Advertisment

ଆଗୁଆ ଜାଣିହେବ କାହାକୁ ହେବ କେଉଁ ରୋଗ, ଚିକିତ୍ସା ବିଜ୍ଞାନରେ ଆସୁଛି ବୈପ୍ଲବିକ ପରିବର୍ତ୍ତନ

ରୋଗ ଚିହ୍ନଟଠାରୁ ରିପୋର୍ଟ ପ୍ରସ୍ତୁତ ଯାଏଁ ସବୁ କିଛି AI ସହାୟତାରେ କରାଯାଇପାରିବ।

artificial intelligence

artificial intelligence

Advertisment

ପାଣିପାଗ ପୂର୍ବାନୁମାନ ଭଳି ରୋଗ ବଇରାଗ ମଧ୍ୟ ଆଗୁଆ ଜାଣି ହେବ। ଭବିଷ୍ୟତରେ ଆପଣଙ୍କୁ କେଉଁ ରୋଗ ହେବାର ଆଶଙ୍କା ଅଛି, ତାହା ଏବେଠୁ କହିହେବ। ବିଶେଷ କରି କ୍ୟାନସର, ବ୍ଲଡ ପ୍ରେସର, ଡାଇବେଟିସ୍ ପରି ଲାଇଫ୍ ଷ୍ଟାଇଲ୍ ଓ ଜୀବନବ୍ୟାପି ଔଷଧ ନେବାକୁ ପଡୁଥିବା ରୋଗର ଆଶଙ୍କା ଅଛି କି? କେବେ ହେବାର ଡର ଅଛି ? ତାହା କହିବ ନୂଆ ଟେକ୍ନୋଲଜି।

Advertisment

ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ସହାୟତାରେ ଏପରି ଏକ ଟେକ୍ନୋଲଜି ପ୍ରସ୍ତୁତ  କରୁଛନ୍ତି ଭୁବନେଶ୍ବର ଏମ୍ସ ଓ ଆଇଆଇଟି ଭୁବନେଶ୍ବର। ଦୁଇ ସଂସ୍ଥା ମଧ୍ୟରେ ଏଥିପାଇଁ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ଉଭୟ ଅନୁଷ୍ଠାନ ମିଳିତ ଭାବେ ଏ ଦିଗରେ ଗବେଷଣା କରିବେ।  ଚିକିତ୍ସା ବିଜ୍ଞାନରେ ଯୋଡ଼ି ହେବ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ଓ ମେସିନ ଲର୍ଣ୍ଣିଂ ଟେକ୍ନୋଲଜି। ଏକ୍ସରେ ଓ ଏମ୍ଆରଆଇ ପରି ବିଭିନ୍ନ ଡାଇଗ୍ନୋସିସ ପାଇଁ ବ୍ୟବହାର ହେବ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ।

ରୋଗ ଚିହ୍ନଟଠାରୁ ରିପୋର୍ଟ ପ୍ରସ୍ତୁତ ଯାଏଁ ସବୁ କିଛି AI ସହାୟତାରେ କରାଯାଇପାରିବ। ସେଥିରେ ପୁଣି ଉପଯୋଗ ହେବ ଡାଟା ଆନାଲିସିସ୍। ଫଳରେ ନିର୍ଭୁଲ ଭାବେ ରୋଗ ଆଗୁଆ ଚିହ୍ନଟ କରାଯାଇପାରିବ।

Advertisment

ଏବେ କ୍ୟାନସର ପରି କେତେକ ଘାତକ ରୋଗ ଏତେ ଡେରିରେ ଜଣାପଡୁଛି ଯେ, ଜାଣିବା ବେଳକୁ ରୋଗୀର ଆୟୁଷ ଆଉ ଅଳ୍ପ ଦିନ ରହୁଛି। ଚିକିତ୍ସା ପାଇଁ ସମୟ ମିଳୁନାହିଁ। ଏହି ସମସ୍ୟାକୁ ଦୂର କରିବ ନୂଆ ଟେକ୍ନୋଲଜି।

AIIMS Artificial Intelligence IIT Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ