାଣିରେ ତିନି ଚାମଚ ପାଉଡର ପକାନ୍ତୁ
  • ଏହାକୁ ମିଶାନ୍ତୁ ଏବଂ ତା’ପରେ ଗରମ କରନ୍ତୁ
  • ଏହାକୁ ୧୦ ମିନିଟ୍ ପର୍ଯ୍ୟନ୍ତ ଗରମ କରନ୍ତୁ
  • ଏହା ଥଣ୍ଡା ହେଲା ପରେ ଏକ ପେଷ୍ଟ୍‌ ହେବା ଉଚିତ
  • ବର୍ତ୍ତମାନ ଏହି ପେଷ୍ଟ୍‌କୁ ପ୍ରଭାବିତ ଚର୍ମରେ ଲଗାନ୍ତୁ

ଏହାକୁ ଦିନକୁ ଦୁଇଥର ଲଗେଇବା ପାରେ କିଛି ଦିନ ପରେ ଏହି ସମସ୍ୟା ଦୂର ହୋଇଯିବ।

Health Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ