Advertisment

ଦୁଇ ଗୁଣା ହେବ ଆୟୁଷ୍ମାନ ଭାରତ ବୀମା ରାଶି ! ବଜେଟ୍‌ରେ ହୋଇପାରେ ବଡ଼ ଘୋଷଣା

ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଆକଳନ ଅନୁଯାୟୀ ଯଦି ଏହି ପ୍ରସ୍ତାବ ଅନୁମୋଦିତ ହୁଏ ତେବେ ବାର୍ଷିକ ଅତିରିକ୍ତ ୧୨୦୭୬ କୋଟି ଟଙ୍କା ଅଧିକ ଖର୍ଚ୍ଚ ହେବ । ସୂତ୍ରରୁ ମିଳିଥିବା ଖବର ଅନୁୟାୟୀ, ଆଗାମୀ ତିନି ବର୍ଷ ମଧ୍ୟରେ AB-PMJAY ଅଧୀନରେ ହିତାଧିକାରୀଙ୍କ ସଂଖ୍ୟାକୁ ଦ୍ୱିଗୁଣିତ କରିବାକୁ ଆଲୋଚନା ହେଉଛି।

ଅଦ୍ୟତନ ହୋଇଛି
Ayushman Bharat coverage could be doubled

Ayushman Bharat coverage could be doubled

Advertisment

ଦୁଇ ଗୁଣା ହେବ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (AB-PJAY)ର ବୀମା କଭରେଜ୍। ବର୍ତ୍ତମାନ ଏହି ରାଶି ୫ଲକ୍ଷ ରହିଥିବା ବେଳେ ଏହାକୁ ବୃଦ୍ଧି କରି ୧୦ଲକ୍ଷ କରିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ଏହାବାଦ୍ ଆଗାମୀ ୩ବର୍ଷ ମଧ୍ୟରେ ହିତାଧିକାରୀଙ୍କ ସଂଖ୍ୟାକୁ ଦ୍ୱିଗୁଣିତ କରିବା ନେଇ ଲକ୍ଷ୍ୟ ରଖାଯାଇଛି। ତେବେ ପୂର୍ବରୁ ସରକାର ୭୦ ବର୍ଷରୁ ଅଧିକ ବୟସର ସମସ୍ତ ଲୋକଙ୍କୁ ଏହାର ଅନ୍ତର୍ଭୁକ୍ତ କରିବା ନେଇ ଘୋଷଣା କରିଛନ୍ତି।

Advertisment

ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଆକଳନ ଅନୁଯାୟୀ ଯଦି ଏହି ପ୍ରସ୍ତାବ ଅନୁମୋଦିତ ହୁଏ ତେବେ ବାର୍ଷିକ ଅତିରିକ୍ତ ୧୨,୦୭୬ କୋଟି ଟଙ୍କା ଅଧିକ ଖର୍ଚ୍ଚ ହେବ । ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଆଗାମୀ ତିନି ବର୍ଷ ମଧ୍ୟରେ AB-PMJAY ଅଧୀନରେ ହିତାଧିକାରୀଙ୍କ ସଂଖ୍ୟାକୁ ଦ୍ୱିଗୁଣିତ କରିବାକୁ ଆଲୋଚନା ହେଉଛି। ଯଦି ଏହା କାର୍ଯ୍ୟକାରୀ ହୁଏ ତେବେ ଦେଶର ଦୁଇ ତୃତୀୟାଂଶରୁ ଅଧିକ ଲୋକଙ୍କୁ ଏହା ସ୍ୱାସ୍ଥ୍ୟ ସେବା ଯୋଗାଇବ। ତେବେ ଚଳିତମାସ ଶେଷରେ ହେବାକୁ ଥିବା କେନ୍ଦ୍ରୀୟ ବଜେଟ୍‌ରେ ଏହି ପ୍ରସ୍ତାବର କିଛି ଅଂଶ ଘୋଷଣା ହୋଇପାରେ।

ପଢନ୍ତୁ ଏହି ଖବର: ଦୁଇ ଦିନିଆ ରୁଷ ଗସ୍ତରେ ପ୍ରଧାନମନ୍ତ୍ରୀ; ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ହେବେ ସାମିଲ

Advertisment

ଅନ୍ତରୀଣ ବଜେଟ୍ ୨୦୨୪ରେ, ସରକାର 'AB-PJAY' ପାଇଁ ଥିବା ରାଶି ୭୨୦୦କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି ଯାହା ୧୨କୋଟି ପରିବାରକୁ ବାର୍ଷିକ ପାଞ୍ଚ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ କଭର ଯୋଗାଉଛି। ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ (PM-ABHIM) ପାଇଁ ୬୪୬ କୋଟି ଟଙ୍କା ଆବଣ୍ଟିତ ହୋଇଛି । ଜୁନ୍ ୨୭ରେ ସଂସଦର ମିଳିତ ବୈଠକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଅଭିଭାଷଣରେ କହିଥିଲେ, ୭୦ ବର୍ଷରୁ ଅଧିକ ବୟସ୍କଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ୍ କରାଯିବା ଓ ମାଗଣା ଚିକିତ୍ସା ସୁବିଧା ମିଳିବ।

ଏପରି ହେଲେ ଏହି ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ପ୍ରାୟ ଚାରି-ପାଞ୍ଚ କୋଟି ବୃଦ୍ଧି ପାଇବ। ୨୦୧୮ରେ AB-PMJAY ପାଇଁ ୫ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ତେବେ ଏହି ପରିମାଣକୁ ଦ୍ୱିଗୁଣିତ କରିବାର ଲକ୍ଷ୍ୟ ହେଉଛି ଅନେକ ବ୍ୟୟବହୁଳ ଚିକିତ୍ସା ଯଥା ଅଙ୍ଗ ପ୍ରତିରୋପଣ, କର୍କଟ ଇତ୍ୟାଦି ରୋଗରେ ଆକ୍ରାନ୍ତ ପରିବାରକୁ ସହାୟତା ଯୋଗାଇବା।

Advertisment

ଅକ୍ଟୋବର ୨୦୨୧ ରେ ପ୍ରକାଶିତ 'ଭାରତର ନିଖୋଜ ମଧ୍ୟବିତ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା' ଶୀର୍ଷକ ରିପୋର୍ଟରେ NITI ଆୟୋଗ ଏହି ଯୋଜନାକୁ ବିସ୍ତାର କରିବାକୁ ପରାମର୍ଶ ଦେଇଥିଲେ। ଏଥିରେ ଉଲ୍ଲେଖ ଥିଲା ପ୍ରାୟ ୩୦ ପ୍ରତିଶତ ଲୋକ ସ୍ୱାସ୍ଥ୍ୟ ବୀମାରୁ ବଞ୍ଚିତ ଅଛନ୍ତି। ପ୍ରାୟ ୨୦ ପ୍ରତିଶତ ଲୋକ ସାମାଜିକ ସ୍ୱାସ୍ଥ୍ୟ ବୀମା ଏବଂ ବେସରକାରୀ ସ୍ବେଚ୍ଛାସେବୀ ସ୍ୱାସ୍ଥ୍ୟ ବୀମା ମାଧ୍ୟମରେ ଅନ୍ତର୍ଭୁକ୍ତ ହୋଇଛନ୍ତି ଯାହାକି ଅଧିକ ରୋଜଗାର କରୁଥିବା ବର୍ଗଙ୍କ ପାଇଁ ପ୍ରସ୍ତୁତ କରାଯାଇଛି।

Ayushman Bharat Ayushman Bharat PMJAY
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ