Advertisment

Anorexia: କିଶୋର ଅବସ୍ଥାରେ ଆନୋରେକ୍ସିଆ...କ’ଣ ଏହାର କାରଣ ?

ଡିଜିଟାଲ୍, ସୋସିଆଲ ମିଡ଼ିଆ ଏବଂ ଫିଲ୍ଟରର ଯୁଗରେ ଶରୀର ପତଳା ହେବା ହିଁ ପରଫେକ୍ସନର ଚିହ୍ନ। ଅବଶ୍ୟ ଟିଭି ଏବଂ ପତ୍ରିକା ଜମାନାର ମଡେଲିଂ ସମୟରେ ମଧ୍ୟ ଛବି ସମାନ ଥିଲା। ତେଣୁ ନିଜ ଶରୀରକୁ ଏଇ ପତଳା ଢାଞ୍ଚା ଭିତରେ ରଖିବା ପାଇଁ ଅନେକ ଖାଦ୍ୟ ତ୍ୟାଗ କରନ୍ତି କିମ୍ବା ଆବଶ୍ୟକତା ଠାରୁ ଖୁବ୍ କମ ମାତ୍ରାରେ ଖାଆନ୍ତି, ଏହାକୁ ଆନୋରେକ୍ସିଆ- ନର୍ଭସା କୁହାଯାଏ। ସାଧାରଣତଃ ଏହା ୧୨-୧୯ ବର୍ଷ ବୟସ୍କ ଝିଅ ମାନଙ୍କ ଠାରେ ଅଧିକ ଦେଖାଯାଏ।  କିନ୍ତୁ ଏହା ଯେ କେବଳ କିଶୋର ଝିଅ ମାନଙ୍କ ସମସ୍ୟା ତା’ ନୁହେଁ ଏହା ପୁଅ ମାନଙ୍କ କ୍ଷେତ୍ରରେ ମଧ୍ୟ ଦେଖାଯାଏ। ଅନେକ ସମୟରେ ଏହା ଜଣା ପଡିବା ସମୟ ବେଳକୁ ଶରୀର ଉପରେ ଅନେକ କୁପ୍ରଭାବ ପଡି ସାରିଥାଏ।

ଅଦ୍ୟତନ ହୋଇଛି
ଆନୋରେକ୍ସିଆ

ଆନୋରେକ୍ସିଆ

Advertisment

ଆନୋରେକ୍ସିଆ- ନର୍ଭସା କ’ଣ: ଏହା ଏକ Mental Health Condition, ଏହକୁ Eating Disorder ବା ଖାଦ୍ୟ ଗ୍ରହଣ କରିବାରେ ଅନିୟମିତତା ଭାବରେ ଗ୍ରହଣ କରାଯାଏ। ଏହା ଜଣଙ୍କର କେବଳ କମ ମାତ୍ରାରେ ଖାଦ୍ୟ ଗ୍ରହଣ କରିବା ଭିତରେ ସୀମିତ ନୁହେଁ, ଏହା ନିଜର ଶରୀର ଓଜନକୁ ନେଇ ଅତ୍ୟଧିକ ସମ୍ବେଦନଶୀଳ ହେବା ଏବଂ ଗୋଟିଏ ପିକ୍ଚର ପରଫେକ୍ଟ ଇମେଜ ପାଇଁ ସର୍ବଦା ଚେଷ୍ଟା କରିବାକୁ ମଧ୍ୟ ଦର୍ଶାଏ। ଏଥିରେ ଓଜନ ବୃଦ୍ଧି ଏବଂ ମେଦବହୁଳତାକୁ ନେଇ ଅହେତୁକ ଏବଂ ଭୀଷଣ ଡର ଦେଖାଯାଏ। ନିଜ ଖାଦ୍ୟ ଗ୍ରହଣର ମାତ୍ରାକୁ ମାତ୍ରାଧିକ ଭାବରେ ନିୟନ୍ତ୍ରଣ କରାଯାଏ।

Advertisment

କିଶୋରଙ୍କ କ୍ଷେତ୍ରରେ ଦେଖାଯାଉଥିବା ଲକ୍ଷଣ ବା ପରିବର୍ତ୍ତନ 

(୧) ଶାରୀରିକ: -ହଠାତ୍ ଏବଂ ମାତ୍ରାଧିକ ଓଜନ କମିଯିବା 

                    -ହାଲିଆ ବା ଥକ୍କା ଲାଗିବା, ମୁଣ୍ଡ ବୁଲାଇବା, ରକ୍ତଚାପ କମିଯିବା

                   - ଚୁଟି ଝଡିବା, ତ୍ବଚା ଶୁଷ୍କ ଦେଖାଯିବା

                    -ସବୁବେଳେ ଶୀତ ଲାଗିବା

                    -ଝିଅ ମାନଙ୍କ କ୍ଷେତ୍ରରେ ଅନିୟମିତ ମାସିକ ଋତୁସ୍ରାବ 

(୨) ମାନସିକ: -ଦୁଶ୍ଚିନ୍ତା ଏବଂ ଚିଡାଭାବ

                   -ଆତ୍ମବିଶ୍ବାସ କମିବା

                 - ପରଫେକ୍ସନିଷ୍ଟ ମାଇଣ୍ଡ୍-ସେଟ୍

                   -ଭୋକ ଲାଗିବା ଏବଂ ଖାଇବା ପାଇଁ ଇଚ୍ଛା ହେବା, ଏହି ପ୍ରାକୃତିକ କଥାକୁ ଗ୍ରହଣ ନକରିବା 

(୩) ବ୍ୟବହାର ଗତ: -ଖାଇବା ସମୟ ଆସିଲେ ନିଜକୁ ବ୍ୟସ୍ତ ରଖି, ମନା କରିବା

                          -ଏକୁଟିଆ ଖାଇବା ପାଇଁ ପ୍ରିଫର କରିବା 

                         -ଭୋଜି କିମ୍ବା ଖାଦ୍ୟ ବ୍ୟବସ୍ଥା ଥିବା ପାର୍ଟି ଏବଂ ସାମାଜିକ ଆୟୋଜନକୁ ନଯିବା

                          -ଆବଶ୍ୟକତା ଠାରୁ ଅଧିକ ଶାରୀରିକ ବ୍ୟୟାମ କରିବା 

                         -ଖାଦ୍ୟ ଖାଇବା ଆଗରୁ କ୍ୟାଲୋରୀ କାଉଣ୍ଟ ଏବଂ ହେଲ୍ଦି ଫୁଡ୍ ଉପରେ ଯୋର ଦେବା

                        - ନିଜ ଓଜନ ହ୍ରାସକୁ ଲୁଚାଇବା ପାଇଁ ଢିଲା ବା ଓଭର-ସାଇଜ୍ ଡ୍ରେସ୍ ପିନ୍ଧିବା

କିଶୋର ମାନଙ୍କ କ୍ଷେତ୍ରରେ କାହିଁକି ଅଧିକ ଦେଖାଯାଏ:

● କିଶୋରାବସ୍ଥାରେ ଶରୀର ବିଭିନ୍ନ ହରମୋନାଲ୍ ଏବଂ ବାୟୋଲୋଜିକାଲ୍ ପରିବର୍ତ୍ତନ ଦେଇ ଗତି କରେ, ଏହା ଛଡା ମାନସିକ ସ୍ତରରେ ମଧ୍ୟ ଏହି ବୟସରେ ପିଲାମାନେ ଖୁବ୍ ସମ୍ବେଦନଶୀଳ ହୋଇଥାନ୍ତି। ଏହି ବୟସରେ ନିଜ ଶରୀର, ଓଜନ, ରଙ୍ଗ , ମୁଖବ୍ରଣ, ଫ୍ୟାସନ୍ ଓ ଟ୍ରେଣ୍ଡ ତଥା ପରୀକ୍ଷା ମାର୍କକୁ ନେଇ ଅତ୍ୟଧିକ ସଚେତନ ଏବଂ ପ୍ରତିକ୍ରିୟାଶୀଳ ହୋଇଥାନ୍ତି।

Advertisment

● ସାମାଜିକ ଗଣମାଧ୍ୟମ, ସିନେମା, ମଡେଲ ଆଦିରେ ଦେଖା ଯାଉଥିବା ଛବିକୁ ନେଇ ସର୍ବଦା ସଚେତନ ରହିବା ସହ ନିଜକୁ ତୁଳନା କରନ୍ତି । ପ୍ରାୟ ଏସବୁ କ୍ଷେତ୍ରରେ ତନୁପାତଳୀ ଏବଂ ଜିରୋ-ଫିଗରକୁ ପ୍ରାଧାନ୍ୟ ଦିଆଯିବା ଲକ୍ଷ୍ୟ କରନ୍ତି 

● ଅନେକ ସମୟରେ ସମାଜ, ପରିବାର କିମ୍ବା ଟିଭି-ସୋରେ ମେଦବହୁଳତା ଭୋଗୁଥିବା ବ୍ୟକ୍ତିଙ୍କୁ ନେଇ କରା ଯାଉଥିବା ସମାଲୋଚନା, ଥଟ୍ଟା-ମଜା ଏବଂ ଖାଦ୍ୟକୁ ନେଇ ଆକଟ କିଶୋର ମାନଙ୍କ ମନରେ ଦୃଢ ଛାପ ପକାଇଥାଏ

Advertisment

● ପାରିବାରିକ କନ୍ଦଳ ଏବଂ ଅଶାନ୍ତି ଲାଗିରହିଥିଲେ ପିଲାମାନେ ସାଧାରଣତଃ ନିଜ ଖାଦ୍ୟ ଗ୍ରହଣ କରିବାର ମାତ୍ରାକୁ କମାଇ କିମ୍ବା ବଢାଇ ପରିସ୍ଥିତି ସହ ଖାପଖୁଆଇ ଚଳିବାକୁ ଚେଷ୍ଟା କରନ୍ତି 

● ପରଫେକ୍ସନିଷ୍ଟ ଏବଂ ହାଇ-ଆଚିଭର ଟ୍ରେଟ୍ ପର୍ସନାଲିଟିଙ୍କ ମଧ୍ୟରେ ଏହା ଅଧିକ ଦେଖାଯାଏ 

ଚିକିତ୍ସା ନହେଲେ ଦୀର୍ଘକାଳୀନ ପରିଣାମ: 

● ଅପପୁଷ୍ଟି/ ପୁଷ୍ଟିହୀନତା 

● ଶାରୀରିକ ଏବଂ ମାନସିକ ପରିପକ୍ବତା ବାଧାପ୍ରାପ୍ତ ହେବା ବା ମନ୍ଥର ହେବା

● ଅସ୍ତି ବା ହାଡ କମଜୋର ହେବା

● କେଶ ଝଡ଼ିବା 

● ଇଲୋକ୍ଟ୍ରୋଲାଇଟ୍ ଇମ୍ବାଲାନ୍ସ

● ହୃଦରୋଗର ସମ୍ଭାବନା ବୃଦ୍ଧି ପାଇବା

● ଅନିୟମିତ ଋତୁସ୍ରାବ ଏବଂ ଆମିନୋରିଆ

● ବୟସ୍କ ଅବସ୍ଥାରେ ବନ୍ଧ୍ୟାଦୋଷ ଏବଂ ଫର୍ଟିଲିଟି ଇସ୍ବୁ

● ସବୁବେଳେ ଥକ୍କା ପଣ ଲାଗି ରହିବା, ଅଳ୍ପ ପରିଶ୍ରମରେ ହାଲିଆ ହୋଇଯିବା

● ମାନସିକ ଅବସାଦ 

● ଆତ୍ମହତ୍ୟା ପ୍ରବଣତା 

ଚିକିତ୍ସା ଓ ସମାଧାନର ଉପାୟ: 

● ମନୋଚିକିତ୍ସକ ଏବଂ କାଉଁସେଲରଙ୍କ ସାହାଯ୍ୟ ନିଅନ୍ତୁ 

● ଏ କ୍ଷେତ୍ରରେ Cognitive Behavioral Therapy (CBT) ଖୁବ ଉପଯୋଗୀ ସାବ୍ୟସ୍ତ ହୋଇଥାଏ 

● ଡାକ୍ତରଙ୍କ ସାହାଯ୍ୟରେ ଓଜନ, ବିଏମଆଇ ଏବଂ ରକ୍ତ ପରୀକ୍ଷା ଦ୍ବାରା ଶରୀରରେ ଅଭାବଥିବା ପୋଷକ ତତ୍ତ୍ଵ ଗୁଡିକର ଉପଯୁକ୍ତ ଖାଦ୍ୟ ଏବଂ ସପ୍ଲିମେଣ୍ଟସ୍ ମାଧ୍ୟମରେ ଭରଣା କରିବା। ଖାଦ୍ୟର ମାତ୍ରା ଅପେକ୍ଷା ପୁଷ୍ଟିକର ଏବଂ ସନ୍ତୁଳିତ ଖାଦ୍ୟ ଉପରେ ଧ୍ୟାନ ଦେବା

● ଘରେ ବାପା-ମା’ ଓଜନ ବୃଦ୍ଧି ଖାଦ୍ୟ ଉପରେ ଆଲୋଚନାରୁ ନିବୃତ ରହିବା 

ମା’-ବାପା ଏବଂ ଶିକ୍ଷକଙ୍କ ଦାୟିତ୍ୱ 

● ଖାଦ୍ୟ ପସନ୍ଦ, ଗ୍ରହଣ କିମ୍ବା ଶାରୀରିକ ଗଠନକୁ ନେଇ ପିଲାଙ୍କ ସାମନାରେ ଆଲୋଚନା /ସମାଲୋଚନା କରନ୍ତୁ ନାହିଁ 

● କାହାର ମେଦବହୁଳତା କିମ୍ବା ଓଜନ ବୃଦ୍ଧି କୁ ନେଇ ଥଟ୍ଟା-ମଜା କରିବା ଏବଂ କମ ମାତ୍ରାରେ ଖାଦ୍ୟ ଖାଇବା ନେଇ ବାରମ୍ବାର ଚେତାବନୀ କିମ୍ବା ଉପଦେଶ ଦିଅନ୍ତୁ ନାହିଁ 

● ଶାରିରୀକ ଗଠନ କିମ୍ବା ଚେହେରାକୁ ନେଇ ନୁହେଁ ପିଲାଙ୍କ ପ୍ରୟାସ ଏବଂ ପରିଶ୍ରମର ପ୍ରଶଂସା କରନ୍ତୁ 

● ଖାଦ୍ୟ କିମ୍ବା ଡାଏଟକୁ ନେଇ ବାରମ୍ବାର ଆଲୋଚନା, ବଡି-ସେମିଂରୁ ନିବୃତ ରୁହନ୍ତୁ 

● ପିଲାଙ୍କ କଥା ଧୈର୍ଯ୍ୟର ସହ ଶୁଣନ୍ତୁ, ସେମାନଙ୍କୁ ନିଜ ମନକଥା କହିବାର ସୁଯୋଗ ଦିଅନ୍ତୁ। ଅଧା କଥା ଶୁଣି ପ୍ରଶ୍ନ କରିବା କିମ୍ବା ଚିଡିଯିବା, ସମାଲୋଚନା କରିବା ବନ୍ଦ କରନ୍ତୁ 

● କେବଳ ପରୀକ୍ଷା ନମ୍ବର ନୁହେଁ ତା’ର ଖେଳ, ଛବି ଆଙ୍କିବା, ବହି ପଢିବା୍, ବଗିଚା କାମ, କ୍ରାଫ୍ଟକୁ ମଧ୍ୟ ସମାନ ଭାବରେ ପ୍ରଶଂସା କରନ୍ତୁ 

● ଆବଶ୍ୟକ ହେଲେ ମନୋଚିକିତ୍ସକଙ୍କ ସାହାଯ୍ୟ ନିଅନ୍ତୁ 

Underweight Children Adolescence Weight Loss Weight Loss Foods Over-weight
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ