Advertisment

ଗରିବ ଲୋକଙ୍କୁ ମାଗଣାରେ ଇକ୍‌ମୋ ଚିକିତ୍ସା ଯୋଗାଇବ ଏମ୍ସ

ଏମ୍ସର ବଡ଼ ନିଷ୍ପତ୍ତି। ଏଣିକି ଗରିବ ଲୋକଙ୍କୁ ଇକମୋ ଚିକିତ୍ସା ମାଗଣାରେ ଯୋଗାଇବ ଏମ୍ସ। ଭୁବନେଶ୍ୱର ଏମ୍ସରେ ଗରିବ ଲୋକଙ୍କୁ ଇକମୋ ଚିକିତ୍ସା ମାଗଣାରେ ମିଳିବ। ରାସନ କାର୍ଡଧାରୀ ଓ ଗରିବ ଲୋକଙ୍କୁ ମାଗଣାରେ ମିଳିବ ଚିକିତ୍ସା ବୋଲି ସୂଚନା ମିଳିଛି। ଭୁବନେଶ୍ୱର ଏମ୍ସ ଅଧିକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ଏନେଇ ସୂଚନା ଦେଇଛନ୍ତି। ଗତ ଜୁଲାଇ ୧୫ରୁ ଏମ୍ସରେ କାର୍ଯ୍ୟକ୍ଷମ ହୋଇଛି ଇକମୋ ମେସିନ।

ଅଦ୍ୟତନ ହୋଇଛି
ଗରିବ ଲୋକଙ୍କୁ ମାଗଣାରେ ଇକ୍‌ମୋ ଚିକିତ୍ସା ଯୋଗାଇବ ଏମ୍ସ

AIIMS

Advertisment

ଭୁବନେଶ୍ୱର: ଏମ୍ସର ବଡ଼ ନିଷ୍ପତ୍ତି। ଏଣିକି ଗରିବ ଲୋକଙ୍କୁ ଇକମୋ ଚିକିତ୍ସା ମାଗଣାରେ ଯୋଗାଇବ ଏମ୍ସ। ଭୁବନେଶ୍ୱର ଏମ୍ସରେ ଗରିବ ଲୋକଙ୍କୁ ଇକମୋ ଚିକିତ୍ସା ମାଗଣାରେ ମିଳିବ। ରାସନ କାର୍ଡଧାରୀ ଓ ଗରିବ ଲୋକଙ୍କୁ ମାଗଣାରେ ମିଳିବ ଚିକିତ୍ସା ବୋଲି ସୂଚନା ମିଳିଛି। ଭୁବନେଶ୍ୱର ଏମ୍ସ ଅଧିକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ଏନେଇ ସୂଚନା ଦେଇଛନ୍ତି। ଗତ ଜୁଲାଇ ୧୫ରୁ ଏମ୍ସରେ କାର୍ଯ୍ୟକ୍ଷମ ହୋଇଛି ଇକମୋ ମେସିନ।

Advertisment

ସେପଟେ, ରାଜ୍ୟରେ କୋଭିଡ ୨ୟ ଲହର ପ୍ରଭାବ କମୁଥିବାବେଳେ ମାଡି ଆସୁଛି ୩ୟ ଲହରର ଭୟ।୨ୟ ଲହରର ଭୟାବହତାକୁ ସାମ୍ନା କରିଥିବା ଲୋକେ ୩ୟ ଲହର ପାଇଁ ଏକ ପ୍ରକାର ଆତଙ୍କିତ ହୋଇ ପଡ଼ିଛନ୍ତି। ୨ୟ ଲହର ଅନେକ ଜୀବନ ନେଲା। ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅନେକ ଅବ୍ୟବସ୍ଥା ପଦାରେ ପକାଇଲା। ତେଣୁ ୩ୟ ଲହର ଆସିବା ପୂର୍ବରୁ ଏହି ସବୁ ତ୍ରୁଟି ସୁଧାରିବାକୁ ଚେଷ୍ଟା କରୁଛନ୍ତି ସରକାର। ବିଶେଷକରି ରାଜ୍ୟରେ ଇକ୍‌ମୋ ଚିକିତ୍ସା ସେବା ନ ଥିବାରୁ ରାଜ୍ୟ ବାହାରକୁ ରୋଗୀଙ୍କୁ ଏୟାର ଲିଫ୍ଟିଂ କରାଯାଉଥିଲା।

Advertisment

ସୂଚନା ଅନୁସାରେ, ଅଗଷ୍ଟ ୧୫ରୁ କଟକ SCBରେ ଆରମ୍ଭ ହୋଇଛି ଇକ୍‌ମୋ ଚିକିତ୍ସା ସେବା। ଏ ନେଇ ସୂଚନା ଦେଇଛନ୍ତି ଡିଏମଇଟି ଡାକ୍ତର ସି.ବି.କେ. ମହାନ୍ତି । ଏସ୍‌ସିବିରେ ୯ଟି ଇକ୍‌ମୋ ମେସିନ ଇନଷ୍ଟଲ ହୋଇଛି। ଆବଶ୍ୟକ ମାନବ ସମ୍ବଳ ମଧ୍ୟ ନିଯୁକ୍ତ ହୋଇସାରିଛନ୍ତି । ଗୋଟିଏ ବ୍ୟାଚ୍ କୋଲକାତାରୁ ପ୍ରଶିକ୍ଷଣ ନେଇ ଫେରିଛନ୍ତି ।

ଇକ୍‌ମୋ ପାଇଁ SCBରେ ୨ଟି ୟୁନିଟ୍ କରାଯାଇଛି । ପ୍ରଥମ ୟୁନିଟ୍‌ରେ ୬ଟି ଓ ଦ୍ୱିତୀୟ ୟୁନିଟ୍‌ରେ ୩ଟି ମେସିନ ରହିବ। ଦ୍ୱିତୀୟ ୟୁନିଟ୍‌ରେ ୩ଟି ମେସିନ କୋଭିଡ୍ ରୋଗୀଙ୍କୁ ସେବା ଦେବ। ତେବେ କୋଭିଡ୍ ପରବର୍ତ୍ତୀ ଜଟିଳତା ପାଇଁ ଅନ୍ୟ ୬ଟି ମେସିନ ରହିବ। ସେପଟେ, ଗରୀବଙ୍କୁ ମାଗଣାରେ ଏମ୍ସ ଇକ୍‌ମୋ ଚିକିତ୍ସା ଯୋଗାଇବା ଘୋଷଣା ପରେ ଏବେ ଗରୀବଙ୍କ ମଧ୍ୟରେ ଖୁସିର ଲହରୀ ଦେଖାଦେଇଛି।

Advertisment
COVID19 ECMO Machine In Odisha Coronavirus Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ