Advertisment

Yogasana: ଆପଣ PCOD ସମସ୍ୟାରେ ପିଡୀତ କି… କରନ୍ତୁ ଏହି ଯୋଗାସନ, ମିଳିବ ମୁକ୍ତି

PCOS ପାଇଁ କୌଣସି ସ୍ଥାୟୀ ଉପଶମ ନାହିଁ, କିନ୍ତୁ ଏହାକୁ ନିୟନ୍ତ୍ରଣ କରାଯାଇପାରେ। ଉତ୍ତମ ଖାଦ୍ୟ, ଉତ୍ତମ ଜୀବନଶୈଳୀ ଏବଂ ଯୋଗାଭ୍ୟାସ ଦ୍ୱାରା ଏହି ରୋଗର ମୁକାବିଲା କରିହେବ।

ଅଦ୍ୟତନ ହୋଇଛି
Better lifestyle and yoga can control pcod naturally

Better lifestyle and yoga can control pcod naturally

Advertisment

ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ୍‌ (PCOS) ହେଉଛି ହରମୋନ୍ ଅସନ୍ତୁଳନ ସହିତ ଜଡିତ ଏକ ରୋଗ। ଏହି କାରଣରୁ, ମହିଳାମାନଙ୍କର ଡିମ୍ବାଣୁରେ ଛୋଟ ଫୋଲିକଲ୍ସ ସୃଷ୍ଟି ହୁଏ, ଯେଉଁ କାରଣରୁ ଅଣ୍ଡା ଠିକ୍ ସମୟରେ ପରିପକ୍ୱ ହୋଇପାରେ ନାହିଁ। ଏହି କାରଣରୁ, ଅନିୟମିତ ଋତୁସ୍ରାବ, ଓଜନ ବୃଦ୍ଧି, ମୁଖ ବ୍ରଣ, ମୁହଁରେ କେଶ ବୃଦ୍ଧି ଇତ୍ୟାଦି ସମସ୍ୟା ଉପୁଜିବା ଆରମ୍ଭ ହୁଏ।

Advertisment

PCOS ପାଇଁ କୌଣସି ସ୍ଥାୟୀ ଉପଶମ ନାହିଁ, କିନ୍ତୁ ଏହାକୁ ନିୟନ୍ତ୍ରଣ କରାଯାଇପାରେ। ଉତ୍ତମ ଖାଦ୍ୟ, ଉତ୍ତମ ଜୀବନଶୈଳୀ ଏବଂ ଯୋଗାସନ ଦ୍ୱାରା ଏହି ରୋଗର ମୁକାବିଲା କରିହେବ।

କାରଣ:

ଯେଉଁମାନ ଅଧିକ ଜଙ୍କ୍‌ ଫୁଡ୍ ଖାଆନ୍ତି ଏବଂ ବ୍ୟାୟାମ ନ କରନ୍ତି ସେମାନେ PCOSରେ ପୀଡିତ ହେବା ଯଥେଷ୍ଟ ସମ୍ଭାବନା ରହିଛି। ମେଦବହୁଳତା ଏବଂ ଖରାପ ଜୀବନଶୈଳୀ ମଧ୍ୟ ଏହାର ମୁଖ୍ୟ କାରଣ। ଯେତେବେଳେ ଶରୀରରେ ମେଦବହୁଳତା ବଢିଯାଏ, ହରମୋନ୍ ଅସନ୍ତୁଳନ ହୋଇଯାଏ।

Advertisment

ଅଧିକ ପଢ଼ନ୍ତୁ: ଆପଣଙ୍କ ଦୃଷ୍ଟିଶକ୍ତି କମୁଛି କି…କରନ୍ତୁ ଏହି ଯୋଗ, ହେଇଯିବ ସମାଧାନ

ତେବେ ନିୟମିତ ଯୋଗ PCOD ର ଲକ୍ଷଣ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଆସନ୍ତୁ ଏମିତି ୫ଟି ଯୋଗାସନ ବିଷୟରେ ଜାଣିବା, ଯାହା ଏହି ସମସ୍ୟାକୁ ଦୂର କରିଦେବ।

ଭୁଜଙ୍ଗାସନ:

PCOD ପାଇଁ ଭୁଜଙ୍ଗାସନ ବହୁତ ଲାଭଦାୟକ ହୋଇଥାଏ। ଏହି ଆସନ ଶରୀରର ଆଭ୍ୟନ୍ତରୀଣ ଅଙ୍ଗକୁ ମଜବୁତ କରେ ଏବଂ ରକ୍ତ ସଞ୍ଚାଳନରେ ଉନ୍ନତି ଆଣେ।

Advertisment

କିପରି କରିବେ:

ପ୍ରଥମେ ପେଟପଟିଆ ଶୋଇଯାଆନ୍ତୁ। ତା’ପରେ ହାତକୁ ଦୁଇ କାନ୍ଧ ପାଖରେ ରଖନ୍ତୁ ଏବଂ ଧୀରେ ଧୀରେ ଶରୀର ଉପର ଭାଗକୁ ଉପରକୁ ଉଠାନ୍ତୁ। ମୁଣ୍ଡକୁ ପଛକୁ ନିଅନ୍ତୁ ଏବଂ କିଛି ସେକେଣ୍ଡ ପାଇଁ ଏହି ଅବସ୍ଥାରେ ରୁହନ୍ତୁ। ତା’ପରେ ଧୀରେ ଧୀରେ ମୂଳ ଅବସ୍ଥାକୁ ଆସନ୍ତୁ।

ବଜ୍ରାସନ:

ଏହି ଆସନ ହଜମ ପ୍ରକ୍ରିୟାକୁ ଉନ୍ନତ କରିଥାଏ ଏବଂ ଚାପକୁ ହ୍ରାସ କରିଥାଏ, ଯାହା PCODର ଲକ୍ଷଣ ସହିତ ଜଡିତ।

କିପରି କରିବେ:

ପ୍ରଥମେ ଆଣ୍ଠୁମାଡି ବସନ୍ତୁ। ପିଚାକୁ ଗୋଇଠି ଉପର ରଖନ୍ତୁ। ଦୁଇ ହାତ ଆଣ୍ଠୁ ଉପରେ ରଖନ୍ତୁ। ଆଖି ବନ୍ଦ କରି ଦୀର୍ଘ ନିଶ୍ୱାସ ନିଅନ୍ତୁ। ଏହି ସ୍ଥିତିରେ ୫-୧୦ ମିନିଟ୍ ରୁହନ୍ତୁ।

ଅଧିକ ପଢ଼ନ୍ତୁ: ବ୍ୟାୟାମ କରିବାକୁ ସମୟ ନାହିଁ କି… ଯିବା-ଆସିବା ଭିତରେ କରନ୍ତୁ ଏହି ୪ ଯୋଗ

ତ୍ରିକୋଣାସନ:

ଏହି ଆସନ ପିଚା ଏବଂ ଅଣ୍ଟାକୁ ବିସ୍ତାର କରି ଶରୀରକୁ ମଜବୁତ କରେ। ଏହା ପେଲ୍‌ଭିକ୍ ଅଞ୍ଚଳର ଯନ୍ତ୍ରଣାକୁ ମୁକ୍ତି ଦେଇଥାଏ।

କିପରି କରିବେ:

ପ୍ରଥମେ ଗୋଡକୁ ଚଉଡା କରି ଠିଆ ହୁଅନ୍ତୁ। ଗୋଟିଏ ହାତକୁ ଭୂମି ଆଡକୁ ନିଅନ୍ତୁ ଏବଂ ଅନ୍ୟ ହାତକୁ ଉପରକୁ ଟାଣନ୍ତୁ। ଏହି ଅବସ୍ଥାରେ କିଛି ସେକେଣ୍ଡ ରୁହନ୍ତୁ ଏବଂ ତା’ପରେ ଅନ୍ୟ ପାର୍ଶ୍ୱରେ କରନ୍ତୁ।

ବାଳାସନ:

PCOD କ୍ଷେତ୍ରରେ ବାଳାସନ କରିବା ଅତ୍ୟନ୍ତ ଲାଭଦାୟକ। ବାଳାସନ ଚାପ ଏବଂ ଚିନ୍ତାକୁ ହ୍ରାସ କରିବାରେ ସାହାଯ୍ୟ କରେ, ଯାହାଦ୍ୱାରା ହରମୋନ୍ ସନ୍ତୁଳିତ ହୁଏ।

କିପରି କରିବେ:

ପ୍ରଥମେ ଆଣ୍ଠୁମାଡି ବସନ୍ତୁ ଏବଂ ଶରୀରକୁ ଆଗକୁ ଝୁଙ୍କାନ୍ତୁ। ଆଗକୁ ହାତ ବଢାନ୍ତୁ। ଏହି ଅବସ୍ଥାରେ ୫-୧୦ମିନିଟ୍ ରୁହନ୍ତୁ ଏବଂ ଗଭୀର ଶ୍ୱାସ ନିଅନ୍ତୁ।

ଶବାସନ:

ଶବାସନ କରିବା ଦ୍ୱାରା PCODରୁ ସୃଷ୍ଟି ହୋଇଥିବା ମାନସିକ ଚାପ ହ୍ରାସ ହୋଇଥାଏ।

କିପରି କରିବେ:

ପ୍ରଥମେ ପିଠିପଟିଆ ଶୋଇଯାଆନ୍ତୁ ଏବଂ ଗୋଡକୁ ସାମାନ୍ୟ ଚଉଡା କରି ରଖନ୍ତୁ। ହାତକୁ ଶରୀରର ଦୁଇ ପାର୍ଶ୍ୱରେ ରଖନ୍ତୁ। ଆଖି ବନ୍ଦ କରି ଆରାମରେ ଶ୍ୱାସକ୍ରିୟା କରନ୍ତୁ। ଏହି ସ୍ଥିତିରେ ୫-୧୦ ମିନିଟ୍ ରୁହନ୍ତୁ।

ଅଧିକ ପଢ଼ନ୍ତୁ: ମେରୁଦଣ୍ଡ ଓ ଛାତିକୁ ମଜବୁତ କରିବାକୁ ଚାହାନ୍ତି କି… କରନ୍ତୁ ଏହି ୩ ଯୋଗ

PCOS Health Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ