Advertisment

ରାଜଧାନୀରେ ଡେଙ୍ଗୁ ବେକାବୁ,ଅନ୍ୟ ଜିଲ୍ଲାକୁ ବି ବ୍ୟାପୁଛି.. କ୍ୟାପିଟାଲ ହସ୍ପିଟାଲରେ ଟେଷ୍ଟିଂ ପାଇଁ ଘଣ୍ଟା ଘଣ୍ଟା ଲାଇନ

ରାଜଧାନୀରେ ହୁ ହୁ ହୋଇ ବଢ଼ି ଚାଲିଥିବା ଡେଙ୍ଗୁ । ଜ୍ୱର ପାଇଁ କ୍ୟାପିଟାଲ ହସ୍ପିଟାଲରେ ଏବେ ରକ୍ତ ପରୀକ୍ଷା କରିବାକୁ ଲାଗୁଛି ଲୋକଙ୍କ ଲମ୍ବା ଲାଇନ୍।

ଅଦ୍ୟତନ ହୋଇଛି
undefined

dengue

Advertisment

ରାଜଧାନୀରେ ବେକାବୁ, ଅନ୍ୟ ଜିଲ୍ଲାକୁ ବି ବ୍ୟାପୁଛି। ଭୁବନେଶ୍ୱର ବାଦ୍ ରାଜ୍ୟର ଅନ୍ୟ ଅଞ୍ଚଳରେ ବି ଧିରେ ଧିରେ କାୟା ବଢାଇ ଚାଲିଛି ଡେଙ୍ଗୁ। ୟା ଭିତରେ କଟକ, ବାଲେଶ୍ୱର, ରାଉରକେଲା ଆଦି ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଓ ବିଭିନ୍ନ ମେଡିକାଲରେ ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି। ଏପଟେ ରାଜଧାନୀରେ କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ପରୀକ୍ଷା ପାଇଁ ହଜାର ହଜାର ଲୋକେ ଆସୁଥିଲା ବେଳେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ନଥିବାରୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ଅତିଷ୍ଠହୋଇପଡୁଛନ୍ତି

Advertisment

 ରାଜଧାନୀରେ ହୁ ହୁ ହୋଇ ବଢ଼ି ଚାଲିଥିବା ଡେଙ୍ଗୁ । ଜ୍ୱର ପାଇଁ କ୍ୟାପିଟାଲ ହସ୍ପିଟାଲରେ ଏବେ ରକ୍ତ ପରୀକ୍ଷା କରିବାକୁ ଲାଗୁଛି ଲୋକଙ୍କ ଲମ୍ବା ଲାଇନ୍। ଆଉ ତା ଭିତରେ ଏମିତି ଗଛତଳେ ଶୋଇ ଅପେକ୍ଷା କରିଛି ଏ ଶିଶୁ।ଲୋକଙ୍କ ଅଭିଯୋଗ, ଡେଙ୍ଗୁ ହୋଇଛି କି ନାହିଁ, ସେ ପରୀକ୍ଷା ପାଇଁ ଅପେକ୍ଷା କରିବାକୁ ପଡୁଛି ଘଣ୍ଟା ଘଣ୍ଟା ସମୟ। ମେଡିକାଲରେ ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡ ଥିଲେ ବି ରକ୍ତ ନମୂନା ପରୀକ୍ଷା କିଛି ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ। ଯେଉଁଠି ଡେଙ୍ଗୁ ପାଇଁ ପରୀକ୍ଷା, ସେଇଠି ହେଉଛି, ଅନ୍ୟାନ୍ୟ ସବୁ ପ୍ରକାର ପରୀକ୍ଷା। ତେଣୁ ଅନେକ ଧୈର୍ଯ୍ୟହରା ହୋଇ ବି ନିରୁପାୟ।

ସେପଟେ ମେଡିକାଲରେ ଏଭଳି ସ୍ଥିତି ନେଇ ନିର୍ଦ୍ଦେଶକ କହିଛନ୍ତି ୭ ହେବ ରୋଗୀ ସଂଖ୍ୟା ଅନେକ ସଂଖ୍ୟାରେ ବଢିଛି। ଓପିଡିକୁ ଦୈନିକ ୬ ହଜାର ରୋଗୀ ଆସୁଥିବା ବେଳେ ୬୦୦ ରୋଗୀଙ୍କର ଡେଙ୍ଗୁ ପରୀକ୍ଷା ହେଉଛି।... ବିଏମସି ଅଫିସଠୁ ମାତ୍ର ୫୦୦ ମିଟର ଦୂରରେ ଥିଏ ଇଏ ସତ୍ୟନଗର ଅଞ୍ଚଳ। ଏଠି ୫୯ ରୋଗୀ ଚିହ୍ନଟ ହେବା ପରେ ଏ ଅଞ୍ଚଳକୁ ରେଡ୍ ଜୋନ୍ ଘୋଷଣା କରିଛି ବିଏମସି। କିନ୍ତୁ ଏ ଅଞ୍ଚଳରେ ସ୍ୱେରେଜ ପାଇପରୁ ପାଣି ବାହାରି ରାସ୍ତାରେ ଜମା ହେଉଥିଲେ ତା ଉପରେ କାହାରି ନଜର ନାହିଁ। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ, ବିଏମସିକୁ ଜଣାଇବାର ୮ ଦିନ ହେଲାଣି, କିନ୍ତୁ ମରାମତି ସମ୍ଭବ ହେଉନି। ସେହିପରି ସହିଦନଗର ଅଞ୍ଚଳରେ  ବି ପାଣି ଜମି ରହୁଛି, ହେଲେ ନିଷ୍କାସନ ପାଇଁ କାହାରି ନିଘା ନାହିଁ ଯେମିତି।

Advertisment

ସେପଟେ କଟକରେ ବି ଅନୁରୂପ ସ୍ଥିତି। କଟକ ସହରରୁ ଏଯାଏଁ 172 ରୋଗୀ ଚିହ୍ନଟ ହୋଇଥିବା ବେଳେ ସିଡିଏ ଅଞ୍ଚଳ ପାଲଟିଛି ଡେଙ୍ଗୁର ହଟସ୍ପଟ।...ସେପଟେ ରାଜ୍ୟର ଅନ୍ୟ ଜିଲ୍ଲାରେ ବି ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା।ଡେଙ୍ଗୁ ବ୍ୟାପିବା ପରେ ଏବେ ବାଲେଶ୍ୱର ମେଡିକାଲରେ ସ୍ଥିତି ଜଟିଳ। ବେଡ ଉପରେ ଯେତିକି ତଳେ ବି ସେତିକି ରୋଗୀ। ୟା ଭିତରେ ଜିଲ୍ଲାରୁ ୨୨୨ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି।ସେହିଭଳି ରାଉରକେଲାରେ ବି ବଢୁଛି ଡେଙ୍ଗୁ ଭୟ। ରାଉରକେଲା ସରକାରୀ ମେଡିକାଲରେ ଏ ଭିତରେ 24 ରୋଗୀ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ହସ୍ପିଟାଲରେ ବି ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ସ୍ୱୀକାର କରିଛନ୍ତି ଆରଏମସି କମିଶନର।...

ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ଆଜି ସୁଦ୍ଧା ରାଜ୍ୟରେ ମୋଟ ୨ ହଜାର ୭୩୩ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ତା ଭିତରୁ କେବଳ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ଭୁବନେଶ୍ୱରରୁ 12ଶହରୁ ଅଧିକ।...

Advertisment
Dengue Dengue In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ