Advertisment

ଅଧିକ ମାତ୍ରାରେ କଦଳୀ ଖାଉଛନ୍ତି କି ? ହୋଇଯାନ୍ତୁ ସାବଧାନ !

ପ୍ରତିଦିନ କଦଳୀ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। କିନ୍ତୁ ଆପଣ ଜାଣନ୍ତି କି, ଅଧିକ ମାତ୍ରାରେ କଦଳୀ ଖାଇବା ଦ୍ୱାରା ଆପଣଙ୍କୁ ଅନେକ ଅସୁବିଧା ମଧ୍ୟ ହୋଇପାରେ। ତେବେ ଚାଲନ୍ତୁ ଜାଣିବା ଅଧିକ ମାତ୍ରରେ କଦଳୀ ଖାଇବା ଦ୍ୱାରା କଣ ହୋଇଥାଏ ।

Eating too much bananas

Eating too much bananas

Advertisment

କଦଳୀ ଏପରି ଏକ ଫଳ, ଯାହା ଖାଇବାରେ ସ୍ୱାଦିଷ୍ଟ ହେବା ସହ ମିଠା ଲାଗିଥାଏ। ପିଲାମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ କଦଳୀକୁ ବହୁତ ପସନ୍ଦ କରନ୍ତି। ପ୍ରତିଦିନ କଦଳୀ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। କିନ୍ତୁ ଆପଣ ଜାଣନ୍ତି କି, ଅଧିକ ମାତ୍ରାରେ କଦଳୀ ଖାଇବା ଦ୍ୱାରା ଆପଣଙ୍କୁ ଅନେକ ଅସୁବିଧା ମଧ୍ୟ ହୋଇପାରେ। ସେଥିପାଇଁ ଆପଣଙ୍କୁ କଦଳୀ ଖାଇବା ପାଇଁ ଏକ ପ୍ରକାରର ସମୟ ସ୍ଥିର କରିବାକୁ ପଡିବ।

Advertisment
  • ଆପଣ ଗୋଟିଏ ଦିନରେ ଆରାମରେ ୧-୨ ଟି କଦଳୀ ଖାଇପାରିବେ, ଏଥିରେ କୌଣସି ଅସୁବିଧା ହେବ ନାହିଁ ।
  • ଯଦି ଆପଣ ବହୁତ ବ୍ୟାୟାମ କରନ୍ତି, ତେବେ ଆପଣ ଦିନକୁ ୩-୪ ଟି କଦଳୀ ଖାଇପାରିବେ ।
  • କିନ୍ତୁ ଏହାଠାରୁ ଅଧିକ କଦଳୀ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ।

ମୋଟାପଣ:

ଅଧିକ କଦଳୀ ଖାଇବା ଦ୍ୱାରା ଆପଣ ମୋଟା ହୋଇପାରନ୍ତି । କଦଳୀରେ ଫାଇବର ଏବଂ ନେଚୁରାଲ ସୁଗାର ଥାଏ । ଯଦି ଆପଣ ଏହାକୁ କ୍ଷୀର ସହିତ ଖାଆନ୍ତି, ତେବେ ଓଜନ ଅଧିକ ବଢ଼ିଯାଏ ।

Advertisment

ପେଟ ଯନ୍ତ୍ରଣା ଏବଂ ଏସିଡିଟି:

ଖାଲି ପେଟ କଦଳୀ ଖାଇବା ଦ୍ୱାରା ପେଟ ଯନ୍ତ୍ରଣା ଏବଂ ଗ୍ୟାସ ସମସ୍ୟା ମଧ୍ୟ ହୋଇପାରେ । କଦଳୀରେ ଷ୍ଟାର୍ଚ ଥାଏ, ତେଣୁ ଏହାକୁ ହଜମ କରିବାକୁ ସମୟ ଲାଗେ । ଯେଉଁଥିପାଇଁ ପେଟରେ ଯନ୍ତ୍ରଣା ହେବାର ଅଭିଯୋଗ ଆସିଥାଏ । ଅନେକ ଲୋକ ଏହି କାରଣରୁ ବାନ୍ତି ମଧ୍ୟ କରନ୍ତି ।

କୋଷ୍ଠକାଠିନ୍ୟ ସମସ୍ୟା:

ପାଚିଲା କଦଳୀ ଖାଇବା ଦ୍ୱାରା ପେଟ ସଫା ହୋଇଯାଏ । କିନ୍ତୁ କଦଳୀ ଯଦି ଟିକେ କଞ୍ଚା ରୁହେ, ତେବେ ଏହା କୋଷ୍ଠକାଠିନ୍ୟର କାରଣ ହୋଇପାରେ । କଦଳୀ ଖାଇବା ଦ୍ୱାରା ଝାଡ଼ା ଟାଇଟ୍ ହୋଇଯାଏ । ତେଣୁ କଞ୍ଚା କଦଳୀ ଖାଆନ୍ତୁ ନାହିଁ ଏବଂ ପାଚିଲା କଦଳୀକୁ ଏକ ଲିମିଟ ମଧ୍ୟରେ ଖାଆନ୍ତୁ ।

Advertisment

ସୁଗାର ଲେବଲ୍ ବୃଦ୍ଧି:

ଯେଉଁମନେଙ୍କର ଟାଇବେଟିସ୍ ରହିଛି, ସେମାନଙ୍କ ପାଇଁ କଦଳୀ ଖାଇବା କ୍ଷତିକାରକ ହୋଇପାରେ । କଦଳୀରେ ନେଚୁରାଲ ସୁଗାର ରହିଥାଏ, ଯେଉଁଥିରେ ସୁଗାର ଲେବଲ ବଢ଼ିପାରେ । ଏଥିପାଇଁ ଅଧିକ ସୁଗାର ଥିବା ଲୋକଙ୍କୁ କଦଳୀ କମ୍ ଖାଇବା ଉଚିତ୍ ।

ଦାନ୍ତ ସମସ୍ୟା ଏବଂ ମାଇଗ୍ରେନ୍:

ଯଦି ଆପଣ ବହୁ ପରିମାଣରେ କଦଳୀ ଖାଆନ୍ତି, ତେବେ ଦାନ୍ତ ନଷ୍ଟ ହୋଇପାରେ । କଦଳୀରେ ଆମିନୋ ଏସିଡ୍ ଟାଇରୋସିନ୍ ଥାଏ, ଯାହା ଶରୀରରେ ଟାଇରାମିନରେ ପରିଣତ ହୁଏ । ଏହା ଏକ ମାଇଗ୍ରେନକୁ ଟ୍ରିଗର କରିପାରେ । ଆଜ୍ମା ରୋଗୀମାନେ ମଧ୍ୟ ଲିମିଟରେ କଦଳୀ ଖାଇବା ଉଚିତ୍ । ଅନେକ ଲୋକଙ୍କୁ କଦଳୀ ଖାଇବାରୁ ଫୁଲିବା ଏବଂ ଅନ୍ୟାନ୍ୟ ଆଲର୍ଜି ହୋଇପାରେ ।

Health News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ