Advertisment

ପୁରୀ ସହରରେ ଝାଡ଼ାବାନ୍ତି ଆତଙ୍କ; ଲୋକେ ଛାନିଆ

କ୍ଳୋରିନେସନ ସହ ପାଣି ଟାଙ୍କି କ୍ଳିନିଂ ଓ ପାଇପ ଲାଇନ ମରାମତି କରାଯାଉଛି ବୋଲି ଓ୍ବାଟକର ମ୍ୟାନଜର କହିଛନ୍ତି । ଅନ୍ୟପଟେ ଏଭଳି ପରିସ୍ଥିତିର ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ଓ ଓ୍ବାଟକୋ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ।

ଅଦ୍ୟତନ ହୋଇଛି
diarrhoea

diarrhoea

Advertisment

ପୁରୀରେ ବ୍ୟାପୁଛି ଝାଡାବାନ୍ତି। ବାଲିସାହିର ବରାହୀଲେନ, ଶ୍ବେତଗଙ୍ଗା ଗଳି, ଖୁଣ୍ଟିଆ ସାହି ଆଦି ଅଞ୍ଚଳରେ ଘରେ ଘରେ ଝାଡାବାନ୍ତିରେ ଆକ୍ରାନ୍ତ ଲୋକେ । ଦୁଇଜଣଙ୍କର ମୃତ୍ୟ ହୋଇଥିବା ଅଭିଯୋଗଲ ହୋଇଛି। ଓ୍ବାଟକୋ ତରଫରୁ କ୍ଳୋରିନେସନ ଓ ପାଣି ଟାଙ୍କି କ୍ଳିନିଙ୍ଗ ଓ ପାଇପ ଲାଇନ ମରାମତି କରାଯାଉଛି । ପରିସ୍ଥିତି ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ଓ ଓ୍ବାଟକୋ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଦୂଷିତ ପାନୀୟ ଜଳ ପିଇ ଝାଡାବାନ୍ତିରେ ବେହାଲ ପୁରୀ ବାସିନ୍ଦା । ଝାଡାବାନ୍ତିରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ବାଲିସାହି ବରାହୀ ଲେନ ବାସିନ୍ଦା। ଦାମୋଦର ପଣ୍ଡା ଓସ୍ଥାନୀୟ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବରାହୀ ଲେନ, ଶ୍ବତଗଙ୍ଗା ଗଳି,ଖୁଣ୍ଟିଆସାହି, ନୋଳିଆ ବସ୍ତି ଆଦି ଅଞ୍ଚଳର ଘରେ ଘରେ ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।

କିଛି ଲୋକ ବେସରକାରୀ ହସପିଟାଲରେ ଚିକିତ୍ସିତ ହୋଇ ଘରକୁ ଫେରିଥିବା ବେଳେ ଏବେ ବି କିଛି ଲୋକ ଚିକିତ୍ସିତ ହେଉଛନ୍ତି। ତୁରନ୍ତ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବାକୁ ଦାବି ହୋଇଛି । ଘରକୁ ଯାଇଥିବା ପାଣି ପାଇପ ଫାଟି ଜଳ ପ୍ରଦୂଷିତ ହେବା ଯୋଗୁଁ ଝାଡାବାନ୍ତି ବ୍ୟାପୁଥିବା ଲୋକେ କହିଛନ୍ତି।ଝାଡାବାନ୍ତି ବ୍ୟାପି ଲୋକଙ୍କ ସ୍ଥିତି ସଙ୍ଗୀନ ହେବା ପରେ ଓ୍ବାଟକୋ କର୍ମଚାରୀଙ୍କ ନିଦ ଭାଙ୍ଗିଛି । ବିଭିନ୍ନ ସାହିରେ ଘରକୁ ଯାଇଥିବା ପାଣି ପାଇପ ମରାମତି କରିବା ଆରମ୍ଭ କରିଛନ୍ତି ।

Advertisment

କ୍ଳୋରିନେସନ ସହ ପାଣି ଟାଙ୍କି କ୍ଳିନିଂ ଓ ପାଇପ ଲାଇନ ମରାମତି କରାଯାଉଛି ବୋଲି ଓ୍ବାଟକର ମ୍ୟାନଜର କହିଛନ୍ତି । ଅନ୍ୟପଟେ ଏଭଳି ପରିସ୍ଥିତିର ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ଓ ଓ୍ବାଟକୋ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ। ଗତ ବର୍ଷ ବାସେଳି ସାହି ଓ ମାର୍କେଣ୍ଡେଶ୍ବର ସାହିରେ ଝାଡାବାନ୍ତି ବ୍ୟାପି ଦୁଇରୁ ତିନିଜଣଙ୍କର ମୃତ୍ୟ ଅଭିଯୋଗ ହୋଇଥିଲା । ସେତେବେଳେ ଓ୍ବାଟକୋ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଥିଲା।

Diarrhoea Outbreak
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ