Advertisment

Cholera Cases: ଯାଜପୁର-ଭଦ୍ରକରେ ୮ କଲେରା ପଜିଟିଭ, ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି

ଯାଜପୁର ଓ ଭଦ୍ରକରେ ୮ଟି କଲେରା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୪୧ଟି ଝାଡ଼ା ନମୁନାରୁ ୮ଟି କଲେରା ପଜିଟିଭ୍ ମିଳିଛି । ଯୁଦ୍ଧକାଳୀନ ଭିତ୍ତିରେ ଏହାର ମୁକାବିଲା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ୧୦ ଦିନ ମଧ୍ୟରେ ବିଶୋଧନ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ।

ଅଦ୍ୟତନ ହୋଇଛି
Cholera In Jajpur And Bhadrak

Cholera In Jajpur And Bhadrak

Advertisment

ଯାଜପୁର ଓ ଭଦ୍ରକରେ ବ୍ୟାପିଛି କଲେରା । ସଂଗୃହୀତ ୪୧ଟି ଝାଡ଼ା ନମୁନାରୁ ୮ଟି କଲେରା ପଜିଟିଭ୍ ମିଳିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଗତକାଲି ଏନେଇ ସ୍ପଷ୍ଟ କରାଯାଇଛି । ଲୋକସେବା ଭବନରେ ଜଳ ଏବଂ ଭେକ୍ଟର ବାହିତ ରୋଗ ନିରାକରଣ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବିଶେଷ କରି ବର୍ଷାଦିନିଆ ରୋଗ ଯଥା ଡାଇରିଆ, ଜଣ୍ଡିସ, ମ୍ୟାଲେରିଆ, ଡେଙ୍ଗୁ ଆଦି ବିଭିନ୍ନ ରୋଗ, ତାର ନିରାକରଣ ଏବଂ ମୁକାବିଲା ପ୍ରସ୍ତୁତି କିପରି କରାଯିବ ସେନେଇ ଆଲୋଚନା କରାଯାଇଥିଲା। ମୁଖ୍ୟ ଶାସନ ସଚିବ ମନୋଜ ଆହୂଜାଙ୍କ ଉପସ୍ଥିତିରେ ସ୍ବାସ୍ଥ୍ୟ ବିଭାଗ ସଚିବ ଅଶ୍ୱତୀ ଏସ୍. ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ।

Advertisment

ସେହିପରି ଯାଜପୁର ଏବଂ ଭଦ୍ରକ ଜିଲ୍ଲାରେ ଦେଖାଦେଇଥିବା ଡାଇରିଆ ସ୍ଥିତି ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ଏସବୁ ଜିଲ୍ଲାରୁ ସଂଗୃହିତ ୪୧ଟି ଝାଡ଼ା ନମୂନାରୁ ୮ଟିରେ କଲେରା ପଜିଟିଭ୍ ସଙ୍କେତ ମିଳିଥିବା ବୈଠକରେ ସୂଚନା ଦିଆଯାଇଛି । ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ଏହାର ମୁକାବିଲା କରିବାକୁ ଏବଂ ୧୦ ଦିନ ମଧ୍ୟରେ ବିଶୋଧନ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ଅଧିକ ପଢନ୍ତୁ: ଝାଡାବାନ୍ତି ଆତଙ୍କ: ପୁଣି ଗଲା ୨ ଜୀବନ, ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ