follow these tips and keep entire body healthy in winters
ଆୟୁର୍ବେଦିକ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଋତୁ ଅନୁଯାୟୀ ଶରୀରକୁ ସୁସ୍ଥ ରଖିବା ଭିନ୍ନ ଭିନ୍ନ ପରାମର୍ଶ ରହିଛି। ସାଧାରଣତଃ ଶୀତଦିନେ ଅନେକ ଶାରିରୀକ ସମସ୍ୟା ଆସିଥାଏ। ଥଣ୍ଡା ଠାରୁ ଆରମ୍ଭ କରି ଅନେକ ପୁରୁଣା ରୋଗର ସମ୍ମୁଖିବ ହେବାକୁ ପଡିଥାଏ। କିନ୍ତୁ ଆୟୁର୍ବେଦିକ ଶାସ୍ତ୍ର ଅନୁସାରେ ଶୀତଦିନେ ମଧ୍ୟ ଏମିତି କିଛି ନିୟମ ଅଛି ଯାହାକୁ ପାଳନ କରି ଜଣେ ସମ୍ପୂର୍ଣ୍ଣ ସୁସ୍ଥ ରହିପାରିବେ।
ଆୟୁର୍ବେଦ ଚିକିତ୍ସା ଅନୁସାରେ ଅନ୍ୟ ଋତୁ ତୁଳନାରେ ଶୀତ ଦିନ ସ୍ୱାସ୍ଥ୍ୟ ପାଇଁ ଖୁବ ଭଲ। ଆୟୁର୍ବେଦରେ ଏହାର ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଶୀତ ଋତୁରେ ଆମର ହଜମ ଶକ୍ତି ବହୁତ ଭଲ ଥାଏ। କିନ୍ତୁ ଶୀତଦିନେ ଆମେ ଆମର ଜୀବନଶୈଳୀକୁ ପରିବର୍ତ୍ତନ କରିଦେଇଥାଉ, ଯେଉଁ କାରଣରୁ ଆମେ ଆମ ଶରୀରକୁ କ୍ଷତି ପହଞ୍ଚାଇ ଅସୁସ୍ଥ କରିଥାଉ। ଆୟୁର୍ବେଦରେ ଉଲ୍ଲେଖ କରାଯାଇଥିବା କିଛି ନିୟମ ମାନିଲେ, ଆପଣ ଶୀତଋତୁକୁ ମଧ୍ୟ ଉପଭୋଗ କରିପାରିବେ ଏବଂ ସୁସ୍ଥ ରହିପାରିବେ। ତେବେ ଆସନ୍ତୁ ଏମିତି ୫ଟି ନିୟମ ବିଷୟରେ ଜାଣିନେବା।
ଅଧିକ ପଢ଼ନ୍ତୁ: ଶୀତ ଦିନେ କିପରି ନେବେ ନବଜାତ ଶିଶୁର ଯତ୍ନ…
ଅଳସୁଆମି ଦୂର କରିବା:
ଶୀତ ଦିନରେ ପ୍ରତ୍ୟେକ ବ୍ୟକ୍ତି ଅଳସୁଆମିର ଶିକାର ହୁଅନ୍ତି। ସକାଳେ ଉଠିବାକୁ ମନ ହୁଏନି। ଅନେକ ଲୋକମ ଅଧିକ ବିଶ୍ରାମ ନେବାକୁ ପସନ୍ଦ କରନ୍ତି। ଏଭଳି ପରିସ୍ଥିତିରେ କଫ ଆଉ ବାତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ତେଣୁ ଶୀତ ଦିନରେ ଅଳସୁଆମିକୁ ଦୂର କରିବା ନିହାତି ଜରୁରୀ।
ତେଲ ମାଲିସ୍:
ଶୀତ ଦିନରେ ଶରୀରରେ ତେଲ ମାଲିସ୍ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସକାଳେ ଗାଧୋଇବା ପୂର୍ବରୁ ରାଶି ତେଲ କିମ୍ବା ସୋରିଷ ତେଲ ବ୍ୟବହାର କରି ଶରୀରକୁ ଭଲ ଭାବେ ମସାଜ କରିବା ଉଚିତ।
ଖରାରେ ବସିବା:
ଶୀତ ଦିନରେ ସୂର୍ଯ୍ୟ କିରଣ ଗ୍ରହଣ କରିବା ମଧ୍ୟ ଆୟୁର୍ବେଦରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ତେଲ ମାଲିସ୍ କରିବା ପରେ, ହାଲୁକା ସୂର୍ଯ୍ୟ କିରଣରେ ୫-୧୦ ମିନିଟ୍ ବସି ତା’ପରେ ଗାଧୋଇବା ଉଚିତ।
ଖାଦ୍ୟରେ ମସଲା ବ୍ୟବହାର:
ଶୀତ ଦିନରେ ଶରୀରକୁ ଗରମ ରଖିବା ପାଇଁ ଆୟୁର୍ବେଦିକ ଉପାୟ ଅନୁସାରେ ଖାଦ୍ୟରେ ଅଦା, ଗୋଲ ମରିଚ, ଲବଙ୍ଗ, ଡାଲଚିନି ଏବଂ ତେଜ ପତ୍ର ଭଳି ଜିନିଷ ବ୍ୟବହାର କରିବା ଜରୁରୀ। ଏହା ଶରୀରକୁ ଉଷ୍ମତା ପ୍ରଦାନ କରିବାରେ ସାହାଯ୍ୟ କରେ।
ଭାତ ଖାଇବାରୁ ଦୂରେଇ ରହିବା:
ଶୀତ ଦିନରେ ଭାତ ଖାଇବା ଦ୍ୱାରା କଫ ବୃଦ୍ଧି ହୋଇଥାଏ। ଏପରି ପରିସ୍ଥିତିରେ ଭାତ ଖାଇବା ଠାରୁ ଦୂରେଇ ରହିବା ଉଚିତ। ଯଦି ଆପଣ ଭାତ ଖାଇବାକୁ ଚାହାଁନ୍ତି, ତେବେ ଆପଣ ଏହାକୁ ଦିନରେ ଖାଇପାରିବେ, କିନ୍ତୁ ଯଦି ଆପଣ ଏହାକୁ ରାତିରେ ଖାଇବାକୁ ଇଛାହୁଏ ତେବେ ଅଦା, ଗୋଲମରିଚ ଗୁଣ୍ଡ, ଲବଙ୍ଗ, ଡାଲଚିନି ଏବଂ ତେଜ ପତ୍ର ପରି ଗରମ ମସାଲା ବ୍ୟବହାର କରନ୍ତୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699966279.jpg)