Advertisment

ସୂର୍ଯ୍ୟ ନମସ୍କାର କରୁଛନ୍ତି କି; କେବେ ବି କରନ୍ତୁ ନାହିଁ ଏହି ୪ଟି ଭୁଲ୍

ସଠିକ୍ ଉପାୟରେ ସୂର୍ଯ୍ୟ ନମସ୍କାର ଅଭ୍ୟାସ କରିବା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ଦେଇଥାଏ। ଏହାର ଭୁଲ ଅନେକ କୁପ୍ରଭାବ ମଧ୍ୟ ଆଣିପାରେ। ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟ ନମସ୍କାର ଅଭ୍ୟାସ କରିବାବେଳେ କେଉଁ ତ୍ରୁଟିରୁ ଦୂରେଇ ରହିବା ଉଚିତ।

ଅଦ୍ୟତନ ହୋଇଛି
Don’t do these 4 mistakes during Surya Namaskar

Don’t do these 4 mistakes during Surya Namaskar

Advertisment

ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ନିୟମିତ ଯୋଗ ଅଭ୍ୟାସ ଅତ୍ୟନ୍ତ ଲାଭଦାୟକ। କିନ୍ତୁ ଅନେକ ସମୟରେ ଯୋଗ ଅଭ୍ୟାସ କରିବା ସମୟରେ ଲୋକମାନେ କିଛି ସାଧାରଣ ଭୁଲ କରନ୍ତି, ଯାହା ଶରୀର ଉପରେ ଖରାପ ପ୍ରଭାବ ପକାଇପାରେ। ଏନେଇ ଯୋଗ କରିବା ପୂର୍ବରୁ ସବୁ ଆସନଗୁଡିକର ଠିକ୍ ପ୍ରକ୍ରିୟାଗୁଡିକୁ ଜାଣିନେବା ଉଚିତ।

Advertisment

ଅନେକ ପ୍ରକାରର ଯୋଗ ଥିବାବେଳେ ସୂର୍ଯ୍ୟ ନମସ୍କାର ହେଉଛି ମୌଳିକ ଏବଂ ପ୍ରଥମ ପର୍ଯ୍ୟାୟର ଯୋଗ ଅଭ୍ୟାସ। ସୂର୍ଯ୍ୟ ନମସ୍କାର ଅଭ୍ୟାସ ପାଇଁ କୌଣସି ସ୍ୱତନ୍ତ୍ର ଉପକରଣ, ସ୍ଥାନ କିମ୍ବା ସମୟ ସୀମା ଦରକାର ନାହିଁ। ତେବେ ସୂର୍ଯ୍ୟୋଦୟ ସମୟରେ ଏହା କରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ସଠିକ୍ ଉପାୟରେ ସୂର୍ଯ୍ୟ ନମସ୍କାର ଅଭ୍ୟାସ କରିବା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ଦେଇଥାଏ। ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟ ନମସ୍କାର ଅଭ୍ୟାସ କରିବାବେଳେ କେଉଁ ତ୍ରୁଟିରୁ ଦୂରେଇ ରହିବା ଉଚିତ।

ସୂର୍ଯ୍ୟ ନମସ୍କାର କରିବା ସମୟରେ ଏହି ଭୁଲ କରନ୍ତୁ ନାହିଁ:

ଭୁଲ ଶ୍ୱାସ କୌଶଳ:

ସୂର୍ଯ୍ୟ ନମସ୍କାର ହେଉଛି ଶ୍ୱାସ ଆଧାରିତ ଯୋଗାସନ। ଏହାର ଅଭ୍ୟାସ କରିବାବେଳେ ଶରୀରର ଗତିବିଧି ସହିତ ଶ୍ୱାସକ୍ରିୟାର ତାଳ ରହିବା ଉଚିତ। କିନ୍ତୁ ଅଧିକାଂଶ ଲୋକ ଶ୍ୱାସକ୍ରିୟା କୌଶଳକୁ ସଠିକ୍ ଭାବରେ କରନ୍ତି ନାହିଁ।

Advertisment

ହସ୍ତ ଉତ୍ତାନାସନ ନ କରିବା:

ସୂର୍ଯ୍ୟ ନମସ୍କାରର ୧୨ଟି ଆସନ ମଧ୍ୟରୁ ଗୋଟିଏ ହେଉଛି ହସ୍ତ ଉତ୍ତାସାସନ। ଏହାକୁ ଗୋଟିଏ ରାଉଣ୍ଡ୍‌ରେ ଦୁଇଥର କରାଯାଇଥାଏ। ଏହି ଆସନ ମେରୁଦଣ୍ଡକୁ ମଜବୁତ କରେ। କିନ୍ତୁ ଅନେକ ଅଭ୍ୟାସକାରୀ ଏହାକୁ ଛାଡିଦିଅନ୍ତି, ଯାହା ଦ୍ୱାରା ସେମାନଙ୍କର ଶ୍ୱାସ ଓ ଗତିବିଧି ମଧ୍ୟରେ ସନ୍ତୁଳନ ହରାଏ।

ଦଣ୍ଡାସନରେ ଭୁଲ୍:

ସୂର୍ଯ୍ୟ ନମସ୍କାର କରିବା ସମୟରେ ଦଣ୍ଡାସନ ପରିବେଷଣ କରାଯାଏ। ଏଥିରେ ଶରୀରକୁ ହାତ ଓ ଗୋଡ ଆଙ୍ଗୁଠିରେ ସିଧା ବା ଭୂମି ସହିତ ସମାନ କରି ରଖିବାକୁ ହୁଏ। କିନ୍ତୁ ଏହି ଆସନ କରିବା ସମୟରେ ଲୋକମାନେ ପ୍ରାୟତଃ ଭୁଲ୍ କରନ୍ତି। ସେମାନେ ଶରୀରର ନିମ୍ନ ଭାଗକୁ ତଳେ ସ୍ପର୍ଶ କରିଦିଆନ୍ତି। ଫଳରେ ଏହା ସେମାନଙ୍କର ମେରୁଦଣ୍ଡର ନିମ୍ନ ଭାଗରେ ଚାପ ସୃଷ୍ଟି କରେ ଓ ମେରୁଦଣ୍ଡରେ ଯନ୍ତ୍ରଣା ହୁଏ।

Advertisment

ଦୁଇଟି ଆସନ ମଧ୍ୟରେ ଭ୍ରମ:

ଅନେକ ଲୋକ ଭୁଜଙ୍ଗାସନ ଓ ଉର୍ଦ୍ଧ୍ୱମୁଖ ଶ୍ୱାନାସନ ମଧ୍ୟରେ ପାର୍ଥକ୍ୟ ଜାଣନ୍ତି ନାହିଁ। ସେମାନେ ଭାବନ୍ତି ଉଭୟ ଏକା ଭଳି। ତେଣୁ ସେମାନେ ଏହାକୁ ଏକାପରି କରନ୍ତି। କିନ୍ତୁ ଉଭୟ ସଂପୂର୍ଣ୍ଣ ଅଲଗା। ଉଭୟ କରିବାର ସଠିକ୍ ଉପାୟ ମଧ୍ୟରେ ପାର୍ଥକ୍ୟ ବୁଝି ଅଭ୍ୟାସ କରିବା ଉଚିତ।

ସୂର୍ଯ୍ୟ ନମସ୍କାର କରିବାର ସଠିକ୍ ଉପାୟ:

- ସର୍ବପ୍ରଥମେ ମ୍ୟାଟ୍ ଉପରେ ପ୍ରଣାମାସନ ସ୍ଥିତିରେ ଛିଡା ହୁଅନ୍ତୁ।

- ନିଶ୍ୱାସ ନେଇ ହସ୍ତ ଉତ୍ତାନାସନ କରନ୍ତୁ

- ଶ୍ୱାସ ଛାଡି ହସ୍ତପାଦାସାନା ସ୍ଥିତିକୁ ଆସନ୍ତୁ

- ଶ୍ୱାସ ନେଇ ଅଶ୍ୱ ସଞ୍ଚାଳନ କରନ୍ତୁ

- ଶ୍ୱାସ ଛାଡି ଦଣ୍ଡାସନକୁ ଆସନ୍ତୁ

- ଶ୍ୱାସ ରଖି କିଛି ସମୟ ଏହିପରି ଅବସ୍ଥାରେ ରୁହନ୍ତୁ

- ଶ୍ୱାସ ନେଇ ଅଷ୍ଟାଙ୍ଗ ନମସ୍କାର କରନ୍ତୁ

- ଶ୍ୱାସ ଛାଡି ଭୁଜଙ୍ଗାସନ କରନ୍ତୁ

- ଶ୍ୱାସ ନେଇ ଅଧୋମୁଖ ଶ୍ୱାନାସନକୁ ଆସନ୍ତୁ

- ଏହିପରି ଶ୍ୱାସକୁ ରଖି ଅଶ୍ୱସଂଚାଳନକୁ ଆସନ୍ତୁ

- ଶ୍ୱାସ ଛାଡି ହସ୍ତପାଦାସନ କରନ୍ତୁ

- ଶ୍ୱାସ ନେଇ ହସ୍ତ ଉତ୍ତାସାନାସନ କରନ୍ତୁ

- ଶ୍ୱାସ ଛାଡି ପ୍ରଣାମାସନକୁ ଆସନ୍ତୁ

Surya Namaskars Yogasana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ