Advertisment

ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ ଡାକ୍ତର ଖାଦ୍ୟନଳୀ କାଟି ଦେଇଥିବା ଅଭିଯୋଗ, ଯନ୍ତ୍ରଣାରେ ଛଟପଟ୍ ହେଉଛନ୍ତି ମହିଳା

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ଗୋପାଳପୁର ଗାଁର କ୍ଷତିପ୍ରଭା ବାରିକ । ଦୁଇ ସନ୍ତାନ ଥିବାରୁ ଜୁଲାଇ ମାସ ୧୭ ତାରିଖରେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୋଜିତ ଗର୍ଭନିୟନ୍ତ୍ରଣ ଅସ୍ତ୍ରୋପଚାର ଶିବିରରେ ଅସ୍ତ୍ରୋପଚାର କରାଇଥିଲେ। ସେଠାରେ ସ୍ଵତନ୍ତ୍ର ଡାକ୍ତରୀ ଦଳ ଅସ୍ତ୍ରୋପଚାର କରିବା ସହ ଆବଶ୍ୟକୀୟ ଚିକିତ୍ସା ପରେ ଘରକୁ ପଠାଇଥିଲେ

ଅଦ୍ୟତନ ହୋଇଛି
ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ ଡାକ୍ତର ଖାଦ୍ୟନଳୀ କାଟି ଦେଇଥିବା ଅଭିଯୋଗ, ଯନ୍ତ୍ରଣାରେ ଛଟପଟ୍ ହେଉଛନ୍ତି ମହିଳା

Bhadrak

Advertisment

ଭଦ୍ରକ( ପାର୍ଥସାରଥୀ ନାୟକ) : ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ ଡାକ୍ତର କାଟିଦେଲେ ଖାଦ୍ୟନଳୀ ? ଏପରି ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଅସ୍ତ୍ରୋପଚାର ଖାଦ୍ୟ ଖାଇବା ବେଳେ ମହିଳାଙ୍କ ପେଟରେ ଅସହ୍ୟ ଯନ୍ତ୍ରଣା ହୋଇଥିଲା । ଯନ୍ତ୍ରଣା ଅସହ୍ୟ ହେବାରୁ ମହିଳାଙ୍କୁ ପ୍ରଥମେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତା’ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଆଉ ତା’ ପରେ ପୁଣି କଟକ ବଡ ମେଡିକାଲ ନିଆଗଲା । ସେଠାରେ ପୁଣି ଅପରେସନ ହେଲା । କାରଣ ଖୋଜିବା ବେଳେକୁ ଜଣାପଡିଲାରେ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପ୍ରଚାର ବେଳେ ଗର୍ଭନାଡି ସହ ଖାଦ୍ୟନଳୀ କଟିଯାଇଛି । ତେବେ ମହିଳା ଜଣକଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ରହିଛି । କିନ୍ତୁ ସେପଟେ ଡାକ୍ତର କହୁଛନ୍ତି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । ଅଭିଯୋଗ ସତ କି ମିଛ ସେ କଥା ଅପରେସନ କରିଥିବା ଡାକ୍ତର କହିବେ।

Advertisment

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ଗୋପାଳପୁର ଗାଁର କ୍ଷତିପ୍ରଭା ବାରିକ । ଦୁଇ ସନ୍ତାନ ଥିବାରୁ ଜୁଲାଇ ମାସ ୧୭ ତାରିଖରେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୋଜିତ ଗର୍ଭନିୟନ୍ତ୍ରଣ ଅସ୍ତ୍ରୋପଚାର ଶିବିରରେ ଅସ୍ତ୍ରୋପଚାର କରାଇଥିଲେ। ସେଠାରେ ସ୍ଵତନ୍ତ୍ର ଡାକ୍ତରୀ ଦଳ ଅସ୍ତ୍ରୋପଚାର କରିବା ସହ ଆବଶ୍ୟକୀୟ ଚିକିତ୍ସା ପରେ ଘରକୁ ପଠାଇଥିଲେ । ତେବେ ଘରକୁ ଫେରିବା ପରେ ଖାଦ୍ୟ ଖାଇଲେ କ୍ଷତିପ୍ରଭା ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ଅବସ୍ଥାରେ ପରିବର୍ତ୍ତନ ନହେବାରୁ ତାଙ୍କୁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ମଧ୍ୟ କିଛି ଜଣାପଡ଼ିଲା ନାହିଁ । ଅବସ୍ଥା ସଂକଟାପନ୍ନ ହେବାରୁ ସେଠାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ରେଫର କରାଯାଇଥିବା ବେଳେ ଅବସ୍ଥା ଗୁରୁତର ଦେଖି ଭଦ୍ରକ ଡାକ୍ତରଖାନାରୁ ପୁଣି କଟକ ଏସସିବିକୁ ସ୍ଥାନାନ୍ତର କରଯାଇଥିଲା ।

ସେଠାରେ ଖାଦ୍ୟନଳୀରେ କଣା ହୋଇଥିବା ନେଇ ଜଣା ପଡିବା ପରେ ପୁଣି ଅପରେସନ କରଯାଇଥିଲା । କଟକ ଡାକ୍ତରଖାନାରେ ୧୦ ଦିନ ପରେ ତାଙ୍କୁ ଘରକୁ ପଠାଯାଇଥିଲା । କିନ୍ତୁ ଘରକୁ ଆସିବା ପରେ ମଧ୍ୟ ସମାନ ଅବସ୍ଥା । ସେଥିପାଇଁ କ୍ଷତିପ୍ରଭାଙ୍କୁ ୨୯ ତାରିଖରେ ପୁଣି ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଗତକାଲି ତାଙ୍କୁ ଡାକ୍ତର ଘରକୁ ପଠାଇଥିଲେ ମଧ୍ୟ ରୋଗ ଉପଶମ ହୋଇ ନାହିଁ, ଫଳରେ ସେ ଘର ବିଛଣାରେ ପଡି ଛଟପଟ ହେଉଛନ୍ତି । କଷ୍ଟ ହେଉଥିଲେ ମଧ୍ୟ ନିରୁପାୟ ।

Advertisment

ଏପରି ସ୍ଥିତିରେ ଆବଶ୍ୟକୀୟ ସାହାଯ୍ୟ ଯୋଗାଇଦେବା ପାଇଁ ସରପଞ୍ଚ କହିଛନ୍ତି । କିନ୍ତୁ ଅପରେସନ ଜନିତ କ୍ଷତି ପାଇଁ କୌଣସି ଯୋଜନା ନଥିବାରୁ ତାଙ୍କୁ ଅନ୍ୟାନ୍ୟ ଆନୁଷଙ୍ଗିକ ଯୋଜନାରେ ସାମିଲ କରିବା ନେଇ ଦାବି କରାଯାଇଛି । ସେପଟେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ କହିଛନ୍ତି, ଖାଦ୍ୟନଳୀ କଟିବା ନେଇ ଅଭିଯୋଗ ନେଇ ଅସ୍ତ୍ରୋପ୍ରଚାର କରିଥିବା ଡାକ୍ତର ସ୍ପଷ୍ଟ କରିପାରିବେ । ଏ ନେଇ ସେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିଛନ୍ତି । ଏଇଠି ପ୍ରଶ୍ନ ଉଠୁଛି ଛଟପଟ ହେଉଥିବା ମହିଳାଙ୍କୁ ଭୁଲ ରହିଲା କେଉଁଠି ? ବିଶ୍ୱାସ କରି ଅସ୍ତ୍ରୋପଚାର କରାଇଥିଲେ । ଆଉ ଏବେ ଏପରି ଅବସ୍ଥା ।

Advertisment

ତେବେ କ୍ଷତିପ୍ରଭାଙ୍କ ଏମିତି ଅବସ୍ଥା ପାଇଁ ଦୋଷ କେହି ମୁଣ୍ଡକୁ ନେବାକୁ ପ୍ରସ୍ତୁତ ନାହାଁନ୍ତି । କିନ୍ତୁ ଅଭିଯୋଗ ଯଦି ସତ ହୁଏ ତେବେ କଥା ନିଶ୍ଚିତ ସାଂଘାତିକ ହେବ । ଏବେ ଏମିତି ତ୍ରୁଟି ପାଇଁ କାର୍ଯ୍ୟାନୁଷ୍ଠାନ ସହ ସତର୍କତା ଅବଲମ୍ବନ କରାଯିବା ଆବଶ୍ୟକ । ଏହିଭଳି ଘଟଣା ଜଣଙ୍କର ନୁହେଁ ସଂପୃକ୍ତ ଡାକ୍ତରଙ୍କ ବିରୋଧରେ ଅନ୍ୟ ଜଣେ ଦୁଇ ଜଣଙ୍କର ମଧ୍ୟ ସମାନ ଅଭିଯୋଗ ରହିଛି । ତଥାପି ବିଭାଗୀୟ ଅଧିକାରୀ କୋହଳ ମନୋଭାବ ପୋଷଣ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Odisha Bhadrak
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ