Advertisment

ଦୁଇ କୋମଳମତି ଶିଶୁଙ୍କୁ ଅନ୍ୟ ଚର୍ମ ଦେଲା ଜୀବନ: ଓଡ଼ିଶାରେ କେବେ ସ୍କିନ ବ୍ୟାଙ୍କ୍ ?

ସ୍କିନ୍ ବା ଚର୍ମ ଦେଇପାରେ ନୂଆ ଜୀବନ। ଅନ୍ୟ ଜଣଙ୍କ ଚର୍ମରେ ଜୀବନ ପାଇଲେ ଦୁଇ କୋମଳମତି ଶିଶୁ। ଆଲୋଗ୍ରାଫ୍ଟ ପଦ୍ଧତି ଚିକିତ୍ସାରେ ସଫଳତାକୁ ନେଇ ଚର୍ଚ୍ଚା...

undefined

Allogeneic transplant in Bhubaneswar AIIMS

Advertisment

ଅନ୍ୟ ଜଣଙ୍କର ସ୍କିନ୍ ବା ଚର୍ମ ବି ଦେଇପାରେ ନୂଆ ଜୀବନ। ଆଲୋଗ୍ରାଫ୍ଟ ଚିକିତ୍ସା ଜରିଆରେ ମିଳିପାରୁଛି ଏଭଳି ସଫଳତା। ନିକଟରେ ବିଦ୍ୟୁତ ଆଘାତରେ ଶରୀରର ୭୦ ଭାଗ ପୋଡ଼ି ହୋଇଯାଇଥିବା ଦୁଇ କୋମଳମତି ଶିଶୁଙ୍କୁ ଏହି ଚିକିତ୍ସା ପଦ୍ଧତିରେ ଏମ୍ସ ଭୁବନେଶ୍ୱର ଦେଇଛି ଦ୍ୱିତୀୟ ଜୀବନ।

Advertisment

ଭୁବନେଶ୍ୱର କେଶୁରାର ୬ ବର୍ଷିୟା ଶ୍ରାବଣୀ ମଲ୍ଲିକ। ଜୁନ୍ ୯ରେ ଛାତ ଉପରେ ଖେଳୁଥିବା ବେଳେ ବିଦ୍ୟୁତ୍ ଖୁଣ୍ଟରେ ହାତ ଲାଗିଯିବାରୁ ଦୁଇ ହାତ ସହ ପୂରା ପେଟ ପୋଡ଼ିଯାଇଥିଲା। ପରିବାର ଲୋକେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ, ପରେ କଟକ ବଡ଼ ମେଡିକାଲ ଯାଇ ନିରାଶ ହୋଇଥିଲେ। ଡାକ୍ତର କହିଲେ ଉଭୟ ହାତ କାଟିଲେ ବି ଝିଅକୁ ବଞ୍ଚେଇବା ଅସମ୍ଭବ। ଶେଷ ଆଶା ନେଇ ପହଞ୍ଚିଥିଲେ ଏମ୍ସ ଭୁବନେଶ୍ୱରର ବର୍ଣ୍ଣ ସେଣ୍ଟରରେ।

ଅନ୍ୟଜଣେ ହେଲେ ପୁରୀର ୭ ବର୍ଷୀୟ ସୂର୍ଯ୍ୟକାନ୍ତ। ବିଜୁଳି ସଂସ୍ପର୍ଶରେ ଆସିବା ପରେ ମୁହଁକୁ ଛାଡ଼ି ପୂରା ଶରୀର ଜଳିଯାଇଥିଲା। ପୁରୀ ବଡ଼ ମେଡିକାଲ ଡାକ୍ତର ହାତ ଟେକି ଦେବାପରେ ଭଗବାନଙ୍କୁ ଭରସା ରଖି ଏମ୍ସ ଆସିଥିଲେ ପରିବାର ଲୋକ।

Advertisment

ଏଭଳି ସ୍ଥିତିରେ ଉଭୟ ଶିଶୁଙ୍କୁ ବଞ୍ଚାଇବା ଲାଗି ସ୍କିନ୍ ଆଲୋଗ୍ରାଫ୍ଟ ଏକମାତ୍ର ବିକଳ୍ପ ଥିଲା। କିନ୍ତୁ ଭୁବନେଶ୍ୱର ଏମସରେ ସ୍କିନ୍ ବ୍ୟାଙ୍କ ନଥିବାରୁ ଏ ଆଶା ବି ଫିକା ପଡ଼ିଥିଲା । କିନ୍ତୁ ସୌଭାଗ୍ୟର କଥା ସେହି ସମୟରେ ଅନ୍ୟ ଜଣେ ରୋଗୀର ଚିକିତ୍ସା ଲାଗି ମୁମ୍ବାଇରୁ ଆସିଥିଲା ଏକ ସ୍କିନ୍। ସଂପୃକ୍ତ ରୋଗୀଙ୍କ ମୃତ୍ୟୁ ହୋଇଯିବାରୁ ତାଙ୍କ ପରିବାର ଲୋକେ ଏହି ସ୍କିନକୁ ବର୍ଣ୍ଣ ସେଣ୍ଟରକୁ ଦାନ କରିଦେଇଥିଲେ। ଯାହାକି ଉଭୟ ଶିଶୁଙ୍କ ଜୀବନ ବଞ୍ଚାଇବାରେ ନେଇଥିଲା ପ୍ରମୁଖ ଭୂମିକା।

ଯଦିଓ ଶ୍ରାବଣୀଙ୍କ ଦୁଇହାତ କାଟିବାକୁ ପଡିଥିଲା ଏବେ ଉଭୟ ଶିଶୁ ସୁସ୍ଥ ହୋଇଗଲେଣି ବୋଲି କହିଛନ୍ତି ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ। ପୂର୍ବରୁ ଏମ୍ସରେ କେବଳ ଅଟୋଗ୍ରାଫ୍ଟ ବା ରୋଗୀର ନିଜ ଶରୀରରୁ ସ୍କିନ ନେଇ ସଫଳ ଚର୍ମ ପ୍ରତ୍ୟାରୋପଣ କରାଯାଉଥିଲା । ଡାକ୍ତରୀ ଟିମର ପ୍ରଚେଷ୍ଟା ଯୋଗୁ ପ୍ରଥମ ଥର ଲାଗି ଆଲୋଗ୍ରାଫ୍ଟ ଜରିଆରେ ଦୁଇ ରୋଗୀଙ୍କୁ ନୂଆ ଜୀବନ ଦିଆଯାଇପାରିଛି ।

Advertisment

ଏବେ ସମସ୍ତଙ୍କ ଆଶା, ଏ ସଫଳତା ପରେ ଏମ୍ସ ଭୁବନେଶ୍ୱରରେ ଖୁବଶୀଘ୍ର ସ୍ଥାପନ ହେବ ଏକ ସ୍କିନ ବ୍ୟାଙ୍କ। ଯାହାକି ଅନେକ ପୋଡ଼ା ରୋଗୀଙ୍କୁ ଦେବ ଜୀବନ ଜିଇଁବାର ନୂଆ ଆଶା।

AIIMS
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ