Advertisment

Pear fruits: ଓଜନ ହ୍ରାସରୁ ହୃଦରୋଗ ଯାଏଁ ସବୁ କରିଦେବ ମୂଳପୋଛ, ଶରୀର ପାଇଁ ବରଦାନ ଏହି ଫଳ...

ରୋଗୀଙ୍କ ପାଇଁ ବରଦାନ । ଏମିତି ଏକ ଫଳ ଅଛି ଯାହା ସ୍ୱାଦିଷ୍ଟ ହେବା ସହ ହିତକର ମଧ୍ୟ । ଏହି ଫଳ ଖାଇବା ଦ୍ୱାରା ଓଜନ ହ୍ରାସରୁ ନେଇ ହୃଦରୋଗ ଯାଏଁ ସବୁ ସମସ୍ୟାର ସମାଧାନ ହେବ ।

ଅଦ୍ୟତନ ହୋଇଛି
Pear Fruits

Pear Fruits

Advertisment

ନାସପାତି ହେଉଛି ଏକ ମିଠା ଓ ସ୍ୱାଦିଷ୍ଟ ଫଳ । ଯାହାର ଅନେକ ଉପକାରୀ ଗୁଣ ରହିଛି । ବିଶେଷ କରି ଗରମ ସମୟରେ ନାସପାତି ଖାଇବା ଦ୍ୱାରା ଶରୀର ଥଣ୍ଡା ହୋଇଥାଏ । ଯଦି ଆପଣ ହେଲଦି ଡାଏଟ୍ ପାଇଁ  କୌଣସି ଫଳ ସାମିଲ କରିବାକୁ ଚାହୁଁଥାନ୍ତି ତେବେ ନାସପାତି ସାମିଲ କରିପାରିବେ । କାରଣ ନାସପାତିରେ ରହିଛି ଫାଇବର, ପ୍ରୋଟିନ୍, ଭିଟାମିନ , ମିନେରାଲ୍ସ ଓ ଆଣ୍ଟିଅକ୍ସିଡାଣ୍ଟ । 
ଆସନ୍ତୁ ଜାଣିବା ନାସପାତି ଖାଇବା ଦ୍ୱାରା କେଉଁ ଉପକାରିତା ହୋଇଥାଏ ।

Advertisment
  • ପାଚନ କ୍ରିୟା:

ନାସପାତି ଫାଇବର ଭରପୂର ମାତ୍ରାରେ ରହିଛି । ଯେଉଁଥିପାଇଁ ପେଟ ସଫା ରହିଥାଏ । ନିୟମିତ ଖାଇବା ଦ୍ୱାରା ଶକ୍ତି ମିଳିଥାଏ । 

  • ଓଜନ ହ୍ରାସ: 

ଯଦି ପ୍ରାକୃତିକ ଉପାୟରେ ଓଜନ କମ୍ କରିବାକୁ ଚାହୁଁଛନ୍ତି, ତେବେ ଆପଣ ନିଜ ଡାଏଟରେ ନାସପାତିକୁ ସାମିଲ କରିପାରିବେ । 

Advertisment
  • ହୃତପିଣ୍ଡକୁ ସୁସ୍ଥ ରଖେ:

ନାସପାତିରେ ପୋଟାସିୟମ ଓ ଆଣ୍ଟି ଅକ୍ସିଡେଣ୍ଟ ଥିବାରୁ ଏହା ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଫଳରେ ହୃତପିଣ୍ଡ ମଧ୍ୟ ସୁସ୍ଥ ରହେ । ଯାହାଦ୍ୱାରା ହୃଦରୋଗ ଆଦି ସମସ୍ୟା ସହଜରେ ଦେଖା ଦିଏନାହିଁ ।

  • ରୋଗ ପ୍ରତିରୋଧକ ଶକ୍ତି: 

ନାସପାତିରେ ଭିଟାମିନ C ଏବଂ ପୋଷକତତ୍ତ୍ୱ ଥିବା କାରଣରୁ ତାହା ଶରୀରରେ ବିଭିନ୍ନ ରୋଗ ସହ ଲଢିବାରେ ଶକ୍ତି ପ୍ରଦାନ କରେ । ଅର୍ଥାତ୍ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । 

Advertisment
  • ତ୍ୱଚାରେ ଚମକ ପ୍ରଦାନ କରେ:

ନାସପାତି ଖାଇବା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ । ଚର୍ମରେ ଥିବା ଦାଗ ଲିଭିବାରେ ଏହା ସାହାଯ୍ୟ କରେ ।

Heart Attack Blood Pressure Health Tips Fruits
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ