Advertisment

ସ୍ୱାସ୍ଥ୍ୟ ପାଇଁ ବ୍ରାଉନ୍ ରାଇସ୍,କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରେ

ବ୍ରାଉନ୍ ରାଇସ୍ କେବଳ ଓଜନ ନିୟନ୍ତ୍ରଣରେ ସହାୟକ ହୋଇ ନ ଥାଏ ବରଂ ଅନେକ ଫାଇଦା ଦେଇଥାଏ । ବ୍ରାଉନ ରାଇସ୍ ହ୍ୱାଇଟ୍ ରାଇସ ପରି ସ୍ୱାଦିଷ୍ଟ ହୋଇ ନ ପାରେ କିନ୍ତୁ ବ୍ରାଉନ୍ ରାଇସରେ ଅନେକ ପୁଷ୍ଟିକର ଉପାଦାନ ଭରପୁର ହୋଇ ରହିଛି ଯାହା ଶରୀର ପାଇଁ ଲାଭଦାୟକ ଅଟେ । ତେବେ ଚାଲନ୍ତୁ ଜାଣିବା ବ୍ରାଉନ୍ ରାଇସର ବିଭିନ୍ନ ଉପକାରିତା ବିଷୟରେ ।

ଅଦ୍ୟତନ ହୋଇଛି
Brown rice

Brown rice

Advertisment

ପ୍ରତିଦିନ ଆମ ଖାଦ୍ୟରେ ଭାତ ରହିଥାଏ । ଅଧିକାଂଶ କ୍ଷେତ୍ରରେ ଦେଖାଯାଏ ଯେ ଲୋକମାନେ ଓଜନ ନିୟନ୍ତ୍ରଣ ପାଇଁ ଭାତ ବଦଳରେ ରୁଟି ଖାଇବାକୁ ପସନ୍ଦ କରିଥାନ୍ତି । ତେବେ ହ୍ୱାଇଟ୍ ରାଇସ୍ ବଦଳରେ ଆପଣ ବ୍ରାଉନ୍ ରାଇସ୍ ଖାଇ ପାରିବେ । ଏହା କେବଳ ଓଜନ ନିୟନ୍ତ୍ରଣରେ ସହାୟକ ହୋଇନଥାଏ ବରଂ ଅନେକ ଫାଇଦା  ଦେଇଥାଏ । ବ୍ରାଉନ ରାଇସ୍ ହ୍ୱାଇଟ୍ ରାଇସ ପରି ସ୍ୱାଦିଷ୍ଟ ହୋଇନପାରେ କିନ୍ତୁ ବ୍ରାଉନ୍ ରାଇସରେ ଅନେକ ପୁଷ୍ଟିକର ଉପାଦାନ ଭରପୁର ହୋଇ ରହିଛି ଯାହା ଶରୀର ପାଇଁ ଲାଭଦାୟକ ଅଟେ । ତେବେ ଚାଲନ୍ତୁ ଜାଣିବା ବ୍ରାଉନ୍ ରାଇସର ବିଭିନ୍ନ ଉପକାରିତା ବିଷୟରେ ।

Advertisment
  • ଶରୀରରେ ଓଜନ ହ୍ରାସ କରାଏ ବ୍ରାଉନ୍ ରାଇସ୍। ଏଥିରେ ଡାଏଟାରୀ ଫାଇବର ଭରପୂର ରହିଥାଏ । ଏହା ଦ୍ୱାରା ଆପଣଙ୍କୁ ଅଧିକ ସମୟ ପର୍ଯନ୍ତ ଭୋକ ଲାଗ ନଥାଏ ।
  • ଚର୍ବି ହ୍ରାସ କରିବାରେ ସାହାଯ୍ୟ କରିଥାଏ ବ୍ରାଉନ୍ ରାଇସ୍ । ବିଭିନ୍ନ ଅଧ୍ୟୟନରୁ ଜଣାପଡିଛି ଯେ ଯେଉଁମାନେ ଅଧିକ ବ୍ରାଉନ୍ ରାଇସ ଖାଉଛନ୍ତି, ସେମାନେ ହ୍ୱାଇଟ୍ ରାଇସ୍ ଖାଉଥିବା ଲୋକଙ୍କ ତୁଳନାରେ କମ୍ ଓଜନର ହୋଇଥାନ୍ତି ।
  • ପ୍ରତିଦିନ ବ୍ରାଉନ ରାଇସ ଖାଇଲେ ମଧୁମେହ ହେବାର ଆଶଙ୍କା କମ୍ ଥାଏ। ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରେ ବ୍ରାଉନ ରାଇସ୍ । ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବା ଲାଭଦାୟକ କାରଣ ଏଥିରେ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଅଛି। କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସର ଅର୍ଥ ହେଉଛି ଆପଣ ଖାଉଥିବା ଖାଦ୍ୟ ଧୀରେ ଧୀରେ ହଜମ ହୁଏ ଏବଂ ଏହା ପରେ ଆପଣଙ୍କ ରକ୍ତରେ ଶର୍କରା ବୃଦ୍ଧି ହେବାକୁ ଦେଇନଥାଏ
  • ବ୍ରାଉନ୍ ରାଇସରେ ଫାଇଟିକ୍ ଏସିଡ୍, ଫାଇବର ଏବଂ ଅତ୍ୟାବଶ୍ୟକ ପଲିଫେନୋଲ ଥାଏ ଯାହା ଶର୍କରାକୁ ଧୀରେ ଧୀରେ ମୁକ୍ତ କରିବାରେ ସାହାଯ୍ୟ କରିଥାଏ, ଯାହା ଆମକୁ ସୁସ୍ଥ ରଖେ।
  • କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରେ ବ୍ରାଉନ ରାଇସ୍ । ବାଦାମୀ ଚାଉଳରେ ଥିବା ତେଲ ଖରାପ କୋଲେଷ୍ଟ୍ରଲ (LDL କୋଲେଷ୍ଟ୍ରଲ)ର ସ୍ତରକୁ ବହୁ ପରିମାଣରେ ହ୍ରାସ କରିଥାଏ । ବାଦାମୀ ଚାଉଳରେ ଥିବା ଫାଇବର ହଜମ ପ୍ରକ୍ରିୟାରେ ଥିବା କୋଲେଷ୍ଟ୍ରୋଲକୁ ବାନ୍ଧିଥାଏ ଓ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିଥାଏ ।
  • ହାଡରେ ମ୍ୟାଗ୍ନେସିୟମର ଅଭାବ ପୂର୍ଣ୍ଣ କରିଥାଏ ବ୍ରାଉନ ରାଇସ୍ ।
  • ପେଟ ଜନିତ ରୋଗକୁ ରୋକିବାରେ ସହାୟକ ହୋଇଥାଏ ବ୍ରାଉନ ରାଇସ୍ ।
  • ଆଣ୍ଟିଅକ୍ସିଡାଣ୍ଟ ଚାପ ଏବଂ ରୋଗକୁ ରୋକିବାରେ ସାହାଯ୍ୟ କରିଥାଏ ବ୍ରାଉନ ରାଇସ୍ ।
Health News Brown Rice
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ