ଡିପଥେରିଆ ନେଲା ଆଉ ଏକ ଜୀବନ, ମୃତକ ୧୦ ବର୍ଷର ବାଳକ

ବ୍ରହ୍ମପୁର MKCG ମେଡିକାଲରେ ଜଣେ ଡିପଥେରିଆ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି MKCG ମେଡିକାଲ ଅଧୀକ୍ଷକ ଡାକ୍ତର ସୁଚିତ୍ର ଦାସ ।

Diphtheria Disease

ଡିପଥେରିଆରେ ଆଖି ବୁଜିଲେ ଆଉ ଜଣେ । ବ୍ରହ୍ମପୁର MKCG ମେଡିକାଲରେ ଜଣେ ଡିପଥେରିଆ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି MKCG ମେଡିକାଲ ଅଧୀକ୍ଷକ ଡାକ୍ତର ସୁଚିତ୍ର ଦାସ । ମୃତକ ହେଉଛନ୍ତି କୋରାପୁଟ ବନ୍ଧୁଗାଁର ୧୦ ବର୍ଷର ବାଳକ । MKCG ମେଡିକାଲରେ ଡିପଥେରିଆରେ ୪ ଜଣ ଚିକିତ୍ସିତ ହେଉଥିଲେ ।

ଏହାପୂର୍ବରୁ ସାରା ରାଜ୍ୟରେ ୫ ଜଣଙ୍କ ଡିପଥେରିଆରେ ମୃତ୍ୟୁ ହୋଇଥିବା ସୂଚନା ଦେଇଥିଲା ଜନସ୍ୱାସ୍ଥ୍ୟ ବିଭାଗ । MKCG ମେଡିକାଲରେ ଜଣେ ମୃତକଙ୍କୁ ମିଶାଇ ଏବେ ଯାଏଁ ୬ ଜଣଙ୍କ ମୃତ୍ୟୁ ଡିପଥେରିଆରେ ହେଲାଣି ।

ପଢନ୍ତୁ ଏହି ଖବର: ଡିପଥେରିଆ ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ଟିକାକରଣ, ଦିଆଯିବ ବୁଷ୍ଟର ଡୋଜ୍

ସେପଟେ ଡିପଥେରିଆ ସଂକ୍ରମଣ ପଛର ଚାଲିଛି କାରଣ ଖୋଜା । ଟିକାର ପ୍ରଭାବ ହ୍ରାସ ନା ଷ୍ଟ୍ରେନରେ ପରିବର୍ତ୍ତନ ସେନେଇ ପରୀକ୍ଷା ନିରୀକ୍ଷା ଚଳାଇଛି ସ୍ବାସ୍ଥ୍ୟ ବିଭାଗ । ରୋଗୀଙ୍କ ଆଣ୍ଟିବଡି ପରୀକ୍ଷା ସହ ଡିପଥେରିଆ ବ୍ୟାକ୍ଟେରିଆର ଜିନମ ସିକ୍ୱେନ୍ସିଂ ପାଇଁ ସ୍ବାସ୍ଥ୍ୟ ବିଭାଗ
ନିଷ୍ପତ୍ତି ନେଇଛି । ଆଣ୍ଟିବଡି ପରୀକ୍ଷା ପାଇଁ ରୋଗୀଙ୍କ ନମୂନା ପଠାଯାଇଥିବା ବେଳେ ଜିନମ୍ ସିକ୍ୱେନସିଂ ପାଇଁ ILS କିମ୍ବା ICMRକୁ ନମୁନା ପଠାଯିବ ବୋଲି ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ।

ଏବେ ରାଜ୍ୟରେ ଡିପଥେରିଆ ସ୍ଥିତି ନିୟନ୍ତ୍ରଣରେ ଅଛି । ନୂଆ କେସ୍ ଆସିନି, ସେହି ୨୧ ଜଣ ହିଁ ସଂକ୍ରମିତ ଅଛନ୍ତି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ରାୟଗଡା ହସ୍ପିଟାଲରେ ଆଉ କେହି ରୋଗୀନଥିବା ସେ ସୂଚନା ଦେଇଛନ୍ତି ।

ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ଗତକାଲିଠୁ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଆରମ୍ଭ ହେବ ବୁଷ୍ଟର ଡୋଜ୍ ଟିକାକରଣ । ବର୍ଷେରୁ କମ୍ ବୟସର ଶିଶୁଙ୍କୁ ପେଣ୍ଟା ଡୋଜ୍, ବର୍ଷେରୁ ୭ ବର୍ଷ ପିଲାଙ୍କୁ ଡିପିଟି ଓ ୭ ବର୍ଷରୁ ଅଧିକ ବୟସ୍କଙ୍କୁ ଟିଡି ଟିକା ଦିଆଯିବ । ରାୟଗଡ଼ାରୁ ଆରମ୍ଭ ହୋଇଥିବା ଏ ସଂକ୍ରମଣ ଏବେ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ମାଡ଼ିଗଲାଣି ଡିପଥେରିଆ । ୩ ସଂକ୍ରମିତ ଜିଲ୍ଲାରେ ସ୍ବାସ୍ଥ୍ୟ ବିଭାଗ, ଡବ୍ଲୁଏଚ୍ଓ ଟିମ୍ ଗାଁ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

ପଢନ୍ତୁ ଏହି ଖବର: ଡିପଥେରିଆ ରୋଗ କଣ ? କେମିତି ହୋଇଥାଏ ସଂକ୍ରମଣ ? ଜାଣନ୍ତୁ...

ଟୀକାକରଣ ଯୋଗୁ ୨୦ ବର୍ଷ ହେଲା ରାଜ୍ୟରୁ ଗାୟବ ହୋଇଯାଇଥିଲା ଡିପଥେରିଆ । ପ୍ରଶ୍ନ ଉଠୁଛି, ଏବେ କାହିଁକି ପୁଣି ଏହା ସଂକ୍ରାମକ ହେଉଛି ? ଶିଶୁ ନେଉଥିବା ଟୀକାର ପ୍ରଭାବ ହ୍ରାସ ହେଉଛି ନା ଅନ୍ୟ କିଛି କାରଣ ରହିଛି ? ୩ ସଂକ୍ରମିତ ଜିଲ୍ଲାରେ ସ୍ବାସ୍ଥ୍ୟ ବିଭାଗ, ଡବ୍ଲୁଏଚ୍ଓ ଟିମ୍ ଗାଁ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଏପଟେ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, ଡିପ୍ଥେରିଆ ସଂକ୍ରମଣରେ ତତ୍କାଳ ବ୍ରେକ୍ ଲଗାଇବାକୁ ଗତକାଲିଠୁ କାଶୀପୁର ବ୍ଲକରେ ଆରମ୍ଭ ହେବ ବୁଷ୍ଟର ଡୋଜ୍ ଟିକାକରଣ । ଏମିତିକି ଆଗକୁ କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, ଗଜପତି ଜିଲ୍ଲାରେ ମଧ୍ୟ ଏନେଇ ସର୍ଭେ କରିବାକୁ ବିଭାଗ ନିଷ୍ପତ୍ତି ନେଇଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।