Hypersomnia
ଆପଣ କେବେ ଅନୁଭବ କରିଛନ୍ତି କି ସାରା ରାତି ଶୋଇବା ପରେ ବି ସାରା ଦିନ ଅଜବ ଭାବରେ ଅଳସୁଆ କିମ୍ବା ନିଦ ନିଦ ଲାଗେ? ଯଦି ଏମିତ୍ ହେଉଥାଏ ତେବେ କେବେ ବି ଅଣଦେଖା କରନ୍ତୁ ନାହିଁ। ଏହା କେବଳ ଏକ ସାଧାରଣ ଥକ୍କାପଣ ନୁହେଁ, ବରଂ ହାଇପରସୋମନିଆ ନାମକ ଏକ ଗମ୍ଭୀର ସମସ୍ୟା ମଧ୍ୟ ହୋଇପାରେ।
ଏହି ସମସ୍ୟାରେ ବ୍ୟକ୍ତିକୁ ସାଧାରଣ ଅପେକ୍ଷା ଅଧିକ ନିଦ ଆବଶ୍ୟକ ହୁଏ, ଯାହା ତାଙ୍କ ଦୈନନ୍ଦିନ ଜୀବନଶୈଳୀ ଏବଂ କାମ ଉପରେ ଖରାପ ପ୍ରଭାବ ପକାଇଥାଏ।
ଯେଉଁ ଲୋକମାନେ ପର୍ଯ୍ୟାପ୍ତ ନିଦ ପରେ ମଧ୍ୟ ଦିନସାରା କ୍ଳାନ୍ତ ଏବଂ ଅଳସୁଆ ଅନୁଭବ କରନ୍ତି, ସେମାନେ ପ୍ରାୟତଃ ଭାବନ୍ତି ଏହା ବୋଧେ ଅଳସୁଆମୀ କିମ୍ବା ପର୍ଯ୍ୟାପ୍ତ ନିଦ ହୋଇନାହିଁ। ଏଭଳି ଯଦି ସବୁଦିନ ହୁଏ ତେବେ ଏହା କୌଣସି ରୋଗର ଲକ୍ଷଣ ମଧ୍ୟ ହୋଇପାରେ।
ଅଧିକ ପଢ଼ନ୍ତୁ: ଆପଣ ଉଚ୍ଚ ରକ୍ତଚାପରେ ପୀଡିତ କି; ଆପଣାନ୍ତୁ ଏହି ଟିପ୍ସ
ହାଇପରସୋମନିଆ ଅନେକ ସମୟରେ ଏକ ଅନ୍ତର୍ନିହିତ ସ୍ୱାସ୍ଥ୍ୟ ସମସ୍ୟାର ଲକ୍ଷଣ ହୋଇପାରେ। ଏହି ଅବସ୍ଥା ଶରୀରର ଶକ୍ତି ସ୍ତରକୁ ପ୍ରଭାବିତ କରେ ଏବଂ ନିଦର ଗୁଣବତ୍ତାକୁ ବାଧା ଦିଏ, ଯାହା ଫଳରେ ଦିନସାରା ନିଦ ଲାଗେ। ତେଣୁ, ଯଦି ଆପଣ ଏହି ସମସ୍ୟା ସହିତ ସବୁବେଳେ ସଂଘର୍ଷ କରୁଛନ୍ତି, ତେବେ ଏହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ। ତେବେ ଆସନ୍ତୁ ଜାଣିବା ଏହା କେଉଁସବୁ ରୋଗର ସମ୍ଭାବନା ହୋଇପାରେ।
ମଧୁମେହ:
ଅନିୟନ୍ତ୍ରିତ ରକ୍ତ ଶର୍କରା ହାଇପରସୋମନିଆର କାରଣ ହୋଇପାରେ। ମଧୁମେହରେ, ଶରୀର ଗ୍ଲୁକୋଜକୁ ଶକ୍ତିରେ ପରିଣତ କରିପାରେ ନାହିଁ, ଯାହା ଫଳରେ ଥକ୍କାପଣ ଏବଂ ନିଦ୍ରା ସମସ୍ୟା ଦେଖାଯାଏ। ବାରମ୍ବାର ଶୋଷ, ପରିସ୍ରା ଏବଂ ଓଜନ ହ୍ରାସ ହେବା ଅନ୍ୟାନ୍ୟ ଲକ୍ଷଣ।
ଥାଇରଏଡ୍ ସମସ୍ୟା:
ଥାଇରଏଡ୍ ସମସ୍ୟା ଏମିତି ଏକ ରୋଗ ଯେଉଁଥିରେ ଥାଇରଏଡ୍ ଗ୍ରନ୍ଥିର ସକ୍ରିୟତା କମିଯାଏ, ମେଟାବୋଲିଜିମ୍ ଧୀର ହୋଇଯାଏ। ଏହା ଆଳସ୍ୟ, ଥକ୍କାପଣ ଏବଂ ଅତ୍ୟଧିକ ନିଦ୍ରାର କାରଣ ହୁଏ। ଲକ୍ଷଣଗୁଡ଼ିକ ମଧ୍ୟରେ ଓଜନ ବୃଦ୍ଧି, ଥଣ୍ଡା ଅନୁଭବ ଏବଂ କେଶ ଝଡ଼ିବା ଅନ୍ତର୍ଭୁକ୍ତ ହୋଇପାରେ।
ରକ୍ତହୀନତା:
ରକ୍ତହୀନତା ହେଉଛି ଲୋହିତ ରକ୍ତ କଣିକା କିମ୍ବା ହିମୋଗ୍ଲୋବିନର ଅଭାବ, ଯାହା ଶରୀରକୁ ଅମ୍ଳଜାନ ଯୋଗାଣ ହ୍ରାସ କରେ, ଯାହା ଫଳରେ ଥକ୍କାପଣ ଏବଂ ନିଦ୍ରାହୀନତା ଦେଖାଯାଏ। ଏହା ଲୌହ, ଭିଟାମିନ୍ ବି୧୨ କିମ୍ବା ଫୋଲିକ୍ ଏସିଡ୍ର ଅଭାବ ହେତୁ ହୋଇପାରେ।
ସ୍ଲିପ୍ ଆପ୍ନିଆ:
ସ୍ଲିପ୍ ଆପ୍ନିଆ ହେଉଛି ଏକ ଅବସ୍ଥା ଯେଉଁଥିରେ ନିଦରେ ଶୋଇବା ସମୟରେ ବାରମ୍ବାର ଶ୍ୱାସ ବନ୍ଦ ହୋଇଯାଏ, ଯାହା ଗଭୀର ଏବଂ ଆରାମଦାୟକ ନିଦକୁ ବାଧା ଦିଏ। ଏହା ଦ୍ୱାରା ଦିନରେ ଅତ୍ୟଧିକ ନିଦ୍ରା, ଥକ୍କାପଣ, ଘୁଙ୍ଗୁଡ଼ି, ମୁଣ୍ଡବିନ୍ଧା ଏବଂ ଏକାଗ୍ରତାର ଅଭାବ ଭଳି ଲକ୍ଷଣ ଦେଖାଦେଇପାରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749824978.jpg)