Advertisment

Dengue Fever: ଡେଙ୍ଗୁ ନୁହେଁ 'ଡେଙ୍ଗି'; ଜାଣନ୍ତୁ କାହିଁକି ହୁଏ ଡେଙ୍ଗିଜ୍ୱର, କେମିତି କରିବେ ନିରାକରଣ

ବିଶ୍ବ ସ୍ବାସ୍ଥ୍ୟ ସ°ଗଠନ ଅନୁସାରେ ବର୍ତ୍ତମାନ ପୃଥିବୀର ପାଖାପାଖି ୧୦୦ଟି ଦେଶରେ ଡେଙ୍ଗି ଜ୍ୱର ଦେଖାଯାଉଛି, ଏମିତିକି ଏବେ ୟୁରୋପୀୟ ରାଷ୍ଟ୍ର ଗୁଡିକରେ ମଧ୍ୟ ସ°କ୍ରମଣ ଦେଖା ଗଲାଣି। ବାର୍ଷିକ ହାରାହାରି ୩୯୦ ମିଲିୟନ ଲୋକ ଡେଙ୍ଗି ଜ୍ବର ଦ୍ବାରା ଆକ୍ରାନ୍ତ ହୋଇଥାନ୍ତି ଏବଂ ପାଖାପାଖି ୩୬୦୦୦ ରୋଗୀଙ୍କର ମୃତ୍ୟୁ ହୋଇଥାଏ।

ଅଦ୍ୟତନ ହୋଇଛି
Dengue Fever

Dengue Fever

Advertisment

ଯଦିଓ ଅଧିକାଂଶ ବ୍ୟକ୍ତି ଏବଂ ଖବରକାଗଜରେ 'ଡେଙ୍ଗୁ ଜ୍ୱର' ବୋଲି ଉଚ୍ଚାରଣ କରାଯାଏ, କିନ୍ତୁ ଏହାର ପ୍ରକୃତ ଉଚ୍ଚାରଣ ହେଉଛି 'ଡେଙ୍ଗି (Dengue) ଜ୍ବର'। ଏହା ଡେଙ୍ଗି ଭାଇରସ୍ ବା DENV ନାମକ ଭୂତାଣୁ ସ°କ୍ରମଣରୁ ହୋଇଥାଏ। ଏହି ସ°କ୍ରମଣ ମଣିଷକୁ ଏଡିସ୍ ଇଜିପ୍ଟି ମଶା କାମୁଡା ଦ୍ବାରା ବ୍ୟାପି ଥାଏ। ଡେଙ୍ଗି ଛଡା ଏହି ମଶା ଚିକୁନଗୁନିଆ, ଜିକା ଫିଭର, ମାୟାରୋ ଏବଂ ୟେଲୋ ଫିଭରର ଭୂତାଣୁ ସ°କ୍ରମଣ ପାଇଁ ମଧ୍ୟ ଦାୟୀ ହୋଇଥାଏ। ଡେଙ୍ଗି ଜ୍ବର ସାଧାରଣତଃ ଉଷ୍ଣ ଏବଂ ଆଦ୍ର ଜଳବାୟୁ (ଟ୍ରପିକାଲ୍ ଏବଂ ସବ-ଟ୍ରପିକାଲ୍) ଅଞ୍ଚଳରେ ଦେଖାଯାଏ, ଏହା ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ଅଧିକ ଦେଖାଯାଏ। ବିଶ୍ବ ସ୍ବାସ୍ଥ୍ୟ ସ°ଗଠନ ଅନୁସାରେ ବର୍ତ୍ତମାନ ପୃଥିବୀର ପାଖାପାଖି ୧୦୦ଟି ଦେଶରେ ଡେଙ୍ଗି ଜ୍ବର ଦେଖାଯାଉଛି, ଏମିତିକି ଏବେ ୟୁରୋପୀୟ ରାଷ୍ଟ୍ର ଗୁଡିକରେ ମଧ୍ୟ ସ°କ୍ରମଣ ଦେଖା ଗଲାଣି। ବାର୍ଷିକ ହାରାହାରି ୩୯୦ ମିଲିୟନ ଲୋକ ଡେଙ୍ଗି ଜ୍ବର ଦ୍ବାରା ଆକ୍ରାନ୍ତ ହୋଇଥାନ୍ତି ଏବଂ ପାଖାପାଖି ୩୬୦୦୦ ରୋଗୀଙ୍କର ମୃତ୍ୟୁ ହୋଇଥାଏ।

Advertisment

ଡେଙ୍ଗି ଜ୍ୱରର ଲକ୍ଷଣ:

DENV ଦ୍ୱାରା ସ°କ୍ରମିତ ହେବାର ୪ -୧୦ ଦିନ ଭିତରେ ଲକ୍ଷଣ ଦେଖାଯାଏ ଏବଂ ୨ -୭ ଦିନ ଭିତରେ ଉପଶମ ମିଳିଥାଏ, ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ସମୟ ଲାଗିଥାଏ। ସାଧାରଣ ଲକ୍ଷଣ: ଉଚ୍ଚ ତାପମାତ୍ରାର ଜ୍ବର (୧୦୪°F ପର୍ଯ୍ୟନ୍ତ), ଭିଷଣ ମୁଣ୍ଡବିନ୍ଧା, ଆଖି ଭିତରେ ବା ପଶ୍ଚାତ ଭାଗରେ ବିନ୍ଧା, ଗୋଡହାତ ଘୋଳାବିନ୍ଧା ଓ ଗଣ୍ଠି ବା ଜଏଣ୍ଟ ବିନ୍ଧା (ମା°ସପେଷୀକୁ ହାଡରୁ ଟାଣି ଦେଲା ପରି ଏବଂ ହାଡ ଭାଙ୍ଗିଗଲା ପରି) ବ୍ୟଥା ହୁଏ, ତେଣୁ ଏହାକୁ "ବ୍ରେକ୍-ବୋନ୍ ଫିଭର" ମଧ୍ୟ କୁହାଯାଏ, ଅଇ ଓଠାଇ ବାନ୍ତି ହେବା, ଗ୍ଲାଣ୍ଡ ଗୁଡିକର ଫୁଲା, ଶରୀରରେ ଛୋଟଛୋଟ ନାଲି ରଙ୍ଗର ଦାନା ବା ରାସେସ୍ ଦେଖାଯିବା। ଲକ୍ଷଣ ଏବଂ ବ୍ୟାଧି ଅଧିକ ସା°ଘାତିକ ହେଲେ ଏଥିରେ ପେଟ ଦରଜ ଏବଂ କାଟିବା, ଲଗାତାର ବାନ୍ତି ହେବା, ହାଲିଆ ଲାଗିବା, ମାଢି ଓ ନାକରୁ ରକ୍ତସ୍ରାବ, ଝାଡା ଏବଂ ବାନ୍ତିରେ ରକ୍ତ ପଡିବା, ନିଶ୍ବାସ-ପ୍ରଶ୍ବାସ ପ୍ରଖର ହେବା, ବିଚଳିତ ଲାଗିବା, ପାଟି-ଓଠ ଅଠା ଲାଗି ଭୀଷଣ ଶୋଷ ଲାଗିବା ଏବଂ ଚର୍ମ ଶେଥା ଓ ଥଣ୍ଡା ପଡି ଯିବା। ଏପରି ଲକ୍ଷଣ ଦେଖାଗଲେ ତୁରନ୍ତ ହସ୍ପିଟାଲ ଯାଇ ଚିକିତ୍ସା କରାଇବା ଉଚିତ। ଏହି ପରିସ୍ଥିତିରେ ସାଧାରଣତଃ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଏ। ଡେଙ୍ଗି ଜ୍ବରରେ ଶରୀରର ଲିଭର ଆକ୍ରାନ୍ତ ହୋଇ ଏବଂ ରକ୍ତରେ ପ୍ଲାଟିଲେଟ୍ ସ°ଖ୍ୟା କମିଗଲେ ଏହା ପ୍ରାଣଘାତକ ସାବ୍ୟସ୍ତ ହୋଇଥାଏ।

ଡେଙ୍ଗି ଜ୍ୱରର ଚିକିତ୍ସା:

ଏପର୍ଯ୍ୟନ୍ତ ଆଧୁନିକ ଚିକିତ୍ସା ବିଜ୍ଞାନରେ ଡେଙ୍ଗି ଭୂତାଣୁ ଜନିତ ବ୍ୟାଧି ପାଇଁ କୌଣସି ଚିକିତ୍ସା ପଦ୍ଧତି ବା ଉପଚାର ଆବିଷ୍କାର ହୋଇପାରି ନାହିଁ। କେବଳ ଲକ୍ଷଣ ଅନୁସାରେ ଚିକିତ୍ସା କରାଯାଏ। ଅଧିକରୁ ଅଧିକ ପାଣି ଏବଂ ତରଳ ଖାଦ୍ୟ ଗ୍ରହଣ କରନ୍ତୁ। ଡେଙ୍ଗିର ସାଧାରଣ ଅବସ୍ଥାରେ ଜ୍ବର ଏବଂ ଗୋଡହାତ ବିନ୍ଧା ପାଇଁ କେବଳ ପାରାସିଟାମଲ୍ ଟାବଲେଟ୍ ହିଁ ଗ୍ରହଣ କରିବା ଉଚିତ। ଆସ୍ପିରିନ୍ ଟାବଲେଟସ ଖାଆନ୍ତୁ ନାହିଁ (ଡେଙ୍ଗିରେ ପ୍ଲାଟିଲେଟ୍ କମିବାର ଆଶଙ୍କା ଥାଏ ଏବଂ ଆସ୍ପିରିନ୍ ମଧ୍ୟ ଆଣ୍ଟି-ପ୍ଲାଟିଲେଟ୍, ରକ୍ତସ୍ରାବର ଆଶଙ୍କା ବଢିଯାଏ)। ଏହି ଜ୍ବର ଏବଂ ଘୋଳାବିନ୍ଧା ଅବସ୍ଥାରେ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମିଓପ୍ୟାଥିକ ଚିକିତ୍ସା ଖୁବ୍ ଆରାମ ଦେଇଥାଏ। ଆମ ଭାରତୀୟ ପାରମ୍ପରିକ ଚିକିତ୍ସା ଅନୁସାରେ, ଗଙ୍ଗଶିଉଳି ବା ସିଙ୍ଗଡାହାର ପତ୍ର ମଧ୍ୟ ଉପସମ ଦେଇଥାଏ (ଲଗାତାର ୩ ଦିନ ଗ୍ରହଣ କରିବାକୁ ପଡିଥାଏ, ଆୟୁର୍ବେଦିକ ଡକ୍ଟରଙ୍କ ଅନୁସାରେ ଗଙ୍ଗଶିଉଳି ପତ୍ରର ଆଣ୍ଟିଇନଫ୍ଲାମେଟୋରି ଗୁଣ ଥାଏ)। ସେହିପରି ଅମୃତଭଣ୍ଡା ପତ୍ରର ରସ ମଧ୍ୟ ପ୍ଲାଟିଲେଟ୍ ସ°ଖ୍ୟା ବଢିବାରେ ସାହାଯ୍ୟ କରିଥାଏ, ଏବେ ଏହାର କ୍ୟାପସୁଲ୍ ମଧ୍ୟ ଉପଲବ୍ଧ ହେଲାଣି। ଲକ୍ଷଣ ତୀବ୍ର ବା ସିଭିୟର ଡେଙ୍ଗି ଜ୍ବରରେ ହସ୍ପିଟାଲରେ ରହି ଚିକିତ୍ସା କରାଇବା ଆବଶ୍ୟକ। ଆବଶ୍ୟକ ସ୍ଥଳରେ ପ୍ଲାଟିଲେଟ୍ ଟ୍ରାନ୍ସଫ୍ୟୁଜନ୍ ମଧ୍ୟ କରାଯାଏ।

Advertisment

ଡେଙ୍ଗିର ପ୍ରତିକାର:

ଯେହେତୁ ଡେଙ୍ଗି ଜ୍ବରର ଏପର୍ଯ୍ୟନ୍ତ କୌଣସି ଠୋସ୍ ଚିକିତ୍ସା ପଦ୍ଧତି ଉପଲବ୍ଧ ନାହିଁ ତେଣୁ prevention ବା ପ୍ରତିକାର ହିଁ ଏହା ପାଇଁ ସବୁଠୁ ଅଧିକ ଉପଯୋଗୀ। ଆଉ ଏହାର ସବୁଠାରୁ ସହଜ ଉପାୟ ହେଉଛି ନିଜକୁ ମଶା କାମୁଡିରୁ ରକ୍ଷା କରିବା। ଯଦିଓ ଏଡିସ୍ ମଶା ଦିନରେ ଅଧିକ ଆକ୍ଟିଭ ଥାଏ ଏହାର ଅର୍ଥ ଆଦୌ ନୁହେଁ ଯେ ଏହା ସନ୍ଧ୍ୟାପରେ ବା ରାତିରେ କାମୁଡେ ନାହିଁ। ଯଥା ସମ୍ଭବ ଶରୀରର ଅଧିକ ଅ°ଶ ଢାଙ୍କି ହେଲା ପରି ପୋଷାକ ପିନ୍ଧନ୍ତୁ। ଶୋଇବା ସମୟରେ ମଶାରୀ ବ୍ୟବହାର କରନ୍ତୁ। ଘରେ ଝୁଣା ଧୂଆଁ, ମସକ୍ବିଟୋ ରିପେଲାଣ୍ଟସ ବ୍ୟବହାର କରନ୍ତୁ। ବାହାରକୁ ବୁଲିବା, ଖେଳିବା ସମୟରେ ଫ୍ୟାବ୍ରିକ୍ ମସକ୍ବିଟୋ ରିପେଲାଣ୍ଟସ ବ୍ୟବହାର କରନ୍ତୁ। ପାଣି ଜମା ହେବାକୁ ଦିଅନ୍ତୁ ନାହିଁ (ଏଡିସ୍ ମଶା ପଚା ନର୍ଦମା ପାଣି ଅପେକ୍ଷା ନୂତନ ଜମା ପାଣିରେ ବ°ଶବୃଦ୍ଧି କରେ)। ଜ୍ବର ସହ ଆଣ୍ଠୁଗଣ୍ଠି ବିନ୍ଧା ଦରଜ ଜଣା ପଡିଲେ, ଡାକ୍ତରଙ୍କ ପରାମର୍ଶ କ୍ରମେ ରକ୍ତ ପରୀକ୍ଷା କରି ଔଷଧ ସେବନ କରନ୍ତୁ।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ