Advertisment

ଟିକେଟ୍ ନ ମିଳିବାରୁ ଇଲେକ୍ଟ୍ରି ଟାଓ୍ୱାରରେ ଚଢ଼ିଗଲେ ପୂର୍ବତନ କାଉନସିଲର

ନେତାଙ୍କୁ କୋଣ ଠେସା କରିବାଟା ଠିକ୍‌ ହେଲାନି ବୋଲି କହିଲେ ସମର୍ଥକ

ଅଦ୍ୟତନ ହୋଇଛି
Ex aap councilor climb the tower

Ex aap councilor climb the tower

Advertisment

ଟିକେଟ୍ ନ ମିଳିବାରୁ ଟାଓ୍ୱାରରେ ଚଢ଼ିଗଲେ। ବିଦ୍ୟୁତ୍ ଟାଓ୍ୱାରରେ ଚଢ଼ି ଆମ୍ ଆଦମୀ ପାର୍ଟିର ପୂର୍ବତନ କାଉନସିଲରଙ୍କ ପ୍ରତିବାଦ ନୂଆଦିଲ୍ଲୀ ଶାସ୍ତ୍ରୀ ପାର୍କ ମେଟ୍ରୋ ଷ୍ଟେସନ ନିକଟରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ। ଆପ୍‌ର ପୂର୍ବତନ କାଉନସିଲର ହସିବ୍ ଉଲ୍ ହସନ ଏକ ବିଦ୍ୟୁତ୍ ଟାଓ୍ୱାରରେ ଚଢ଼ି ପ୍ରତିବାଦ କରିଛନ୍ତି।

Advertisment

ଦିଲ୍ଲୀ ମ୍ୟୁନସିପାଲ ନିର୍ବାଚନରେ ତାଙ୍କୁ ଆପ୍‌ ପକ୍ଷରୁ ଛିଡା କରାଯିବା ନେଇ ପ୍ରତିଶ୍ରୁତି ଦିଆଯାଇଥିଲା। ଏମିତିକି ତାଙ୍କ ଠାରୁ ସମସ୍ତ ଡକ୍ୟୁମେଣ୍ଟ ନେଇ ଥିଲା ଆପ୍‌। ହେଲେ ଶେଷ ସମୟରେ ତାଙ୍କୁ ଟିକେଟ୍‌ରୁ ବାଦ ଦିଆଯାଇଥିବା ଅଭିଯୋଗ କରିଛନ୍ତି। ସମର୍ଥକଙ୍କ କହିବାନୁସାରେ ହସିବ୍ ୨୦୧୨ରେ କଂଗ୍ରେସ ଛାଡ଼ି ଆପ୍‌ ଯୋଗ ଦେଇଥିଲେ। ତାଙ୍କର ଦଳ ପ୍ରତି ଅନେକ ଅବଦାନ ରହିଛି। ହେଲେ ତାଙ୍କ ପରି ନେତାଙ୍କୁ କୋଣ ଠେସା କରିବାଟା ଠିକ୍‌ ହେଲାନି। 

ଟିକଟ ଦିଆଯାଇନଥିବାରୁ ଏହାର ପ୍ରତିବାଦରେ ସେ ଏହି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି। ବହୁ କଷ୍ଟରେ ତାଙ୍କୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ସରକାରୀ ଅଧିକାରୀ, ଅଗ୍ନିଶମ ଅଧିକାରୀ ପହଞ୍ଚି ବୁଝାସୁଝା କରିଥିଲେ। 

Advertisment

କିଛି ଅଗ୍ନିଶମ ଅଧିକାରୀ ଟାୱାରକୁ ଚଢି ଶେଷରେ ତାଙ୍କୁ ତଳକୁ ଆଣିଛନ୍ତି। ଆସନ୍ତା ଡିସେମ୍ବର ୪ ରେ ଦିଲ୍ଲୀ ପୌର ନିର୍ବାଚନ ହେବ। ଆପ୍ ପ୍ରଥମ ପର୍ଯ୍ୟାୟରେ ୧୩୪ ପ୍ରାର୍ଥୀ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୧୭ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।

AAP Aam Aadmi Party
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ