Advertisment

ରାୟଗଡ଼ାରେ ଡିପ୍‌ଥେରିଆ ପରେ ଝାଡାବାନ୍ତି ଭୟ; ଗଡ଼ିଲା ଜଣଙ୍କ ମୁଣ୍ଡ

ରାୟଗଡ଼ା କାଶୀପୁରରେ ଡିପଥେରିଆ ପରେ, ଏବେ ମୁନିଗୁଡ଼ାରେ ଝାଡାବାନ୍ତି ଆତଙ୍କ। ମୁନିଗୁଡ଼ା ବ୍ଲକ୍ ଡିମିରିଗୁଡ଼ା ପଞ୍ଚାୟତ ଭଟାଙ୍ଗପଦର ଗାଁରେ ଝାଡ଼ାବାନ୍ତିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ପ୍ରାୟ ୬ ଜଣ ଆକ୍ରାନ୍ତ ଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
Cholera outbreak in Muniguda

Cholera outbreak in Muniguda

Advertisment

ରାୟଗଡ଼ା କାଶୀପୁରରେ ଡିପଥେରିଆ ପରେ, ଏବେ ମୁନିଗୁଡ଼ାରେ ଝାଡାବାନ୍ତି ଆତଙ୍କ। ମୁନିଗୁଡ଼ା ବ୍ଲକ୍ ଡିମିରିଗୁଡ଼ା ପଞ୍ଚାୟତ ଭଟାଙ୍ଗପଦର ଗାଁରେ ବ୍ୟାପୁଛି ଝାଡ଼ାବାନ୍ତି। ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ପ୍ରାୟ ୬ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଛି ୨ ଗୁରୁତରଙ୍କ ଚିକିତ୍ସା । ମୃତକଙ୍କ ନାଁ ଚିତ୍ର ସୁନା। ଝାଡାବାନ୍ତି ସଂକ୍ରମଣ ଚିନ୍ତା ଘାରିବା ପରେ, ଗାଁରେ ଏକ ଡାକ୍ତରୀ ଦଳ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି।

Advertisment

ଗାଁ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଟ୍ୟାଙ୍କର ଯୋଗେ ଯୋଗାଇ ଦେବାକୁ ଗ୍ରାମ୍ୟ ଜଳ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ। ସେପଟେ ଗାଁରେ ବିଜେପି ନେତା ଜଗନ୍ନାଥ ନୁଣ୍ଡ୍ରୁକା ପହଞ୍ଚି ଲୋକଙ୍କ ଭିତରେ ଯେମିତି ସଂକ୍ରମଣ ନ ବ୍ୟପିବ ସେଥିପ୍ରତି ଧ୍ୟାନ ଦେବାକୁ ପ୍ରଶାସନକୁ ନିବେଦନ କରିଛନ୍ତି। ଝାଡ଼ାବାନ୍ତି ବ୍ୟାପିବାର କାରଣ ପାନୀୟ ଜଳ । ଏଣୁ ଲୋକଙ୍କୁ ପାଣି ଫୁଟାଇ ପିଇବାକୁ ଓ ଗରମ ଖାଦ୍ୟ ଖାଇବା ନେଇ ସଚେତନ ସୃଷ୍ଟି ଦିଗରେ ଗୁରୁତ୍ବ ଦିଆଯାଉଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।

କିଛିଦିନ ତଳେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଡିପଥେରିଆ ବ୍ୟାପିଥିଲା। ଏହାପରେ ସଂକ୍ରମଣ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ମାଡ଼ିଯାଇଥିଲା। ୩ ସଂକ୍ରମିତ ଜିଲ୍ଲାରେ ସ୍ବାସ୍ଥ୍ୟ ବିଭାଗ, ଡବ୍ଲୁଏଚ୍ଓ ଟିମ୍ ଗାଁ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ । ଏଥିପାଇଁ ବୁଷ୍ଟର ଡୋଜ୍ ଟିକାକରଣ ମଧ୍ୟ କରାଯାଇଥିଲା। ଗାଡଲାଇନ ଅନୁସାରେ ସଂକ୍ରମଣ ଅଞ୍ଚଳରେ ସର୍ଭେଲେନ୍ସ ଚାଲିଥିଲା । ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଆଣ୍ଟିବାୟୋଟିକ ଦିଆଯାଇଥିଲା।

Advertisment
Rayagada Cholera Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ