Advertisment

ପିରିୟଡ୍ସ ରୋକିବାକୁ ବଟିକା ଖାଉଛନ୍ତି କି? ସାବଧାନ ! ହୋଇପାରେ କ୍ୟାନ୍ସର

ପ୍ରତ୍ୟେକ ମହିଳାଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରଖେ ମାସିକ ଋତୁସ୍ରାବ।

ଅଦ୍ୟତନ ହୋଇଛି
Are you taking pills to stop your period?

Are you taking pills to stop your period?

Advertisment

ମାସିକ ଋତୁସ୍ରାବ ଅନିୟମିତତାକୁ ନେଇ ଚିନ୍ତିତ କି? ଋତୁସ୍ରାବର ତାରିଖ ଏବଂ ପିରିୟଡ୍ସ ସାଇକେଲରେ ପରିବର୍ତ୍ତନକୁ ନେଇ ଭୟଭୀତ କି? ଆଉ ଏଥିପାଇଁ ବଜାରରେ ମିଳୁଥିବା ମେଡିସିନ୍ ବ୍ୟବହାର କରୁଛନ୍ତି ? ତେବେ ସାବଧାନ! ଆପଣ ଯଦି ଜଣେ ମହିଳା କିମ୍ବା ଯୁବତୀ ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଯଦି ଆପଣ ଏମିତି କିଛି କରୁଛନ୍ତି ତେବେ ଏହା ସ୍ୱାସ୍ଥ୍ୟ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ। ଡାକ୍ତରଙ୍କ ବିନା ଅନୁମତିରେ ମେଡିକାଲ ଷ୍ଟୋରରୁ ସହଜରେ ମିଳିଯାଉଥିବା ମେଡିସନ୍ ବ୍ୟବହାର କଲେ ଆପଣ କ୍ୟାନସର ଭଳି ଦୁରାରୋଗ୍ୟରେ ଆକ୍ରାନ୍ତ ହୋଇପାରନ୍ତି । ଏଣୁ ସାବଧାନ, ସଚେତନ ହୁଅନ୍ତୁ ଏବଂ ସତର୍କ ରୁହନ୍ତୁ ।

Advertisment

ଠିକ୍ ଏମିତି କିଛି ବାର୍ତ୍ତା ନେଇ ମହମହିମ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି ଭୁବନେଶ୍ୱର ଜଣେ ଯୁବତୀ। ବଜାରରେ ବିନା ପ୍ରେସକ୍ରିପସନରେ ମିଳୁଥିବା ଋତୁସ୍ରାବ ସମ୍ବନ୍ଧୀୟ ଯନ୍ତ୍ରଣା ଓ ଅନିୟମିତତା କେତେ ଘାତକ ସାବ୍ୟସ୍ତ ହୋଇପାରେ ସେ ନେଇ ଚିନ୍ତା ପ୍ରକଟ ମଧ୍ୟ କରିଛନ୍ତି। ଚିଠିରେ ସେ ରୁତୁସ୍ରାବ ଜନିତ ଅନ୍ଧବିଶ୍ୱାସ ସଭ୍ୟ ସମାଜରୁ କେମିତି ଦୂର ହୋଇପାରିବ ସେ ନେଇ ଗୁରୁତ୍ୱ ଦେଇଛନ୍ତି । ସେ ଚିଠିରେ ଆହୁରି ଲେଖିଛନ୍ତି ଯେ, ବଜାରରେ ବିନା ପ୍ରେସକ୍ରିପସନରେ ରୁତୁସ୍ରାବ ସମସ୍ୟା ଜନିତ କୌଣସି ମେଡିସିନ୍ ବିକ୍ରି କରାନଯାଉ, ଏହାକୁ ଯଦି ରୋକା ନ ଯାଏ ତେବେ ଏହା ଅନେକଙ୍କ ପାଇଁ କ୍ୟାନସରର କାରଣ ହେବ ।

ରାଷ୍ଟ୍ରପତିଙ୍କୁ ଲେଖିଥିବା କିଛି ଚିଠିରେ ସେ ବଜାରରେ ଉପଲବ୍ଧ ହେଉଥିବା କିଛି ମେଡିସିନର ନାଁ ବି ଉଲ୍ଲେଖ କରିଛନ୍ତି । ଏଣୁ ବଜାରରେ କେମିତି ଏହି ସବୁ ମେଡିସିନ ର ବିକ୍ର ଉପରେ କଟକଣା ଲାଗି ପାରିବ ତାକୁ ସେ ନେଇ ବିଚାର କରିବାକୁ ଅପିଲ କରିଛନ୍ତି । ରୁତୁସ୍ରାବ ସମୟରେ ମହିଳାମାନେ ଯେଉଁଭଳି ଭାବରେ ଛୁଆଁ ଅଛୁଆଁର ଶିକାର ହେବାକୁ ପଡ଼ିଛି ଏବଂ ଏହାର ଦୁରୀକରଣ କରାଯାଇପାରିବ ସେଥିପ୍ରତି ସେ ସଚେତନ ଅଛନ୍ତି ଏବଂ ସଚେତନ କରାଉଥିବା କହିଛନ୍ତି ।

Advertisment

ଏବେ ଆସନ୍ତୁ ଜାଣିବା ରୁତୁସ୍ରାବ ସମ୍ପର୍କିତ କିଛି କଥା । ପ୍ରତ୍ୟେକ ମହିଳାଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରଖେ ମାସିକ ଋତୁସ୍ରାବ। ଆଉ ଏଥିରେ ଅନିୟମିତତା ମହିଳାମାନଙ୍କ ଚିନ୍ତା ବଢ଼ାଇଦିଏ। ଅନିୟମିତ ଋତୁସ୍ରାବକୁ ନେଇ ମନରେ ଗୋଟେ ଭୟ ମଧ୍ୟ ରହିଥାଏ। କୁହାଯାଏ ଏହାର ପ୍ରଭାବ ଗର୍ଭାଶୟ ଉପରେ ପଡିଥାଏ। କିଛି ଲୋକ କୁହନ୍ତି ଋତୁସ୍ରାବ କ୍ୟାନସରର କାରଣ ମଧ୍ୟ। ତେବେ ଏସବୁ କଥା କେତେ ଦୂର ଠିକ୍ ଏବଂ ଋତୁସ୍ରାବ ଜନିତ ଦ୍ୱନ୍ଦ୍ୱ ଓ ସମସ୍ୟାକୁ ଦୂର କରିବାକୁ ହେଲେ ଡାକ୍ତରଙ୍କ ପରାମର୍ଶ ମାନିବା ଉଚିତ।

(ରିପୋର୍ଟ: ଜଗଦୀଶ ଦାସ)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ