Advertisment

ସେଇ ଡିସେମ୍ବର .. ସେଇ ଶୀତ.. ପୁଣି କରୋନା .. କାହିଁକି !

୨୦୧୯ ଶୀତ ଦିନ ଥିଲା । ବିଶ୍ୱବାସୀ ନୂଆ ବର୍ଷକୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଥିଲେ । କିନ୍ତୁ ସେ ସମୟରେ କରୋନା ସମସ୍ତଙ୍କ ଜୀବନକୁ ଓଲଟପାଲଟ କରି ଥୋଇଦେଲା ।

Why December

Why December

Advertisment

୨୦୧୯ ଶୀତ ଦିନ ଥିଲା । ବିଶ୍ୱବାସୀ ନୂଆ ବର୍ଷକୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଥିଲେ । କିନ୍ତୁ ସେ ସମୟରେ କରୋନା ସମସ୍ତଙ୍କ ଜୀବନକୁ ଓଲଟପାଲଟ କରି ଥୋଇଦେଲା । ପ୍ରଥମେ ଚାଇନାରେ ମହାମାରୀର ରୂପ ଧାରଣ କଲା, ପରେ ପରେ ସମଗ୍ର ବିଶ୍ୱକୁ ଗ୍ରାସ କରିଗଲା । ଚାରି ବର୍ଷ ପରେ, ବର୍ତ୍ତମାନ କୋଭିଡ୍-୧୯ କମି ଯାଇଛି ସତ, କିନ୍ତୁ ଜୀବାଣୁ ଭାବେ ଏହା ନିଜର ପ୍ରକୃତିକୁ ପରିବର୍ତ୍ତନ କରି ଅନେକ ଭ୍ୟାରିଆଣ୍ଟ ଭାବେ ରହିଛି ।

Advertisment

ପୁଣି ଥରେ ବର୍ତ୍ତମାନ, କରୋନା ନିଜର କାୟା ମେଲାଇବା ଆରମ୍ଭ କଲାଣି । ଏହାକୁ ନେଇ ବିଶ୍ୱ ନେତୃବୃନ୍ଦଙ୍କ ମଧ୍ୟରେ ଭାଳେଣି ପଡ଼ିଲାଣି । ଏକ ନୂଆ ଷ୍ଟ୍ରେନ୍ ଭାବେ JN.୧ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କଲାଣି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, JN.୧ କୁ କରୋନାର ଅନ୍ୟ ଏକ ଭ୍ୟାରିଆଣ୍ଟ ବୋଲି କହିଛି । ତେବେ ଏହା ସାଧାରଣ ଲୋକଙ୍କ ପାଇଁ କମ ବିପଦ ପୂର୍ଣ୍ଣ ବୋଲି ମଧ୍ୟ କହିଛି ।

ଗତ ଡିସେମ୍ବର ୨୦୨୦ ରେ Covid-୧୯ର ଜୀବାଣୁରେ ତିନୋଟି ବଡ ପରିବର୍ତ୍ତନ ହୋଇଥିଲା: ଆଲଫା (B.୧.୧.୭), ବିଟା (B.୧.୩୫୧), ଏବଂ ଗାମା (P.୧) । ପରେ ପୁଣି ଏକ ବର୍ଷ ପରେ, ଡିସେମ୍ବର ୨୦୨୧ ରେ ଓମିକ୍ରନ୍ ଭାରିଆଣ୍ଟ ପୁରା ବିଶ୍ୱରେ ଲକଡାଉନ ଲଗାଇଦେଲା । ଡିସେମ୍ବର ୨୦୨୨ ରେ, ପୁଣି BA.୨ ଏବଂ BA.୫ ପରି ନୂଆ ଭ୍ୟାରିଆଣ୍ଟ ଆସିଲା । ଚଳିତ ବର୍ଷ JN.୧ ଭ୍ୟାରିଆଣ୍ଟ ଆସି ସାରିଛି । ଏହା ମଧ୍ୟ ଓମିକ୍ରନର ବର୍ଗୀଭୂତ ଅଟେ ।

Advertisment

ତେବେ କରୋନାର ନୂଆ ଭ୍ୟାରିଆଣ୍ଟ କେବଳ ଡିସେମ୍ବରରେ ହିଁ କାହିଁକି ବଢ଼ୁଛି । କଣ ଏହାର କାରଣ .. କରୋନା କେବଳ ଡିସେମ୍ବରରେ କଡ଼ କାହିଁକି ଲେଉଟାଉଛି ।.. ଏହାକୁ ବୁଝିବା ପୂର୍ବରୁ, ପ୍ରଥମେ ଜାଣିନେବା ଆବଶ୍ୟକ ଯେ,

JN.୧ କ’ଣ?

JN.୧ କୁ କରୋନାର ଏକ ଭ୍ୟାରିଆଣ୍ଟ ଭାବେ ନାମକରଣ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) । ଏହା ଅତିଶୀଘ୍ର ମାଡ଼ି ଯାଉଥିବାରୁ ପୁଣି ବିଶ୍ୱବାସୀଙ୍କ ନିଦ ହଜିଛି । ଭାରତ ସମେତ ଏହା ଚୀନ୍, ବ୍ରିଟେନ ଏବଂ ଆମେରିକା ଓ ଅନେକ ଦେଶରେ ଚିହ୍ନଟ ହୋଇସାରିଛି । ଏହା BA.୨.୮୬ ବଂଶର ଏକ ଅଂଶ । ଏହି ନୂଆ ଭାଇରସ ଜ୍ୱର, ଗଳା ଯନ୍ତ୍ରଣା, କାଶ ଏବଂ ମୁଣ୍ଡବିନ୍ଧା ଭଳି ଲକ୍ଷଣ ଦେଖାଇଥାଏ । ବୃଦ୍ଧ, ମୋଟାପଣ, ମଧୁମେହ, କର୍କଟ ରୋଗୀଙ୍କ ପାଇଁ ଏହା କ୍ଷତିକାରକ ହୋଇପାରେ ।

Advertisment

କିନ୍ତୁ ଏହି ରୋଗ ମୁଖ୍ୟତଃ ଡିସେମ୍ବର ମାସରେ ବୃଦ୍ଧି ପାଇବାର କାରଣ କଣ ..

କୋଭିଡ୍ -୧୯ ବୃଦ୍ଧି ପଛରେ ଥଣ୍ଡା ଏବଂ ଶୁଷ୍କ ବାୟୁକୁ ଏକ କାରଣ ରୂପେ ନିଆ ଯାଇପାରେ । କିପରି ପ୍ରଥମ ଓ ଦ୍ୱିତୀୟ ଲହର, ପାଗ ପରିସ୍ଥିତି ଉପରେ ନିର୍ଭର କରିଥିଲା, ତାହା ଅଧ୍ୟୟନରୁ ପ୍ରମାଣିତ ହୋଇ ସାରିଛି । ଥଣ୍ତା ଦିନରେ ତାପମାତ୍ରା କମ ରୁହେ ଓ ବାୟୁ ମଧ୍ୟ ଶୁଷ୍କ ରୁହେ । ଫଳରେ ଉତ୍ତର ଗୋଲାର୍ଦ୍ଧରେ ଥିବା ଦେଶମାନଙ୍କରେ କୋଭିଡ୍ -୧୯ ନିଜର କାୟା ମେଲାଇ ଚାଲିଥିଲା । ଗରମ ଅପେକ୍ଷା ଥଣ୍ତାରେ କରୋନା ସଂକ୍ରମଣ ଅଧିକ ହୁଏ ବୋଲି ଚୀନର ସିଚୁଆନ୍ ଇଣ୍ଟରନ୍ୟାସନାଲ୍ ଷ୍ଟଡିଜ୍ ୟୁନିଭର୍ସିଟିର ଗବେଷକମାନେ ଜାଣିବାକୁ ପାଇଛନ୍ତି ।

ସେହିପରି ଡିସେମ୍ବର ମୁଖ୍ୟତଃ ଏକ ଛୁଟିର ମାସ । ପୃଥିବୀର ଉଭୟ ଉତ୍ତର ଏବଂ ଦକ୍ଷିଣ ଗୋଲାର୍ଦ୍ଧରେ ଏକ ଛୁଟିମାସ ଭାବେ ଡିସେମ୍ବରକୁ ପାଳନ କରାଯାଏ । ଦକ୍ଷିଣରେ ଏହା ଖ୍ରୀଷ୍ଟମାସ । ଜାନୁଆରୀରେ ନୂଆ ବର୍ଷ ପାଳନ କରାଯାଏ । ଫଳତଃ ଲୋକମାନେ ମିଳି ଏହି ସବୁ ପର୍ବକୁ ବଡ଼ ଧୁମଧାମରେ ପାଳନ କରି ଥାଆନ୍ତି । ଚଳିତ ବର୍ଷ ମଧ୍ୟ ଛୁଟି ଆରମ୍ଭ ହେବା ମାତ୍ରେ JN.୧ ଭାରିଆଣ୍ଟ ଦ୍ରୁତ ଗତିରେ ମାଡ଼ିବା ଆରମ୍ଭ କରିଛି । ବିଶେଷଜ୍ଞମାନେ ମତ ରଖିଛନ୍ତି ଯେ ବର୍ତ୍ତମାନ କରୋନା ବୃଦ୍ଧିର ମୁଖ୍ୟ କାରଣ ହେଉଛି ଭ୍ରମଣ ।

Covid Corona
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ