Advertisment

ଯାଜପୁରରେ ସ୍ୱାସ୍ଥ୍ୟ ସେବା ଢିଲା: ହାଡ଼ ରୋଗୀଙ୍କୁ ଦେଖୁଛନ୍ତି ମେଡ଼ିସନ୍‌ ଡାକ୍ତର

ବର୍ଷ ବର୍ଷ ଧରି ଚିକିତ୍ସାଳୟରେ ଆବଶ୍ୟକୀୟ ଡାକ୍ତର ପଦବୀ ଖାଲି ପଡିଛି। ମୁଖ୍ୟ ଚିକିତ୍ସାଳୟଠାରୁ ଆରମ୍ଭ କରି ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖାଦେଇଛି ଡାକ୍ତର ଅଭାବୀ

ଅଦ୍ୟତନ ହୋଇଛି
Jajpur

Jajpur

Advertisment

ଯାଜପୁର(ସଞ୍ଜୀବ ନାୟକ): ବର୍ଷ ବର୍ଷ ଧରି ଚିକିତ୍ସାଳୟରେ ଆବଶ୍ୟକୀୟ ଡାକ୍ତର ପଦବୀ ଖାଲି ପଡିଛି। ମୁଖ୍ୟ ଚିକିତ୍ସାଳୟଠାରୁ ଆରମ୍ଭ କରି ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖାଦେଇଛି ଡାକ୍ତର ଅଭାବୀ । ତୃତୀୟ ଲହରରେ କରୋନାରେ ଶିଶୁ ସଂକ୍ରମିତ ହେବା ଆଶଙ୍କା ଅଧିକ ମାତ୍ରାରେ ରହିଥିବା ବେଳେ ଶିଶୁ ଡାକ୍ତର ଅଭାବୀକୁ ନେଇ ଜିଲ୍ଲାବାସୀ ଏବେ ଭୟଭୀତ । ଜିଲ୍ଲାରେ ୧୨ ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସହ ୬୦ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗ୍ରାମାଞ୍ଚଳ ରେ ରହିଛି । ତାମଧ୍ୟ ରୁ ୧୦ ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁ ଡାକ୍ତର ନାହାନ୍ତି । ଯାହାଫଳରେ ସାମାନ୍ୟ ରୋଗର ଚିକିତ୍ସା ଲାଗି ଦୁର ଦୁରାନ୍ତରୁ ଛୋଟ ପିଲାଙ୍କୁ ଧରି ଯାଜପୁର ମୁଖ୍ୟ ଚିକିତ୍ସାଳୟ ଆସି ହଇରାଣ ଓ ଖର୍ଚାନ୍ତ ହେଉଥିବା ଅଭିଯୋଗ କରିଛନ୍ତି ଶିଶୁ ରୋଗୀଙ୍କ ଅଭିଭାବକ।

Advertisment

ଭୁଶୁଡୁଛି ଗ୍ରାମାଚଂଳ ରେ ସ୍ୱାସ୍ଥ୍ୟ ବ୍ୟବସ୍ଥା । ରୋଗୀ ସେବା ଲାଗି ଡାକ୍ତର ଅପରିହାର୍ଯ୍ୟ ହୋଇଥିବା ବେଳେ ବର୍ଷ ବର୍ଷ ହେବ ଅଭାବ ପଦବି ପୁରଣ ହୋଇପାରୁନି । ଜିଲ୍ଲାରେ ମୁଖ୍ୟ ଚିକିତ୍ସାଳୟ ସହ ଛୋଟ ବଡ ସବୁ ଚିକିତ୍ସା କେନ୍ଦ୍ରରେ ଡାକ୍ତର ଅଭାବ ଦେଖାଦେଇଛି। ଜିଲ୍ଲାରେ ମୁଖ୍ୟ ଚିକିତ୍ସାଳୟ ସହ ୧୨ ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସହ ୬୦ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି । ଆବଶ୍ୟକ ଡାକ୍ତରଙ୍କ ସଂଖ୍ୟା ୨୬୮ ରହିଥିବା ବେଳେ ଏବେ ମାତ୍ର ରହିଛନ୍ତି ୧୯୮ ଜଣ। ୭୦ ଜଣ ଡାକ୍ତର ନିଯୁକ୍ତ ହେଉନଥିବାରୁ ଅନେକ ବିଭାଗର ମୁଖ୍ୟ ପଦବୀ ମଧ୍ୟ ଫାଙ୍କା ପଡିଛି । ବିଶେଷ କରି ତୃତୀୟ ଲହର କରୋନାରେ ଶିଶୁ ସଂକ୍ରମିତ ହେବା ଆଶଙ୍କା ରହିଥିବା ବେଳେ ଜିଲ୍ଲାରେ ୧୨ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରହିଥିବା ବେଳେ ୧୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁ ଡାକ୍ତର ନାହାନ୍ତି । ଯାହାଲାଗି ଛୋଟ ଛୋଟ ପିଲାଙ୍କ ଦେହ ଖରାପ ହେଲେ ଦୁର ଦୁରାନ୍ତୁ ଓ ଗ୍ରାମାଚଂଳରୁ ଶିଶୁଙ୍କୁ ନେଇ ଆସି ହଇରାଣ ହେବାକୁ ପଡୁଥିବା ଅଭଭାବକ ମାନେ ଅଭିଯୋଗ କରିଛନ୍ତି।

Advertisment

ଖାଲି ସେତିକି ନୁହେଁ ବରଂ ନର୍ସିଂ ସିଷ୍ଟର ୪୭୨ ପଦବୀରୁ ଅଛନ୍ତି ୩୬୧। ଅର୍ଥାତ୍‌ ଖାଲି ପଡିଛି ୧୧୧ ପଦବୀ ।୧୦୪ ଫାର୍ମାସିଷ୍ଟ ସ୍ଥାନରେ ଅଛନ୍ତି ୭୪ ଆଉ ଫାଙ୍କା ପଡ଼ିଛି ୩୦ ପଦବୀ । ଡାକ୍ତର ଅଭାବ କାରଣରୁ ଅନେକ ସ୍ଥାନରେ ରୋଗୀ ସେବା ଲାଗି ଆୟୁଷ ଡାକ୍ତର କାମ ଚଳାଉଛନ୍ତି । ଆବଶ୍ୟକ ସ୍ଥଳେ ମେଡିସିନ ବିଭାଗର ଡାକ୍ତର ଶଲ୍ୟରୋଗୀଙ୍କ ଚିକିତ୍ସା ତ ଶିଶୁଙ୍କ ଚିକିତ୍ସା କରୁଛନ୍ତି । ଅନେକ ସମୟରେ ଡାକ୍ତର ସାମାନ୍ୟ ଚିକିତ୍ସା ଲାଗି ରୋଗୀଙ୍କୁ କଟକ ବଡ ମେଡିକାଲ ପଠାଇ ଦେଉଥିବା ଅଭିଯୋଗ ମଧ୍ୟ ହେଉଛି। ଅନ୍ୟପଟେ ତୃତୀୟ ଲହର କରୋନା ଲାଗି ଜିଲ୍ଲା ପ୍ରଶାସନ ସମ୍ପୁର୍ଣ ପ୍ରସ୍ତୁତ ଥିବା ଜିଲ୍ଲାପାଳ କହିଛନ୍ତି । ସେପଟେ ଡାକ୍ତର ପଦବୀ ପୁରଣ ଲାଗି ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିବା ସିଡ଼ିଏମ୍‌ଓ କହିଛନ୍ତି।

Odisha Jajpur Doctor Problem
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ