Advertisment

ଅତ୍ୟଧିକ ଚିକେନ୍ ଖାଇବା ସ୍ୱାସ୍ଥ୍ୟପ୍ରତି ହୋଇପାରେ ଘାତକ, ହୋଇଯାଆନ୍ତୁ ସାବଧାନ

ସ୍ୱାଦ ତଥା ପୌଷ୍ଟିକତା କାରଣରୁ ଅନେକ ଲୋକ ନିୟମିତ ଭାବେ ଚିକେନ ଖାଇବାକୁ ପସନ୍ଦ କରିଥାନ୍ତି । ହେଲେ ସେମାନେ ଜାଣିନଥାନ୍ତି ଯେ ଅତ୍ୟଧିକ ଚିକେନ୍ ଖାଇବା ଦ୍ୱାରା ସ୍ୱାସ୍ଥ୍ୟପ୍ରତି କ୍ଷତି ପହଞ୍ଚିଥାଏ । ତେବେ ଅଧିକ ଚିକେନ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପ୍ରତି କଣ ରହିଛି ବିପଦ ଆସନ୍ତୁ ଜାଣିବା ।

ଅଦ୍ୟତନ ହୋଇଛି
eating more chicken

eating more chicken

Advertisment

ଅଧିକାଂଶ ଲୋକଙ୍କର ପ୍ରାୟତଃ ଚିକେନ୍ ଖାଇବା ବହୁତ ପସନ୍ଦ । ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତେ ଚିକେନ ଖାଇବାକୁ ଭଲପାଆନ୍ତି । କହିବାକୁ ଗଲେ ଚିକେନରେ ଅଲଗା ଅଲଗା ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରାଯାଇପାରେ । ଏଥିରୁ ପ୍ରୋଟିନ୍ ସମେତ କେତେକ ପୃଷ୍ଟିସାର ଜାତୀୟ ତତ୍ତ୍ୱ ମିଳିଥାଏ । କିନ୍ତୁ ଅତ୍ୟଧିକ ଚିକେନ ଖାଇବା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ ଓ କ୍ଷତିକାରକ ହୋଇଥାଏ । 

Advertisment

ଓଜନ ବୃଦ୍ଧି:

ପ୍ରତିଦିନ ଚିକେନ ଖାଇବା ଦ୍ୱାରା ଶରୀରର ଓଜନ ବୃଦ୍ଧି ହୋଇଥାଏ । ତେବେ ଚିକେନ ବିରିୟାନୀ, ବଟର ଚିକେନ, ଫ୍ରାଏଡ୍ ଚିକେନରେ ଅଧିକ ମାତ୍ରାରେ କ୍ୟାଲୋରି ରହିଥାଏ । ଏଥିପାଇଁ ସପ୍ତାହରେ ଥରେ ଚିକେନ ଖାଇବା ଉଚିତ୍ ।

କୋଲେଷ୍ଟ୍ରଲ ଲେବଲ ବୃଦ୍ଧି ହୋଇଥାଏ:

  • ଯଦି ସଠିକ୍ ଭାବରେ ଚିକେନ ଖାଇବେ ତାହାଲେ କୋଲେଷ୍ଟ୍ରଲ୍ ସ୍ତର ବଢିନଥାଏ । ତାହା ନିର୍ଭର କରିଥାଏ କି କେଉଁ ମାତ୍ରାରେ ଏବଂ କେତେ ପରିମାଣରେ ଆପଣ ଚିକେନ ଖାଉଛନ୍ତି ।
  • ଯଦି ଡିପ୍ ଫ୍ରାଏଡ୍ ଚିକେନ ଖାଇବାକୁ ପସନ୍ଦ କରନ୍ତି ତାହାଲେ କୋଲେଷ୍ଟ୍ରଲ ସ୍ତର ବଢିପାରେ ।
  • ଆମେରିକନ୍ ଜର୍ନାଲ ଅଫ୍ କ୍ଲିନିକାଲ ନ୍ୟୁଟ୍ରିସନର ଏକ ରିପୋର୍ଟ ଅନୁଯାୟୀ ଧଳା ଚିକେନ୍ ନାଲି ମାଂସ ପରି କୋଲେଷ୍ଟ୍ରଲ ବଢାଇଥାଏ । ତେବେ କୋଲେଷ୍ଟ୍ରଲକୁ କାବୁ କରି ରଖିବା ପାଇଁ ସିଝା ଯାଇଥିବା ଚିକେନ୍, ଗ୍ରିଲ୍ଡ କିମ୍ବା ସେକା ହୋଇଥିବା ଚିକେନ୍ ଖାଇବା ଉଚିତ୍ ।
Advertisment

ଅତ୍ୟଧିକ ଗରମ୍ ଖାଦ୍ୟ:

ଚିକେନ୍ ଗରମ ଥିଲେ ତାହା ବେଶୀ ସ୍ୱାଦିଷ୍ଟ ଲାଗିଥାଏ । କିନ୍ତୁ ଗରମ ଖାଇବା ଦ୍ୱାରା ଶରୀରର ତାପମାତ୍ରା ବଢାଇ ଥାଏ।  ପ୍ରତିଦିନ ଚିକେନ ଖାଇବା ଦ୍ୱାରା କିଛ ଲୋକଙ୍କ ନାକରୁ ପାଣି ବାହାରି ଥାଏ । ଯଦି ଚିକେନ ଖାଇବା ସମୟରେ ନାକରୁ ପାଣି ବାହାରୁଛି, ତାହାଲେ କିଛି ଦିନ ପର୍ଯ୍ୟନ୍ତ ଚିକେନ ନଖାଇବା ଉଚିତ୍ ।

ସଂକ୍ରମଣ ହେବାର ଆଶଙ୍କା:

ଚିକେନର ଅଧିକ ଖାଇବା ଦ୍ୱାରା ମୂତ୍ରନଳୀରେ ସଂକ୍ରମଣ ହେବାର ଆଶଙ୍କା ରହିଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ କିଛି ମାତ୍ରାରେ ଚିକେନରେ ଇ-କୋଲାଇ ଜୀବାଣୁ ରହିଥାଏ । ଯାହାଫଳରେ ଅଧିକ ମାତ୍ରାରେ ଚିକେନ୍ ଖାଇବା ଦ୍ୱାରା ମୂତ୍ରନଳୀରେ ସଂକ୍ରମଣ ହୋଇଥାଏ ।

Advertisment
Health News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ