Advertisment

Healthy Aging Tips: ବୟସ ବଢୁଛି ଆଉ ଆଉ ଆପଣ ସବୁ ଭୁଲିଯାଉଛନ୍ତି...କ’ଣ କରିବେ ?

ମଣିଷର ବୟସ ବଢିବା, ବୟସ୍କ ହେବା ଏବଂ କାର୍ଯ୍ୟକ୍ଷେତ୍ରରୁ ଅବସର ନେବା ପ୍ରାକୃତିକ ଓ ତାକୁ କେହି ଏଡାଇ ପାରିବେ ନାହିଁ। କିନ୍ତୁ କାର୍ଯ୍ୟକ୍ଷେତ୍ରରୁ ଅବସର ନେବାର ଅର୍ଥ ଯେ ସାମାଜିକ ଓ ପାରିବାରିକ ଏବଂ ଦୈନନ୍ଦିନ ଜୀବନରୁ ଅବସର ନେବା ତା’ ଆଦୌ ନୁହେଁ। କେମିତି ରଖିବେ ନିଜର ଏବଂ ନିଜ ଘରର ବୟସ୍କ ମାନଙ୍କ ମସ୍ତିଷ୍କ ଓ ବ୍ୟବହାରକୁ ସୁସ୍ଥ, ଜାଣିବା ଆଜି।

ଅଦ୍ୟତନ ହୋଇଛି
ବୃଦ୍ଧାବସ୍ଥାରେ ସ୍ମୃତିଶକ୍ତି

ବୃଦ୍ଧାବସ୍ଥାରେ ସ୍ମୃତିଶକ୍ତି

Advertisment

ମଣିଷର ବୟସ୍କ ହେବା ଏବଂ ଅବସର ନେବା ଗୋଟିଏ ପ୍ରାକୃତିକ କଥା। କିନ୍ତୁ ଅନେକ ବୟସ ବଢିବା ସହ ସ୍ମୃତିଶକ୍ତି ହରାଇବା ଏବଂ ଦୈନନ୍ଦିନ ଜୀବନର ଗତି ସହ ନିଜକୁ ବେଖାପ୍ ଭାବି ନିଅନ୍ତି। ଧିରେଧିରେ ସେମାନଙ୍କ ଗତିବିଧି ଏବଂ ସାମାଜିକ ଚଳପ୍ରଚଳ କମିଯାଏ। କେବଳ ନିଜେ ସେମାନେ ଏକୁଟିଆ ଅନୁଭବ କରନ୍ତି କିମ୍ବା ମାନସିକ ଯନ୍ତ୍ରଣା ଭୋଗନ୍ତି ତା’ ନୁହେଁ, ଏହା ଦ୍ବାରା ତାଙ୍କ ଆଖପାଖରେ ଥିବା ମଣିଷବି ଅନେକ ସମୟରେ ମାନସିକ ଚାପ ଅନୁଭବ କରନ୍ତି।

Advertisment

ଅନେକ ସମୟରେ ବୟସ ବଢିବା ସହ ସ୍ମରଣଶକ୍ତି କ୍ଷୟ ହେବା, ବର୍ତ୍ତମାନର ପରିସ୍ଥିତିକୁ ବୁଝିବାରେ ଅସୁବିଧା ହେବା ଅତି ସାଧାରଣ କଥା। ଏହା ଦ୍ବାରା ମଣିଷ ଅନେକ ସମୟରେ ଏକୁଟିଆ ମଧ୍ୟ ପଡିଯାଏ। କିନ୍ତୁ ନିଜ ଦୈନନ୍ଦିନ ଜୀବନଚର୍ଯ୍ୟା ଓ ଅଭ୍ୟାସରେ କିଛି ଅତି ଛୋଟଛୋଟ ପରିବର୍ତ୍ତନ ଏବଂ ଅଭ୍ୟାସ ଦ୍ବାରା ଅନେକ ବୟସ ପର୍ଯ୍ୟନ୍ତ ମସ୍ତିଷ୍କକୁ ସୁସ୍ଥ ରଖିବା ସହ, ସ୍ମୃତିଶକ୍ତି ଏବଂ ଏକାଗ୍ରତାକୁ ମଧ୍ୟ ଠିକ୍ ରଖିହେବ।

ମାନସିକ ସ୍ତରରେ କାର୍ଯ୍ୟକ୍ଷମ ରୁହନ୍ତୁ: ନୂଆ ଭାଷା ଶିଖିବା, ନୂଆ କଳା କୌଶଳ ଶିଖିବା, ଖବରକାଗଜ ଏବଂ ନୂଆ ବହି ପଢିବା, ନୂତନ ବିଷୟ ଉପରେ ଅନୁଧ୍ୟାନ କରିବା, ଓ୍ବାର୍ଡ କିମ୍ବା ସୁଡୋକୁ ପରି ଖେଳ କିମ୍ବା ଅନ୍ୟାନ୍ୟ ପଜ୍ଜଲ ସମାଧାନ କରିବା।

Advertisment

ଚଳପ୍ରଚଳ ରୁହନ୍ତୁ: ସବୁବେଳେ ଗୋଟିଏ ଜାଗାରେ ବସି ନରହରି କିମ୍ବା ଖଟରେ ଗଡି ଟିଭି ନଦେଖି ହାଲୁକା ବ୍ୟାୟାମ, ଚାଲିବା ଆଦି ଜାରୀ ରଖନ୍ତୁ। ନିଜର ଏବଂ ଘରର ଛୋଟଛୋଟ କାମ ଯେମିତି ଲୁଗାପଟା, ବାସନ କିମ୍ବା ବହିଥାକ ସଜାଡିବା, ଫୁଲ ଗଛରେ ପାଣି ଦେବା, ଫୁଲଦାନୀରେ ଫୁଲ ରଖିବା, ଡାଇନିଂ ଟେବଲ ସଜାଡିବା, ଅଳ୍ପ ଅଳ୍ପ ରୋଷେଇ କରିବା, ଖାଦ୍ୟ ପରସିବା, ପିଲାଙ୍କ ସ୍କୁଲ ବ୍ୟାଗ ସଜାଡି ଦେବା, ଆଦି କାମରେ ନିଜକୁ ନିୟୋଜିତ କରନ୍ତୁ।

ସାମାଜିକ ଅନୁଷ୍ଠାନ: ନିଜ ବୟସ ଏବଂ ନିଜଠାରୁ ବୟସରେ ଛୋଟ ମାନଙ୍କ ସହ କଥାବାର୍ତ୍ତା କରନ୍ତୁ, ଛୋଟ ପିଲାଙ୍କ କଥା ଶୁଣନ୍ତୁ ଏବଂ ସେମାନଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତୁ, ନିଜ ଭାଇଭଉଣୀ ମାନଙ୍କୁ ଭେଟନ୍ତୁ। ଘରେ ବର୍ତ୍ତମାନର କୌଣସି ଘଟଣା କିମ୍ବା ଦୁର୍ଘଟଣା ବିଷୟରେ ଆଲୋଚନାରେ ସାମିଲ ହୁଅନ୍ତୁ। ଦେଶ ଦୁନିଆ ବିଷୟରେ ଖବର ରଖି ନାତିନାତୁଣୀଙ୍କ ସହ ଆଲୋଚନା କରନ୍ତୁ।

Advertisment

ମସ୍ତିଷ୍କ ପାଇଁ ଉପଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ: ପ୍ରତିଦିନ ନିଜ ଖାଦ୍ୟରେ ଶାଗ-ପନିପରିବା, କିଛି ନଟ୍ସ ଏବଂ ଓମେଗା-3 ଫ୍ୟାଟି ଏସିଡ୍ ଯୁକ୍ତ ମଞ୍ଜି କିମ୍ବା ମାଛ ସାମିଲ କରନ୍ତୁ। ଅତ୍ୟଧିକ ଶର୍କରା କିମ୍ବା ତେଲଛଣା ଆଦିରୁ ଦୂରେଇ ରୁହନ୍ତୁ।

ଉପଯୁକ୍ତ ମାତ୍ରାର ନିଦ୍ରା: ରାତି ୮-୯ ଭିତରେ ରାତ୍ରି ଭୋଜନ କରି, ଟିକେ ବହି ପଢି ଶୋଇ ପଡନ୍ତୁ। ଡେରି ରାତି ଯାଏଁ ଚେଇଁ ଟିଭି, ଫିଲ୍ମ କିମ୍ବା ଓ୍ବେବ୍-ସିରିଜ୍ ଦେଖନ୍ତୁ ନାହିଁ। ରାତିରେ ଅତି କମରେ ୬-୭ ଘଣ୍ଟାର ନିଦ୍ରା ଜରୁରୀ।

ପୁରୁଣା ରୋଗ ଓ ଡାକ୍ତରଙ୍କ ପରାମର୍ଶ: ମଧୁମେହ, ଉଚ୍ଚରକ୍ତଚାପ, ଡିପ୍ରେସନ୍ ଆଦି ଥିଲେ ନିୟମିତ ଜାଞ୍ଚ ସହ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ନିଶା ସେବନ: ମଦ୍ୟପାନ ଏବଂ ଧୂମପାନଠାରୁ ଦୂରେଇ ରୁହନ୍ତୁ।

ଘରର ବୟସ୍କ ମାନଙ୍କୁ ନିୟମିତ ବ୍ୟବଧାନରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ଏବଂ ଭ୍ରମଣ କିମ୍ବା ଫ୍ୟାମିଲି ପିକନିକ୍ ରେ ସାଙ୍ଗରେ ନିଅନ୍ତୁ। ସେମାନଙ୍କ ସହ ବସି ସିନେମା କିମ୍ବା କମେଡି ଶୋ ଦେଖନ୍ତୁ। ରେଷ୍ଟୋରାଣ୍ଟକୁ କଫି କିମ୍ବା ଡିନର ପାଇଁ ନିଅନ୍ତୁ। ବୟସ ବଢିବା ସହ ବର୍ତ୍ତମାନର ପରିସ୍ଥିତି ସହ ଖାପ ଖୁଆଇ ଚଳିବାରେ ଅସୁବିଧା ହେବା ଗୋଟିଏ ସାଧାରଣ କଥା, ଏହାକୁ ଘରର ବର୍ତ୍ତମାନର ପିଢ଼ିକୁ ବୁଝିବା ପାଇଁ ପଡିବ। ସେହି ଅନୁସାରେ ନିଜ ବ୍ୟବହାରକୁ ନିୟନ୍ତ୍ରିତ କରନ୍ତୁ, ବୟସ୍କଙ୍କୁ ବୁଝିବା ପାଇଁ ଜିଦ୍ କରିବା ଅପେକ୍ଷା ନିଜେ ବୁଝି, ସମସ୍ୟାର ସମାଧାନ କରିବା ଆବଶ୍ୟକ।

Mental Health Health Tips For Old Age Old Age Memory Loss
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ